ବିପଦରେ ଗଜରାଜ! ହତ୍ୟା ପରେ ଦାନ୍ତ କାଟିନେଲେ ହତ୍ୟାକାରୀ

ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ପୁଣି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଜାଗଡ ବନାଞ୍ଚଳ ଅଧିନରେ ଥିବା ଜଙ୍ଗଲରୁ ମିଳଛି ମୃତ ଦନ୍ତାହାତୀର ମୃତ ଦେହ ।

ହତ୍ୟା ପରେ ହାତୀ ଦାନ୍ତ କାଟିନେଲେ ହତ୍ୟାକାରୀ (ପ୍ରତୀକାତ୍ମକ ଛବି)

ହତ୍ୟା ପରେ ହାତୀ ଦାନ୍ତ କାଟିନେଲେ ହତ୍ୟାକାରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ:ଗଞ୍ଜାମରେ ବିପଦରେ ଏବେ ଗଜରାଜ ! ଗଲା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ପୁଣି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଜାଗଡ ବନାଞ୍ଚଳ ଅଧିନରେ ଥିବା ଜଙ୍ଗଲରୁ ମିଳଛି ମୃତ ଦନ୍ତାହାତୀର ମୃତ ଦେହ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ହାତୀର ମୃତ ଦେହ ଠାବ ହୋଇଥିବା ବେଳେ ଦାନ୍ତ କଟାଯାଇଥିବାର ମଧ୍ୟ ଜଣାପଡିଛି । ଯାହାକି ହାତୀକୁ ହତ୍ୟାକରି ଦାନ୍ତ କଟାଯାଇଥିବା ବନ ବିଭାଗ ଅନୁଧ୍ୟାନ କରୁଥିବା ବେଳେ ଦାନ୍ତ କଟାଯାଇଥିବା କଥାକୁ ମଧ୍ୟ ସ୍ଵୀକାର କରିଛି ଅନୁଧ୍ୟାନକାରୀ ଦଳ । ଯାହାକି ଏବେ ପ୍ରମାଣ ଦେଇଛି ଜଙ୍ଗଲରେ ଏବେ ବୁଲୁଛନ୍ତି ହାତୀ ହତ୍ୟାକାରୀ ଦଳ । ଯାହାକି ଏବେ ବନ ବିଭାଗର ଚିନ୍ତା ବଢାଇ ଦେଇଛି ।

“ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ହାତୀ ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି,"କହିଛନ୍ତି ପଶୁ ପ୍ରେମୀ ଏ.ବ୍ରହ୍ମାନନ୍ଦ ଆଚାରୀ।“

ତେବେ ଏହି ଘଟଣା ପ୍ରଘଟ ପରେ ବନ ବିଭାଗ ପହଞ୍ଚି ମୃତ ହାତୀକୁ ଜବତ କରିବା ସହ ବ୍ୟବଛେଦ କରି ପୋତି ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

“ତଥାପି ମୃତ ହାତୀର ବ୍ୟବଛେଦ ସରିଥିବା ବେଳେ ତାକୁ ଅପେକ୍ଷା କରିଛି ବନ ବିଭାଗ । ବ୍ୟବଛେଦ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ," କହିଛନ୍ତି ଉତ୍ତର ଘୁମୁଷର ବନଖଣ୍ଡର ଡିଏଫଓ ପ୍ରସନ୍ନ ବେହେରା।
Published by:Soumya Das
First published: