ମେସେଜ ଖୋଲିଦେଲା ଗୁମର; ସାନଭାଇର ଆତ୍ମହତ୍ୟା ମାମଲାରେ ଜେଲ ଗଲା ବଡ଼ଭାଇ

ସାନଭାଇର ଆତ୍ମହତ୍ୟା ପଛରେ ଥିଲା ବଡ଼ଭାଇର ହାତ । ଆତ୍ମହତ୍ଯା ପୂର୍ବରୁ ସାଙ୍ଗକୁ ସବୁ କଥା ଜଣାଇ ମେସେଜ କରିଥିଲେ । ମେସେଜ ଓ ଅନ୍ଯ ପ୍ରମାଣକୁ ଆଧାର କରି ବଡ଼ଭାଇକୁ ଗିରଫ କରିଛି ପୋଲିସ ।

ଆତ୍ମହତ୍ୟା ମାମଲାରେ ଜେଲ ଗଲେ ବଡ଼ଭାଇ (ପ୍ରତୀକାତ୍ମକ ଛବି)

ଆତ୍ମହତ୍ୟା ମାମଲାରେ ଜେଲ ଗଲେ ବଡ଼ଭାଇ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ପୈତୃକ ସମ୍ପତ୍ତିରୁ ଭାଗ ନ ପାଇ ଦମ୍ପତ୍ତି ନିର୍ଯ୍ୟାତନା ପାଉଥିଲେ । ସାଙ୍ଗକୁ ସବୁ କଥା ଜଣାଇ ମେସେଜ କରିଥିଲେ। ଏହି ମେସେଜ ସବୁ ଗୁମର ଖୋଲି ଦେଇଛି । ଆତ୍ମହତ୍ୟା ମାମଲାରେ ଜେଲ ଯାଇଛି ବଡ଼ଭାଇ। ସାନଭାଇର ଆତ୍ମହତ୍ୟା ପଛରେ ଥିଲା ବଡ଼ଭାଇର ହାତ । ନିର୍ଯ୍ୟାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କରିଥିଲା ସାନଭାଇ । ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ପୁରୀରେ।

ଆତ୍ମହତ୍ୟା କରିଥିବା ସାନଭାଇ ଶକ୍ତି ପ୍ରସାଦ ମହାରଣାଙ୍କ ସ୍ତ୍ରୀ ସୁମିତ୍ରାଙ୍କ  ସୁଚନା ଅନୁଯାୟୀ,ଏହି ମେସେଜ ଆତ୍ମହତ୍ୟା ପୂର୍ବରୁ ତାଙ୍କ ସ୍ୱାମୀ ଶକ୍ତି ତାଙ୍କ ସାଙ୍ଗ ବିରଞ୍ଚିକୁ ହ୍ଵାଟ୍ସଆପ ଯୋଗେ ପଠେଇଥିଲେ । ମେସେଜ ସମ୍ପର୍କରେ ସେ ବି ଜାଣି ନ ଥିଲି। ଆଉ ଏହି ମେସେଜ ସମ୍ପର୍କରେ ଜାଣିବା ପରେ ଆଇନର ଆଶ୍ରୟ ନେଇ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ।

ସାନଭାଇ ଶକ୍ତି ପ୍ରସାଦଙ୍କ ସାଙ୍ଗ ବିରଞ୍ଚିଙ୍କ  ଅଭିଯୋଗ ଅନୁସାରେ , ଶକ୍ତିଙ୍କ ବଡ଼ଭାଇ ଝାଡେଶ୍ୱରୀ ଛକର ୪୬ ବର୍ଷୀୟ ଭାନୁପ୍ରତାପ ମହାରଣା ଦୀର୍ଘ ଦିନ ଧରି ଶକ୍ତି ଓ ସୁମିତ୍ରାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଶକ୍ତିଙ୍କ ଦସ୍ତଖତ ନେଇ ବିଭିନ୍ନ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଋଣ ବଡ଼ଭାଇ ଭାନୁପ୍ରତାପ। ଏଥିରୁ କିଛି ଟଙ୍କା ଶକ୍ତିଙ୍କୁ ଦେଇନଥିଲେ । ବାପାଙ୍କ ମୃତ୍ୟୁ ପରେ ଶକ୍ତିଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ନ ଦେଇ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା।

"୨୦୨୧ ମସିହା ଅଗଷ୍ଟ ୨୨ ତାରିଖରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଶକ୍ତି । ଆଉ ଶକ୍ତିଙ୍କ ସ୍ତ୍ରୀ ସୁମିତ୍ରାଙ୍କ ଅଭିଯୋଗ ସହ ପ୍ରମାଣ ସ୍ୱରୂପ ସମ୍ପୃକ୍ତ ମେସେଜକୁ ଆଧାର କରି ଗତ ୧୦ ତାରିଖରେ ମାମଲା ୯/୨୨ ରୁଜୁ କରି ବଡ଼ଭାଇ ଭାନୁପ୍ରତାପକୁ ଗିରଫ କରାଯାଇଛି ।

"ଭାନୁପ୍ରତାପଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କରିଥିଲେ ସାନଭାଇ ଶକ୍ତି। ମେସେଜଟି ଗୁମର ଖୋଲିଥିବାରୁ ସୁମିତ୍ରାଙ୍କ ଏତଲା କ୍ରମେ ଶକ୍ତିଙ୍କ ଆତ୍ମହତ୍ୟା ପଛରେ ଭାନୁର ହାତଥିବାକୁ ନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି", କହିଛନ୍ତି କୁମ୍ଭାରପଡ଼ା ଥାନା ଅଧିକାରୀ ବିଚିତ୍ରନନ୍ଦ ସେଠୀ" ।
Published by:Soumya Das
First published: