୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପଡି଼ଲା ଆଶିଂକ ପ୍ରଭାବ; ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବରେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହିତ କମ ଗାଡ଼ି ଚଳାଚଳ ହେଉଥିଲା ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ମାମଲା ଥମିବାର ନାଁ ନେଉ ନାହିଁ । ଦୀର୍ଘ ଦିନ ବିଭିନ୍ନ ସାମାଜିକ ସଂଗଠନ ପ୍ରତିବାଦ ପରେ । ଆଜି ଓଡ଼ିଶା ନବନିର୍ମାଣ କୃଷକ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ୧୨ ଘଂଟିଆ ଓଡ଼ିଶା ବନ୍ଦ ଡ଼ାକରାର ଦିଆଯାଇଥିଲା । ଏହାର ପ୍ରଭାବ ରାଜ୍ୟରେ ଆଂଶିକ ଅନୁଭୂତ ହୋଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡ଼ାକରାର ପ୍ରଭାବରେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ବିଭିନ୍ନ ସ୍ଥାନରେ ଦୋକାନ ବଜା ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ମଧ୍ୟ କମ ରହିଥିଲା ।

ତେବେ ବନ୍ଦ ଡ଼ାକରାକୁ କଂଗ୍ରେସ ସମେତ କିଛି ସିଭିଲି ସୋସାଇଟି ଅନୁଷ୍ଠାନ ସମର୍ଥନ କରିଥିଲେ ମଧ୍ୟ ଏହାର ପ୍ରଭାବ ସେତେଟା ଦେଖିବାକୁ ମିଳି ନଥିଲା । ବନ୍ଦ ଡ଼ାକରା ଯୋଗୁ ଉଭୟ କଟକ ଓ ଭୁବନେଶ୍ୱରରେ ମୋ ବସ ସମେତ ଘରୋଇ ବସ ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସ୍ୱଭାବିକ ଥିଲା । ତେବେ ବନ୍ଦ ଯୋଗୁ ଯାତ୍ରୀ ଓ ଛୋଟଛୋଟ ବ୍ୟବସାୟୀମାନେ ପ୍ରଭାବିତ ହୋଇଥିଲେ ।

ଏପଟେ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଥିବା ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ବିଜେବି ନଗରରୁ ଆରମ୍ଭ ହୋଇଥିଲା ର‌୍ୟାଲି । ଶତାଧିକ ସମର୍ଥକଙ୍କ ସହ ନବ ନିର୍ମାଣ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଅଲ୍ଲି ମହମ୍ମଦଙ୍କ ନେତୃତ୍ୱରେ ଏହି ର‌୍ୟାଲି ଲକ୍ଷ୍ମୀସାଗର ଦେଇ ରସୁଲଗଡ଼ ଯିବା ବାଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।

ଶତାଧିକ ସମର୍ଥକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଅକ୍ଷୟ କୁମାରଙ୍କୁ ଉଠାଇ ନେଇଥିଲା ପୋଲିସ । ନିଜର କିଛି ସମର୍ଥକଙ୍କ ସହ ଅକ୍ଷୟ କୁମାର ନବୀନ ନିବାସକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇ ଏୟାର ଫିଲ୍‌ଡ଼ ଥାନାରେ ଅଟକ ରଖିଥିଲା । ତେବେ ଏହି ବନ୍ଦ ଡ଼ାକରା ପାଇଁ ରାଜ୍ୟ ସରକାରଙ୍କ ମାନସିକତା ହିଁ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ଉଭୟ ନବ ନିର୍ମାଣ ଛାତ୍ର ସଂଗଠନର ଅଲ୍ଲୀ ମହମ୍ମଦ ଓ ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଅକ୍ଷୟ କୁମାର। ଏହି ଘଟଣାରେ ପୋଲିସ ପ୍ରାୟ ୪୦ରୁ ଅଧିକ ପ୍ରତିବାଦକାରୀଙ୍କୁ ଉଠାଇ ନେଇଥିଲା । ଅଧିକାଂଶ ବ୍ୟବସାୟୀ ମଧ୍ୟାହ୍ନ ପରେ ଦୋକାନ ବଜାର ଖୋଲିବା ଆରମ୍ଭ କରିଥିଲେ ।
Published by:Sujit Swain
First published: