ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ।
News18 Odia Digital
ଆଜି ପୃଥିବୀ ସହ ସୌର ଝଡ଼ ଧକ୍କା ହୋଇପାରେ ବୋଲି ସୂଚନା ମିଳିଥିଲା। କିନ୍ତୁ ପୃଥିବୀ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ତେଣୁ ଏଥିରେ ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ।
ସେ କହିଛନ୍ତି, ସୌର ଝଡ଼ ଏକ ବିରାଟ ବଡ଼ କଣିକାର ସମସ୍ତି। ଯାହା ସୂର୍ଯ୍ୟ ଆଡୁ ବାହାରି ପୃଥିବୀ ଆଡ଼କୁ ଆସୁଛି। ସୂର୍ଯ୍ୟରେ ଅନବରତ ଆଣବିକ ପ୍ରକ୍ରିୟା ଚାଲୁଛି। ବିପୁଳ ପରିମାଣର ଶକ୍ତି ବାହାରୁଛି ଓ ଛୋଟ ବଡ଼ ବିସ୍ଫୋରଣ ମଧ୍ୟ ଘଟୁଛି। ଏହି ବିସ୍ଫୋରଣ ଯେତେବେଳେ ଶକ୍ତିଶାଳୀ ହୁଏ ସୂର୍ଯ୍ୟ ପୃଷ୍ଠରୁ କିଛି କଣିକା ଛିଟକି ବାହାରକୁ ଆସେ। ଯାହା ସବୁବେଳେ ଘଟିଥାଏ। କିନ୍ତୁ ପ୍ରତି ୧୧ ବର୍ଷରେ ଥରେ ଏହାର ସଂଖ୍ୟା ବଢେ। ଯାହାକୁ ସୋଲାର ସାଇକେଲ ବା ସୌର ଝଡ଼ କୁହାଯାଏ। ଏବେ ଯେଉଁ ଝଡ଼ ଆସୁଛି ତାକୁ ସି କାଟାଗୋରୀ ସୌର ଝଡ଼ କୁହାଯାଉଛି। ଅର୍ଥାତ ଏହା ମାଧ୍ୟମ ଧରଣର ଝଡ଼ ଯାହାର ପ୍ରଭାବ ପୃଥିବୀ ଉପରେ ପଡିବ ନାହିଁ।
ସୌର ଝଡ଼ ଦ୍ୱାରା ଟେଲି କମ୍ୟୁନିକେସନ ଓ ବିଦ୍ୟୁତ ଉତ୍ପନ୍ନ କ୍ଷେତ୍ରରେ ଏହା ବ୍ୟାଘାତ ସୃଷ୍ଟି ଭଳି ସ୍ଥିତି ଉପୁଯିବ ନାହିଁ। ଏଭଳି କୌଣସି ଘଟଣା ଘଟିବ ନାହିଁ ବୋଲି ନାସା ସ୍ପଷ୍ଟ କରିଛି। ଏହା ପ୍ରଭାବରେ ମେରୁ ଅଞ୍ଚଳରେ ଏକ ସୁନ୍ଦର ଆଲୋକିତ ଅଞ୍ଚଳ ଦେଖାଯିବ। ଯାହାକୁ ଆରୋନା ବୋରିଲିସ ବା ସୁମେରୁ ଜ୍ୟୋତି କୁହାଯାଏ। ସେହି କଣିକା ଗୁଡିକ ବାୟୁମଣ୍ଡଳରେ ଥିବା କଣିକାକୁ ଚାର୍ଜ କରିଦିଅନ୍ତି ଫଳରେ ଏକ ସୁନ୍ଦର ଆଲୋକିତ ଦୃଶ୍ୟ ଦେଖିବାକୁ ମିଳେ ବୋଲି କହିଛନ୍ତି ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ।
ଜଣେ ସ୍ପେସ ସାଇଣ୍ଟିଷ୍ଟ୍ ଓ ଭୌତିକ ବିଜ୍ଞାନୀ ସୌର ଝଡ଼ ବାବଦରେ ଦାବି କରିଥିଲେ । ସୌର ଝଡ଼ରେ ସୂର୍ଯ୍ୟ ପୃଷ୍ଠରେ ବଡ଼ ବିସ୍ଫୋରଣ ହୋଇଥାଏ, ଯେଉଁଥିରେ ଶେଷରେ ବିଦ୍ୟୁତ୍-ଚୁମ୍ବକୀୟ ବିକିରଣ ଓ ପ୍ରବଳ ଉତ୍ତାପ ସୃଷ୍ଟି ହୋଇଥାଏ । ଯଦିଓ ପୃଥିବୀ ଉତ୍ତାପ ଦ୍ୱାରା ପ୍ରଭାବିତ ହେବନି, କିନ୍ତୁ ନାସା ଅନୁଯାୟୀ ବିଦ୍ୟୁତ୍-ଚୁମ୍ବକୀୟ ବିକିରଣର ପ୍ରଭାବ ପଡିପାରେ ଓ ସାମୟିକ ଭାବରେ ସିଗନାଲ୍ ଟ୍ରାନ୍ସମିସନ୍ ପ୍ରଭାବିତ ହୋଇପାରେ ବୋଲି ଖବର ମିଳିଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।