ପାର୍କିଂ ଓ ଟ୍ୟାକ୍ସ ଆଦାୟ କରୁଥିବା କିନ୍ନରଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁକରିବେ ସୁଲୋଚନା ଦାସ

ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଉଭୟ ମେୟର ଓ ଡେ଼ପୁଟି ମେୟରଙ୍କ ପ୍ରଥମ କାର୍ଯ୍ୟ ଦିବସ ଥିଲା। ମେୟର ସୁଲୋଚନା ଦାସ ଓ ଡେ଼ପୁଟି ମେୟର ମଞ୍ଜୁଲତା କହଁରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଏମସିର ଅଧିକାରୀ ଓ କର୍ମଚାରୀ।

ପାର୍କିଂ ଓ ଟ୍ୟାକ୍ସ ଆଦାୟ କରୁଥିବା କିନ୍ନରଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ କରିବେ ସୁଲୋଚନା ଦାସ

ପାର୍କିଂ ଓ ଟ୍ୟାକ୍ସ ଆଦାୟ କରୁଥିବା କିନ୍ନରଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ କରିବେ ସୁଲୋଚନା ଦାସ

  • Share this:
News18 Odia Digital

ଭୁବନେଶ୍ବର: ଆନୁଷ୍ଠାନିକ ଭାବରେ ସୋମବାରଠୁ ଅଫିସ ଆସିଲେ। ଦାୟିତ୍ଵ ବି ପ୍ରଥମ ଦିନରେ ତୁଲାଇଲେ। ନିଜ ଅଫିସର କର୍ମକର୍ତ୍ତାଙ୍କୁ ଭେଟିବ ସହ କିନ୍ନରଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ଵରର ମେୟର ଓ ଡେପୁଟି ମେୟର। କିନ୍ନରମାନଙ୍କୁ ସୁଲୋଚନା ଦାସ କହିଛନ୍ତି ଡ୍ରେସ୍ କୋଡ୍ ଲାଗୁ ହେବ କିନ୍ତୁ ବ୍ୟବହାରରେ ଆଣ ପରିବର୍ତ୍ତନ।

ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଉଭୟ ମେୟର ଓ ଡେ଼ପୁଟି ମେୟରଙ୍କ ପ୍ରଥମ କାର୍ଯ୍ୟ ଦିବସ ଥିଲା। ମେୟର ସୁଲୋଚନା ଦାସ ଓ ଡେ଼ପୁଟି ମେୟର ମଞ୍ଜୁଲତା କହଁରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଏମସିର ଅଧିକାରୀ ଓ କର୍ମଚାରୀ। ସୌଜନ୍ୟମୂଳକ ସାକ୍ଷାତ କଲେ ଟ୍ରାନ୍ସଜେଣ୍ଡର ୱେଲଫର ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟ। ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ମଧ୍ୟ ଜଣାଇଲେ।

କିନ୍ନରଙ୍କୁ ବିଏମସିରେ ପାର୍କିଂ ଫି ଓ ହୋଲ୍ଡିଂ ଟେକ୍ସ ଆଦାୟ କରିବାକୁ ସୁଯୋଗ ଦେଇ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି। ଆଗକୁ ଆହୁରି ଅଧିକ ସୁଯୋଗ ଦିଆଯିବ। ପାର୍କିଂ ଫି ଆଦାୟରେ ନିୟୋଜିତ କିନ୍ନରଙ୍କର ୟୁନିଫର୍ମ ରହିଲେ ସେମାନଙ୍କ ସମ୍ମାନ ବଢ଼ିବ ବୋଲି କହିଛନ୍ତି ମେୟର। ତେବେ କିନ୍ନରଙ୍କୁ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଯାହା ଦ୍ବାରା ଗଣ୍ଡଗୋଳିଆ ପରିସ୍ଥିତି ବନ୍ଦ ହେବ।

ପ୍ରଥମ ଦିନରେ ମେୟର ସୁଲୋଚନା ଦାସ ବିଏମସିର ସମ୍ମିଳନୀ କକ୍ଷରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରି ଭୁବନେଶ୍ୱରର ବିଭିନ୍ନ ସମସ୍ୟା ବୁଝି ସେଗୁଡିକର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସେହିଭଳି ଦାୟିତ୍ୱ ଗ୍ରହଣ ପରେ ସେ ମଳ ପରିଚାଳନା ପ୍ଲାଣ୍ଟ ଓ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।

ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଖରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ୱାଟର ATM ଗୁଡିକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଟ୍ରାନ୍ସଜେଣ୍ଡର ୱେଲଫର ଟ୍ରଷ୍ଟ ସଭାନେତ୍ରୀ ମେଘନା ସାହୁ କହିଛନ୍ତି,"ରାଜଧାନୀରେ ମୋଟ ୩୦ ଜଣ କିନ୍ନର କାମ କରୁଛନ୍ତି। ଯେଉଁମାନେ କି ହୋଲ୍ଡିଂ ଟ୍ୟାକ୍ସ ଓ ପାର୍କିଂରେ ନିଜକୁ ନିୟୋଜିତ କରୁଛନ୍ତି। କିନ୍ତୁ କଥା ହେଉଛି କି ଦୈନିକ ମଜୁରୀ ଯାହା ତାହା ତାଙ୍କୁ ପୋଷାଉ ନାହିଁ। ବାକି ଯେଉଁ ଲୋକ ଆସି ପାର୍କିଂ କରୁଛନ୍ତି ସେମାନେ ଯୁକ୍ତି ତର୍କ କରୁଛନ୍ତି। ଏଭଲି ସ୍ଥିତିରେ ନୂଆ ମେୟରଙ୍କୁ ଭେଟି ଡ୍ରେସ୍ କୋଡ୍ ଉପରେ ଆଲୋଚନା ହୋଇଛି।"

ନୂଆ ମେୟର ହୁଅନ୍ତୁ କି ଡେପୁଟି ମେୟର, ଆଗକୁ ଯେତିକି ଚ୍ୟାଲେଞ୍ଜ ଅଛି ସେତିକି ନୂଆ ଯୋଜନା ମଧ୍ୟ ଅଛି। ଦେଖାଯାଉ ତାହା କେତେ ସଫଳ ହେଉଛି।
Published by:Lipina Das
First published: