ରାଜ୍ୟରେ ବଢିଚାଲିଛି କୋଭିଡ ସଂକ୍ରମଣ ।
News 18 Odia Digital
ଭୁବନେଶ୍ୱର; ରାଜଧାନୀରେ କମିବାରେ ନାଁ ନେଉନି କରୋନା । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ରାଜ୍ୟରେ ୪୨୮ କୋରନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ । ଆଜି ଏହା ବଢ଼ି ୪୭୦ ରେ ପହଞ୍ଚଛି । ସେହିପରି ଖୋର୍ଦ୍ଧାରେ ଗତକାଲି ୧୮୩ କୋରନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ । ଆଜି ଏହା ବଢି ୨୨୧ ରେ ପହଞ୍ଚଛି । ଯାହା ଖୋର୍ଦ୍ଧାବାସୀଙ୍କ ଚିନ୍ତା ବଢାଇଛି । ଯଦି ଏଥି ପ୍ରତି ସାଧରଣ ଲୋକ ସଚେତନ ନହେବେ ଏହା ଆଗାମୀ ଦିନରେ ଉଗ୍ର ରୂପ ନେବ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।
୧୧ ଟି ଜିଲ୍ଲା ରେ କୌଣସି ସଂକ୍ରମିତ ନଥିବା ବେଳେ ବାକି ଜିଲ୍ଲା ଗୁଡ଼ିକରୁ ରିପୋର୍ଟ ହସ୍ତଗତ ହୋଇଛି । ସଂଘରୋଧ କେନ୍ଦ୍ରରୁ ୨୭୬ ଜଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୯ ଜଣ, ଭଦ୍ରକରୁ ୧ ଜଣ, କଟକରୁ ୯୪ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨୧, ମୟୂରଭଞ୍ଜରୁ ୭ ଜଣ, ନୟାଗଡ଼ ଜିଲ୍ଲାରୁ ୪ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୧୭ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ବଲପୁରରୁ ୯ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୨୪ ଜଣ ଓ ଷ୍ଟେଟପୁଲରୁ ୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୪୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦, ୭୦୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୪୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।