News18 Odia Digital
କେନ୍ଦ୍ରାପଡ଼ା: ଗିରଫ ହେଲେ ନକଲି ପ୍ରଡ୍ୟୁସର(Duplicate Producer) । କେତେବେଳେ ନକଲି ପ୍ରଡ୍ୟୁସର୍ ତ ଅନ୍ୟ କେତେବେଳେ ନକଲି କଣ୍ଟ୍ରାକ୍ଟର୍ ସାଜି ଚୋରି କରୁଥିଲେ ମିକ୍ସର୍ ମେସିନ୍(Mixture Machine) । ଆଜି କେନ୍ଦ୍ରାପଡା ଜିଲ୍ଲାରୁ ଅଭିଯୁକ୍ତ ସୁତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ଥାନା ପୋଲିସ ।
କେନ୍ଦ୍ରାପଡାର ସୁତାଂଶୁ ମହାନ୍ତି ଘଟଗାଁକୁ ଆସି ମିକ୍ସର ମେସିନକୁ ଚୋରି କରିବା ପାଇଁ ପୁରା ଯୋଜନା ବନାଇଥିଲେ । ଏଥି ପାଇଁ ସେ ପୋଲସରାରର ପିକଅପ ଭ୍ୟାନ ମାଲିକଙ୍କୁ ଯୋଗାଯୋଗ କରିଥିଲେ । ଘଟଣା ବାବଦରେ ମେସିନ ମାଲିକ ବିନୋଦ ରଥ ଥାନାରେ ଅଭିଯୋଗ କରିଥିଲେ । ଘଟ ଗାଁ ପୋଲିସ ତଦନ୍ତ କରି ଅଭିଯୁକ୍ତ ସୁତାଶୁଂଙ୍କୁ ଗିରଫ କରିଛି । ଧାରା ୩୭୯ ଅନୁସାରେ ତାଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ଯ ଚୋରି ଆରୋପରେ ତାଙ୍କୁ ଗିରଫ କରାଯାଇଥିଲା ।
ଅଭିନେତା ବଡ଼ ଅଭିଯୋଗ; ନାଁ ନେବା ଆଳରେ ପିଣ୍ଟୁ ନନ୍ଦଙ୍କୁ ମିଛରେ ଦେଉଛନ୍ତି ଚେକ୍ସୂଚନାଯୋଗ୍ଯ, କିଛି ଦିନ ପୂର୍ବରୁ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ସାହାଯ୍ଯ କରିବା ନେଇ ଫାଙ୍କି ଦେଇଥିଲେ ସିତାଶୁଂ । ଚିକିତ୍ସା ପାଇଁ ପିଣ୍ଟୁଙ୍କୁ ପ୍ରଥମେ ୫୦ହଜାର ଟଙ୍କାର ଚେକ ଦେଇଥିଲେ ପ୍ରଡ଼୍ୟୁସର ଜଣଙ୍କ । କିନ୍ତୁ ପରଦିନ ସକାଳେ ଚେକଟି ବାଉନ୍ସ ହୋଇଯାଇଥିଲା। ଯାହାକୁ ନେଇ ଗଣମାଧ୍ଯମରେ ମୁହଁ ଖୋଲିଥିଲେ ଅଭିନେତା ପିଣ୍ଟୁ ନନ୍ଦ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।