News18 Odia Digital
ଭୁବନେଶ୍ୱର: ରାଜଧାନୀରେ ଜଣେ ପୋଲିସ ବାବୁଙ୍କ ମହାନତା ସାମ୍ନାକୁ ଆସିଛି। ରାଜରାସ୍ତାରେ କାର ଭିତରେ ଅଚେତ ଅବସ୍ଥାରେ ଥିବା ଜଣେ ମହିଳାଙ୍କୁ ଦେଲେ ନୂଆ ଜୀବନ ଦେଇଛନ୍ତି ପୋଲିସ ବାବୁ। ମହିଳା ଜଣଙ୍କ କାର ଭିତରେ ଅଚେତ ଅବସ୍ଥାରେ ଡ୍ରାଇଭର ସିଟରେ ପଡିଥିଲେ । ସେହି ରାସ୍ତାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ପୋଲିସ ଅଧିକାରୀଙ୍କ ନଜର ପଡିଥିଲା। କାଳ ବିଳମ୍ବ ନ କରି ସ୍ଥାନୀୟ କିଛି ଲୋକଙ୍କ ଜରିଆରେ କାର ଭିତରୁ ମହିଳା ଉଦ୍ଧାର କରି ନିଜ କାରରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।
ମିଳିଥିଲା ସୂଚନା ଅନୁସାରେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନିକଟରେ ମଝି ରାସ୍ତାରେ OD 33X 7484 ଧଳା ରଙ୍ଗର କାର ଅଟକି ରହିଥିଲା। କାର ଭିତରେ ଡ୍ରାଇଭର ସିଟ ରେ ଅଚେତ ଅବସ୍ଥାରେ ସୋଇ ରହିଥିଲେ ମହିଳା ଜଣଙ୍କ । ରାସ୍ତାରେ ଯାଉଥିବା ଅନେକ ଲୋକ ଦେଖି ନଦେଖିଲା ପରି ଚାଲି ଯାଉଥିଲେ । ସେହି ରାସ୍ତାରେ ଅଫିସରୁ ଘରକୁ ଫେରୁଥିଲେ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ । ରାସ୍ତା ମାଝିରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଦେଖି ନିଜର ଡ୍ରାଇଭର ଓ ପାଖ ଦୋକାନୀଙ୍କ ସହାୟତାରେ ମହିଳାଙ୍କୁ ଗାଡିରୁ ବାହାର କରିଥିଲେ। ପରେ ନିଜ ଗାଡି ରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିଛି ସମୟ ପରେ ମହିଳାଙ୍କ ଚେତା ଆସିଥିବା ଜଣା ପଡ଼ିଥିଲା ।
ଗାଡ଼ି ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର ମହିଳା ଜଣଙ୍କ ହେଲେ ମହିଳା ଜଣଙ୍କ ମୋନାଲିସା ରଥ। ତାଙ୍କ ଘର ରଘୁନାଥପୁର ଅଞ୍ଚଳର ହୋଇଥିବା ଜଣା ପଡ଼ିଛି । ମୋନାଲିସା ନିଜ ପୁଅକୁ ଆଣିବାକୁ କାର ନେଇ ଯାଉଥିବା ବେଳେ ରାସ୍ତା ମଝିରେ ନିସ୍ତେଜ ହୋଇପଡିଥିବା ଜଣା ପଡ଼ିଛି। ଡାକ୍ତର ଟିମ କହିଛନ୍ତି ମୋନାଲିସା ଦୁର୍ବଳ ଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କୁ ମହିଳାଙ୍କ ମୋବାଇଲ ଫୋନ୍ ଓ ଭ୍ୟାନିଟ୍ ବ୍ୟାଗ୍ ପ୍ରଦାନ କରିଥିଲେ ଏସପି ।
ଘଟଣାଟି ରେଳ ସଦନ ନିକଟରେ ଘଟିଥିବା ବେଳେ ମହିଳାଙ୍କୁ ଉଦ୍ଧାର କରିବା ଓ ମେଡିକାଲରେ ଭର୍ତ୍ତି କରାଇବାରେ ସହାଯ୍ୟ କରିଥିବା ସ୍ଥାନୀୟ ପରିବା ବିକାଳୀ ମହିଳା ଓ ଅନ୍ୟ ଜଣେ ଗାଡ଼ି ଚାଳକ ସଦାଶିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହିତ ନିଜ ଡ୍ରାଇଭରଙ୍କୁ ମଧ୍ୟ ସବାସି ଜଣାଇଛନ୍ତି ଏସପି । ଏ ପୁରା ଘଟଣାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ତ୍ରିପାଠୀ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟ ପାଇଁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।