୮ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ଭାଇଙ୍କୁ ଧରିଲା ଅବକାରୀ ବିଭାଗ

କଟକ ମଙ୍ଗୁଳି ଟୋଲ ଗେଟରେ ରେଡ଼ କରି ବିଭାଗ ୮୧ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତ ବର୍ଷ ଓଡ଼ିଶାରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିବା ବେଳେ ମଥୁରାରେ NCB ହାତରେ ଧରା ପଡ଼ିଥିଲେ ।

ଜବତ ହୋଇଥିବା ଗଞ୍ଜେଇ ସହ ଦୁଇ ଭାଇ

ଜବତ ହୋଇଥିବା ଗଞ୍ଜେଇ ସହ ଦୁଇ ଭାଇ

  • Share this:
News18 Odia Digital

କଟକ: ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀ ଚାଲାଣ ହେଉଥିବା ଏକ ଗଞ୍ଜେଇ ରାକେଟକୁ କଟକରେ ଠାବ କରିଛି କଟକ ଅବକାରୀ ଗୁଇନ୍ଦା ବିଭାଗ। କଟକ ମଙ୍ଗୁଳି ଟୋଲ ଗେଟରେ ରେଡ଼ କରି ବିଭାଗ ୮୧ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବଡ଼ କଥା ଏହାକି ଯେ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଖାଇବା ପାଇଁ ଦୁଇ ଅଭିଯୁକ୍ତ କାରରେ ଏକ ସିକ୍ରେଟ ଚାମ୍ବର କରି ସେଥିରେ ଗଞ୍ଜେଇ ଚାଲାଣ କରୁଥିଲେ ।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗରିଫ ଦୁଇ ଭାଇଙ୍କ ନାଁ କୂଳଦୀପ ରାଜପୁତ ଓ ସଚିନ ରାଜପୁତ । ଉଭୟ ସମ୍ପର୍କରେ ଦୁଇ ଭାଇ । ଦିଲ୍ଲୀ ବାସିନ୍ଦା କୂଳଦୀପ ରାଜପୁତ ଓ ସଚିନ ରାଜପୁତ ଦିର୍ଘ ଦିନ ଧରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରୁ ଗଞ୍ଜେଇ ଚାଲାଣ କରିଆସୁଛନ୍ତି । ଏଠାରୁ ମାତ୍ର ଏକ ହଜାର ଟଙ୍କା କେଜି ପ୍ରତି ଗଞ୍ଜେଇ କିଣି ତାହାକୁ ଦିଲ୍ଲୀ କେଜି ପ୍ରତି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି ।

ଏହି ଦୁଇ ଅଭିଯୁକ୍ତ ଗଞ୍ଜେଇ କାରବାର ପାଇଁ ଏକ ହୋଣ୍ଡା ସିଟି କାରକୁ ସ୍ବତନ୍ତ୍ର ଭାବେ ଡିଜାଇନ କରିଥିଲେ । ଗତ ଶୁକ୍ରବାର ଦିନ ସେହି କାର ଯୋଗେ ଦିଲ୍ଲୀରୁ ଆନ୍ଧ୍ର ପ୍ରଦେଶର ଆଙ୍କାପାଲିରେ ପହଁଚିଥିଲେ । ଶନିବାର ଦିନ ଆଙ୍କାପାଲିରୁ ଆନୁମାନିକ ୮ ଲକ୍ଷ ଟଙ୍କା ମୂଲ୍ୟର ୮୧ କେଜି ଓଜନର ଗଞ୍ଜେଇ ସଂଗ୍ରହ କରିବା ପରେ ସେହି ଗଞ୍ଜେଇକୁ ସେ ଆଣିଥିବା କାର ସିକ୍ରେଟ ଚାମ୍ବରରେ ଭରି ଦିଲ୍ଲୀ ଅଭିମୁଖେ ବାହାରି ଥିଲେ । ଏନେଇ ସୂଚନା ପାଇବା ପରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଙ୍ଗୁଲି ଟୋଲ ଗେଟ ରେ ଜାଲ ବିଛେଇ ଏମାଙ୍କୁ ଧରିଥିଲା । ରେଡ ସମୟରେ ସେମାନଙ୍କ ଠାରୁ ୨୫ ହଜାର ଟଙ୍କା ନଗଦ ବି ଜବତ ହୋଇଛି  ।

ଦୁଇ ଭାଇଙ୍କ କୂଳଦୀପ ରାଜପୁତ ଓ ସଚିନ ରାଜପୁତ


ବଡ଼ କଥା ଏହାକି ଯେ ଏହି ଦୁଇ ଭାଇ ଗତ ବର୍ଷ ଓଡ଼ିଶାରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିବା ବେଳେ ମଥୁରାରେ NCB ହାତରେ ଧାରା ପଡ଼ିଥିଲେ । ୯ ମାସ କାଳ ଜେଲରେ ସଜା କାଟିବା ପରେ ଗତ ଜୁନ ମାସରେ ଜାମିନରେ ଆସିଥିଲେ । ହେଲେ ଜାମିନରେ ଆସୁ ଆସୁ ଉଭୟ ପୁଣି ଥରେ ନିଜ ପୁରୁଣା ବ୍ୟବସାୟକୁ ଫେରିଥିଲେ ।

ଏନେଇ ପଚରାଯିବାରୁ ଅଭିଯୁକ୍ତ ତଥା ବଡ଼ ଭାଇ କୂଳଦୀପ ରାଜପୁତ କହିଛନ୍ତି," ଓଡ଼ିଶା ଆଉ ଆନ୍ଧ୍ର ପ୍ରଦେଶରେ ଉତ୍ପାଦିତ ହେଉଥିବା ଗଞ୍ଜେଇର ମାନ ଉଚ୍ଚକୋଟୀର । ବଜାରରେ ଏହାର ବହୁତ ଚାହିଦା ରହିଛି । ସେଥିପାଇଁ ଏଠାରୁ ଗଞ୍ଜେଇ ନେଇ ସେ ବିକ୍ରି କରିଥାଏ । ଅଧିକ ଲାଭ ପାଇବା ଆଶାରେ କୌଣସି ମଧ୍ୟସ୍ଥି ଜରିଆରେ ନୁହେଁ ବରଂ ସେମାନେ ନିଜେ ହିଁ ଗ୍ରାହକଙ୍କୁ ସିଧାସଳଖ ବିକ୍ରି କରିଥାନ୍ତି" ।
Published by:Soumya Das
First published: