ଖୁବ ଶୀଘ୍ର ବଦଳିବ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଚେହେରା (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଟିମ ନବୀନଙ୍କର ହେବ ନବେକଳବର। ଖୁବ ଶୀଘ୍ର ନବୀନ ତାଙ୍କ ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ କରିବାକୁ ଯାଉଛନ୍ତି। ନୂଆ ଟିମରେ ନୂଆ ମୁଁହ ସ୍ଥାନ ପାଇବେ।
ପ୍ରଥମ ଥର ବିଧାୟକଙ୍କୁ ନବୀନ ତାଙ୍କ ଟିମରେ ନେଇପାରନ୍ତି। ଫୋକସରେ କେଉଁଝର, ଯାଜପୁର କେନ୍ଦ୍ରାପଡ଼ା ଜିଲ୍ଲା ରହିଛି। ଏହି ଜିଲ୍ଲାକୁ ମନ୍ତ୍ରୀ ପଦ ପାଇଁ ଗୁରୁତ୍ୱ ମିଳିପାରେ। ପୁରୀ,ବରଗଡ଼ ଜିଲ୍ଲାକୁ ବି ଏଥର ଗୁରୁତ୍ୱ ମିଳିବ। ସରକାରଙ୍କ ଛବି ମଳିନ, ଦକ୍ଷତା ପ୍ରଦର୍ଶନ ନକରି ପାରିବା ପ୍ରମୁଖ କାରଣ ପାଇଁ ମନ୍ତ୍ରୀ ମଣ୍ଡଳ ଯଦିଓ ଅଦଳ ବଦଳ କରାଯାଉଛି କାହାକୁ ଇସ୍ଥାଫା ଦେବା ପାଇଁ ହେବ ନିର୍ଦ୍ଦେଶ ଏନେଇ ପାୱର କରିଡ଼ରରେ ପଡ଼ିଛି ଭାଳେଣୀ। ଦକ୍ଷତା ଆନୁଗତ୍ୟ ମନ୍ତ୍ରୀଙ୍କ ମାପକାଠି ହେବ ନା କିଛି ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣେଇବେ ନବୀନ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏସବୁ ଭିତରେ ଅଧିକ ଚିନ୍ତାରେ ଅଛନ୍ତି ବିବାଦୀୟ ଏବେ ଭଲ ପ୍ରଦର୍ଶନ କରିନଥିବା ମନ୍ତ୍ରୀ। କିଛି ଦିନ ହେବ ମନ୍ତ୍ରୀଙ୍କ ପ୍ରଦର୍ଶନ ରିପୋର୍ଟର ଚାଲିଛି ସମୀକ୍ଷା। ମନ୍ତ୍ରୀମାନେ ତାଙ୍କ ରିପୋର୍ଟ କାର୍ଡର ନିଜ ନିଜ ବିଭାଗର ସଫଳ ପ୍ରଦର୍ଶନ ନେଇ ବିଭାଗୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇସାରିଛନ୍ତି।ସାଧାରଣତଃ ମନ୍ତ୍ରୀଙ୍କ ଗସ୍ତ, ନିଜ ବିଭାଗ ରେ 5ଟି କାର୍ଯ୍ୟ କିଭଳି ଚାଲୁଛି, ବିଭାଗରେ ଚାଲିଥିବା ଗୁରୁତ୍ବପୂର୍ଣ କାର୍ଯ୍ୟ ଏବଂ ଆଗାମୀ ଯୋଜନା କଣ ରହିଛି, ଏହି ସବୁ ଦିଗ ଉପରେ ମନ୍ତ୍ରୀ ନିଜ ନିଜ ରିପୋର୍ଟ କାର୍ଡ଼ ଦେଇଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।