ITR ତଥ୍ୟ ଲିକ୍ ମାମଲାରେ ସାଙ୍ଘାତିକ ସତ: ପାକିସ୍ତାନ ଯୁବତୀଙ୍କୁ ଦେଉଥିଲେ ତଥ୍ୟ !

DRDO ତଥ୍ୟ ଲିକ୍ ମାମଲାରେ ରହିଛି ସାଙ୍ଘାତିକ ସତ ପଦାକୁ ଆସିଛି । ମିସାଇଲ ବା କ୍ଲଷ୍ଟର୍ ବମ ଟେଷ୍ଟ ସମ୍ପର୍କରେ ଟେଷ୍ଟର ଠିକ ପୂର୍ବରୁ ପାକିସ୍ତାନ ଯୁବତୀଙ୍କୁ ତଥ୍ୟ ଦେଉଥିଲେ ବାବୁରାମ ।

ITR ତଥ୍ୟ ଲିକ୍ ମାମଲାରେ ସାଙ୍ଘାତିକ ସତ: ପାକିସ୍ତାନ ଯୁବତୀଙ୍କୁ ଦେଉଥିଲେ ତଥ୍ୟ !

ITR ତଥ୍ୟ ଲିକ୍ ମାମଲାରେ ସାଙ୍ଘାତିକ ସତ: ପାକିସ୍ତାନ ଯୁବତୀଙ୍କୁ ଦେଉଥିଲେ ତଥ୍ୟ !

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର: DRDO ତଥ୍ୟ ଲିକ୍ ମାମଲାରେ ରହିଛି ସାଙ୍ଘାତିକ ସତ (Truth) ପଦାକୁ ଆସିଛି । ତଥ୍ୟ ଲିକ୍ (data leak ) ଅଭିଯୋଗରେ ଗିରଫ ହୋଇଥିବା ବାବୁରାମ ଦେ (baburam dey) ITRର ଟେଲିମେଟ୍ରି ଡିପାର୍ଟମେଣ୍ଟର ସିନିଅର ପୋଷ୍ଟରେ ଚାକିରି (job) କରୁଥିଲେ। ଅଧିକାଂଶ ମିସାଇଲ ଟେଷ୍ଟ ବେଳେ ତାଙ୍କୁ କାର୍ଯ୍ୟ କରିବା ପାଇଁ ଆଇଟିଆର ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିଲା । ପୃଥିବୀ, ବ୍ରହ୍ମସ, ବଂଶୀ , QRSAM ଆଦି ବଡ଼ ବଡ଼ ମିସାଇଲ ପରୀକ୍ଷା ସମୟରେ ବାବୁରାମ ନିୟୋଜିତ ହେଉଥିଲେ । କ୍ଲଷ୍ଟର ବମ ଟେଷ୍ଟରେ ବି ଭୂମିକା ରହୁଥିଲା ବାବୁରାମଙ୍କର । ବଡ଼ ବଡ଼ ସାଇଣ୍ଟିଟିଷ୍ଟ୍ (scientist ) ମାନଙ୍କ ସହିତ ବାବୁରାମଙ୍କର ସମ୍ପର୍କ ଥିବା ନେଇ ସୂଚନା ରହିଛି । ବଡ଼କଥା ହେଉଛି ମିସାଇଲ ବା କ୍ଲଷ୍ଟର୍ ବମ ଟେଷ୍ଟ ସମ୍ପର୍କରେ ଟେଷ୍ଟର ଠିକ ପୂର୍ବରୁ ପାକିସ୍ତାନ ଯୁବତୀଙ୍କୁ ତଥ୍ୟ ଦେଉଥିଲେ ବାବୁରାମ ।

ତଥ୍ୟ ଲିକ ମାମଲାରେ ଏସ୍ପି ସାଗରିକା ନାଥ ପ୍ରତିକ୍ରିୟା ରଖି କହିଛନ୍ତି ଯେ,  ତଦନ୍ତ ପାଇଁ financial economic unit of India ର ସହାୟତା ନେବ ବାଲେଶ୍ୱର ପୋଲିସ । 4 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ବାବୁରାମଙ୍କ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ ପାଇଁ ଫୋକସ କରିବ ପୋଲିସ । ବାବୁରାମଙ୍କର Axis ଏବଂ SBI ବ୍ୟାଙ୍କରେ  ଆକାଉଣ୍ଟ ରହିଛି । ତାଙ୍କର ବ୍ୟାଙ୍କ ଟ୍ରାଞ୍ଜେସନ ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କକୁ ଅନୁରୋଧ କରିଛି ପୋଲିସ । ଜଳେଶ୍ୱର ତହସିଲଦାରଙ୍କୁ ମଧ୍ୟ ତଥ୍ୟ ପାଇଁ କୁହାଯାଇଛି । ଏଥିସହ ବାବୁରାମଙ୍କ ପରିବାରକୁ ମଧ୍ୟ ପଚରାଉଚରା କରାଯିବ ।  ଏକାଧିକ DRDO କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି ।

ଗତକାଲି ବାଲେଶ୍ୱର ITRରୁ ପୁଣିଥରେ ତଥ୍ୟ ଲିକ୍‌ ଅଭିଯୋଗ ଆସିଥିଲା। ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ITRର ସିନିଅର ଟେକ୍ନିକାଲ ଅଫିସର ବାବୁରାମ ଦେଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ବାବୁରାମଙ୍କ ଘର ଜଳେଶ୍ୱର ଥାନା ଦେହୁର୍ଦ୍ଦା ପଞ୍ଚାୟତରେ । ବାବୁରାମଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ବାଲେଶ୍ୱର ଜେଏମଏଫସି କୋର୍ଟରେ ଆବେଦନ କରିଛି ବାଲେଶ୍ୱର ପୋଲିସ । ଗତକାଲି ଗିରଫ ପରେ ବାବୁରାମଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ । ମାମଲାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ବାଲେଶ୍ୱର ପୋଲିସ ଖୋଳତାଡ଼ ଚଳାଇଛି । ସନ୍ଦେହରେ ITRର ଆଉ କିଛି ମଧ୍ୟ କର୍ମଚାରୀ ରହିଥିବା ନେଇ ଚର୍ଚ୍ଚା ହେଉଛି । ସବୁଠୁ ବଡ଼ କଥା ହେଉଛି, ପୂର୍ବରୁ ଗୁପ୍ତ ତଥ୍ୟ ଦେଇ ଅସ୍ଥାୟୀ କର୍ମଚାରୀ ଗିରଫ ହୋଇଥିବା ବେଳେ ଏଥର କିନ୍ତୁ ITR ଭଳି ସଂସ୍ଥାର ସ୍ଥାୟୀ କର୍ମଚାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି ।

ସମ୍ପୃକ୍ତ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇଥିଲେ ପାକିସ୍ତାନର ଜଣେ ଯୁବତୀ । ପାକିସ୍ତାନ ରାୱଲପିଣ୍ଡିରୁ ହୋଇଥିଲା ହନିଟ୍ରାପ୍ । ବର୍ଷେ ହେଲା ପାକିସ୍ତାନ ଯୁବତୀଙ୍କ ଲିଙ୍କ୍‌ରେ ଥିଲେ ସିନିଅର ଟେକ୍ନିକାଲ ଅଫିସର । ଯୁବତୀଙ୍କ ସହ ସେ ଭିଡିଓ ଓ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ସୁକମାରେ ନକ୍ସଲ-ଯବାନ ଗୁଳି ବିନିମୟ: ୩ ଯବାନ ସହିଦ... ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି

ସୋସିଆଲ ମିଡିଆ ଜରିଆରେ ପାକିସ୍ତାନର ଯୁବତୀଙ୍କ ସହ ଚାଟ୍ କରୁଥିଲେ ସଂପୃକ୍ତ କର୍ମଚାରୀ । ସନ୍ଦେହ କରାଯାଉଛି, ଗିରଫ ସିନିଅର ଟେକ୍ନିକାଲ ଅଫିସରଙ୍କ ସହ ଆଉ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଏହି କାରବାରରେ ସଂପୃକ୍ତ ଥାଇପାରନ୍ତି । ଏଥିପାଇଁ ITRର ଆଉ କିଛି କର୍ମଚାରୀଙ୍କୁ ପୋଲିସ ସ୍କାନରରେ ରଖିଛି । ଗିରଫ ବ୍ୟକ୍ତିଜଣଙ୍କ ସମ୍ବେଦନଶୀଳ ସୂଚନା ପ୍ରଘଟ କରିଛନ୍ତି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସିକ୍ରେଟ ତଥ୍ୟ ପାକିସ୍ତାନ ପଠାଯାଇଥିବା ସନ୍ଦେହ କରାଯାଉଛି । ଅର୍ଥ ଓ ଯୌନ ଲାଳସାରେ ସେ ଏଭଳି କରିଥିବା ତଦନ୍ତ ବେଳେ ଜଣାପଡ଼ିଛି । ପାକିସ୍ତାନର ଯୁବତୀଙ୍କ ସହ ଗିରଫ ସିନିଅର ଟେକ୍ନିସିଆନ ଅଫିସରଙ୍କର ହ୍ୱାଟ୍ସଆପ୍‌ରେ ତଥ୍ୟ ଆଦାନ ପ୍ରଦାନ ହୋଇଛି ।
Published by:Soubhagya Mishra
First published: