ବ୍ରହ୍ମପୁର ଏମକେସିଜି ମେଡ଼ିକାଲ
- News18 Odia
- Last Updated :
ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଏକାଡ଼େମିକ ସୋସାଇଟି ପକ୍ଷରୁ ଦୁଇ ଦିନିଆ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ମେଡ଼ିକାଲ କଲେଜରେ ପ୍ରଥମ ମହଲାରେ ଚିତ୍ର ପ୍ରଦର୍ଶନୀ, ଦ୍ବିତୀୟ ମହଲାରେ ବାୟୋକେମେଷ୍ଟ୍ରି ଓ ଫାର୍ମାକୋଲୋଜି ଏବଂ ଅନ୍ୟାନ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶନୀ ହୋଇଥିବା ବେଳେ ଚତୁର୍ଥ ମହଲାରେ ଆନୋଟୋମିକ ବିଭାଗରେ ଶରୀର ସମସ୍ତ ଅଙ୍ଗପ୍ରତଙ୍ଗକୁ ନେଇ ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରଦର୍ଶନୀରେ ଏମକେସିଜି ମେଡ଼ିକାଲ କଲେଜର ୧୫ଟି ଡ଼ାକ୍ତରୀ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ । ଏହି ପ୍ରଦର୍ଶନୀ ଦେଖିବା ନିମନ୍ତେ ସହରର ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ବୁଲି ଦେଖିଥିଲେ ।
ମଣିଷ ଶରୀରରେ କଣ ସବୁ ରହିଛି ଅଙ୍ଗପ୍ରତ୍ୟଙ୍ଗ। କେଉଁ ଅଙ୍ଗପ୍ରତ୍ୟଙ୍ଗର କଣ କାମ । କିଭଳି ଏହା କାମ କରିଥାଏ । କୌଣସି ରୋଗ ହେଲେ ଶରୀରର ଅଙ୍ଗ କିଭଳି କାର୍ଯ୍ୟ ବନ୍ଦ ହୁଏ । ଏହି ସମସ୍ତ ବିଷୟକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଏକାଡେମିକ ସୋସାଇଟି ପକ୍ଷରୁ ଅନୁଷ୍ଠିତ ହୋଇଛି ଦୁଇ ଦିନିଆ ପ୍ରଦର୍ଶନୀ । କଲେଜର ପ୍ରଥମ ମହଲାରେ ଚିତ୍ର ପ୍ରଦର୍ଶନୀ ହୋଇଥିଲା । ମେଡିକାଲ କଲେଜର ଛାତ୍ରଛାତ୍ରୀ ମାନେ ଏହି ଚିତ୍ରକଳା କରିଥିଲେ । ୩ଡି ଆର୍ଟ ସହ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦେଉଥିବା ଚିତ୍ର କରିଛନ୍ତି । ଯାହାକୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଏହି ପ୍ରଦର୍ଶନୀରେ ମେଡ଼ିକାଲ କଲେଜର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ନିଜର ବିଷୟକୁ ନେଇ ଅନ୍ୟ ମାନଙ୍କୁ ବୁଝାଇଥିଲେ । ଏହାସହିତ ଅନ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ବିଭିନ୍ନ ବିଷୟକୁ ନେଇ ମଧ୍ୟ ସେମାନେ ବୁଲି ଦେଖିବା ସହିତ ପଚାରି ବୁଝିଥିଲେ । ଯେଉଁମାନେ ଆଗାମୀ ଦିନରେ ମେଡ଼ିକାଲ ବିଷୟକୁ ନେଇ ଭବିଷ୍ୟତ କରିବାର ଅଛି ସେମାନେ ଏଭଳି ପ୍ରଦର୍ଶନୀରେ ଭାଗ ନେଇ ଅଧିକ ତଥ୍ୟ ଜାଣିପାରିବେ ବୋଲି କହିଛନ୍ତି,‘‘ ପ୍ରଦର୍ଶନୀରେ ଭାଗ ନେଇଥିବା ମେଡ଼ିକାଲ ଛାତ୍ରୀ ଆଦ୍ୟାଶା ବରାଳ ।
ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆଜି ଶେଷ ହୋଇଥିବା ବେଳେ ଏଥିରେ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଅନେକ ତଥ୍ୟ ହାସଲ କରିପାରିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଛି ନୂଆ ବିଷୟକୁ ନେଇ ପ୍ରଦର୍ଶନୀ ହୋଇଥିବା ବେଳେ ସମସ୍ତେ ଏଥିପ୍ରତି ଆକୃଷ୍ଟ ହୋଇ ପ୍ରଦର୍ଶନୀକୁ ଆସିଥିଲେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।