- News18 Odia
- Last Updated :
- Other, India
News18 Odia Digital
କଟକ: କଟକ ଜିଲ୍ଲା ବଡ଼ମ୍ବା ସିଂହନାଥ ପୀଠରେ ମକର ମେଳା ଉତ୍ସବରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ। ଏହି ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଓ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
https://odia.news18.com/news/odisha/stampede-during-makar-mela-rush-on-gopinathpur-badamba-t-bridge-at-cuttck-tv-140123-lpd-148163.htmlବଡ଼ମ୍ବା ସିଂହନାଥ ପୀଠକୁ ପ୍ରସିଦ୍ଧ ମକର ମେଳା ଦେଖିବାକୁ ଯାଇଥିବା ବେଳେ ଟି- ବ୍ରିଜ ଉପରେ ଦଳାଚକଟା ହୋଇଥିଲା। ଏଥିରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ହୋଇଥିଲେ। ଶନିବାର ମକର ସଂକ୍ରାନ୍ତି ଥିବାରୁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କିଛି ମହିଳା ଶ୍ରଦ୍ଧାଳୁ ଗହଳି ଯୋଗୁ ଅଚେତ ହୋଇପଡ଼ିଥିଲେ। ଅସମ୍ଭାଳ ଭିଡ଼ ଯୋଗୁ ଏହି ଅଘଟଣ ଘଟିଥିଲା।
https://odia.news18.com/news/festival/these-zodiac-signs-will-earn-money-in-makar-sankranti-3ssd-15012023-ssd-148209.htmlମୃତକ ଜଣକ ହେଲେ ୫୦ ବର୍ଷୀୟା ଅଞ୍ଜନା ସ୍ୱାଇଁ। ଏନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ସୂଚନା ଦେଇଥିଲେ। କିଛି ଲୋକ ଦଳାଚକଟାରୁ ନିଜକୁ ବଞ୍ଚାଇବା ପାଇଁ ପୋଲ ତଳକୁ ଡେଇଁ ପଡ଼ିଥିବା ଜଣାପଡ଼ିଥିଲା। ମହାନଦୀ ଉପରେ କିଛି ମାସ ତଳେ ଟି-ବ୍ରିଜ ଲୋକାର୍ପିତ ହୋଇଥିଲା। ମହାନଦୀ ସେତୁରୁ ସିଂହନାଥ ପୀଠକୁ ଟି-ବ୍ରିଜ ସଂଯୋଗ କରିଥାଏ। ମକର ମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ ଦଳାଚକଟା ହୋଇଥିବା ନେଇ ସୂଚନା ମିଳିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।