ବାଲେଶ୍ୱର ଗସ୍ତରେ ଶିକ୍ଷା ମନ୍ତ୍ରୀ: ଫାଇନ କଲେ ଆଉ ଫାଇନ ବି ଦେଲେ

ଫାଇନ କଲେ ଆଉ ଫାଇନ ଦେଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦିନିକିଆ ବାଲେଶ୍ଵର ଗସ୍ତରେ ଆସିଥିବା ବେଳେ ଏପରି ଘଟିଛି ।

ଶନିବାର ବାଲେଶ୍ୱର ଗସ୍ତରେ ଶିକ୍ଷା ମନ୍ତ୍ରୀ ଆସିଥିଲେ (ପ୍ରତୀକାତ୍ମକ ଛବି)

ଶନିବାର ବାଲେଶ୍ୱର ଗସ୍ତରେ ଶିକ୍ଷା ମନ୍ତ୍ରୀ ଆସିଥିଲେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଫାଇନ କଲେ ଆଉ ଫାଇନ ଦେଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦିନିକିଆ ବାଲେଶ୍ଵର ଗସ୍ତ ଗସ୍ତରେ ଅଚନାକ ସ୍କୁଲରେ ପହଞ୍ଚି ପଣିକିଆ କହି ପାରିଲେନି ବୋଲି ଶିକ୍ଷଙ୍କ ଦରମା ବନ୍ଦ କଲେ ସେପଟେ ବିନା ହେଲେମେଟରେ ବୁଲି ଫାଇନ ଦେଲେ ହଜାରେ ଟଙ୍କା।

ଶନିବାର ଅଚାନକ ବିଭିନ୍ନ ସ୍କୁଲରେ ପହଞ୍ଚିଥିଲେ ଶିକ୍ଷା ମନ୍ତ୍ରୀ । ଶନିବାର ସକାଳେ ମନ୍ତ୍ରୀ ଓ ସଦର ବିଧାୟକ ସ୍ୱରୂପ ଦାସ ବାଲେଶ୍ୱର ଟାଉନ ହାଇସ୍କୁଲ , ବାରବାଟୀ ଗାର୍ଲସ ହାଇସ୍କୁଲ , ମହାବୀର ସ୍କୁଲ ଆଦି ବିଭିନ୍ନ ସ୍କୁଲ ବୁଲି ପିଲାଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ । ମହାବୀର ବିଦ୍ୟାଳୟର ପିଲାଙ୍କୁ ପଚାରିବାରୁ ପଣିକିଆ କହି ପାରିନଥିଲେ। ସେଥିପାଇଁ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି," ଦୁଇ ଲକ୍ଷ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲ ଛାଡ଼ି ସରକାରୀ ସ୍କୁଲକୁ ଆସିଥିବା ବେଳେ ଆଗାମୀ ଦିନରେ ସରକାରୀ ସ୍କୁଲର ପ୍ରତି ଅବିଭାବକମାନେ ଆଗ୍ରହ ବଢ଼ୁଛି । ଏଥି ସହିତ ରାଜ୍ୟରେ ୧୧ ହଜାର ଶିକ୍ଷକ ନିଯୁକ୍ତି ନେଇ ମନ୍ତ୍ରୀ କହିଛନ୍ତି ଆଶା ଅଛି ସୋମବାର ଏହାକୁ ହାଇକୋର୍ଟ ଅନୁମତି ଦେଇଦେବେ। ମୁଖ୍ୟମନ୍ତ୍ରୀ ବିଦେଶରୁ ଫେରିଲେ ନିଯୁକ୍ତି ପ୍ରକ୍ରିୟା ହେବ।"

ଅନ୍ୟପଟରେ ବିନା ହେଲମେଟରେ ବାଇକ ଚଳାଇ ଫାଇନ ଦେଇଛନ୍ତି ମନ୍ତ୍ରୀ।  ବାଲେଶ୍ବର ସହରରେ ମନ୍ତ୍ରୀ ସମୀର ଦାଶଙ୍କୁ ବାଇକରେ ବସାଇ ସ୍କୁଲ ବୁଲାଇଥିଲେ ସଦର ବିଧାୟକ ସ୍ବରୂପ ଦାସ। ବାଇକ ଚଳାଇବାବେଳେ ହେଲମେଟ ପିନ୍ଧି ନଥିବାରୁ ନିଜ ତରଫରୁ ଟ୍ରାଫିକ୍ ଥାନାରେ ପହଞ୍ଚି ହଜାରେ ଟଙ୍କା ଜରିମାନା କାଟିଛନ୍ତି ବିଧାୟକ।

ଏନେଇ ବିଧାୟକ ସ୍ୱରୂପ ଦାସ କହିଛନ୍ତି ,"ବିଭିନ୍ନ ସ୍କୁଲରେ ଅଚନାକ ଗସ୍ତ କରି ଯାଞ୍ଚ କରିଥିଲୁ । ତେବେ ଏହି ସମୟରେ ହେଲମେଟ ନପିନ୍ଧିବା ଆମର ଭୁଲ ଥିଲା ତାକୁ ଆମେ ସ୍ୱୀକାର କରିବା ସହିତ ଫାଇନ ଦେଇଛୁ। ସମସ୍ତଙ୍କୁ ଅନୁରୋଧ ସମସ୍ତେ ନିୟମ ପାଳନ କରନ୍ତୁ"।
Published by:Soumya Das
First published: