ଅଲୋଡ଼ା ଭାବି ସନ୍ତାନକୁ ଫିଙ୍ଗି ଦେଲା ମା; ଝୁଣି ଝୁଣି ଖାଇଲା କୁକୁର

ଅଲୋଡ଼ା ଭାବି ନିଜ ନବଜାତ ଶିଶୁଟିକୁ ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଯାଇଛି ମା। ଶେଷରେ ଶିଶୁଟିକୁ ଝୁଣି ଝୁଣି ଖାଇଯାଇଛି କୁକୁର।

ଝୁଣି ଝୁଣି ଖାଇଲା କୁକୁର

ଝୁଣି ଝୁଣି ଖାଇଲା କୁକୁର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବିଶୋଇ: କୁହାଯାଏ ମା ଥିବା ପର୍ଯ୍ୟନ୍ତ ଶିଶୁ ଉପରକୁ ଆଘାତ ଆସେନି। ହେଲେ ଇଏ କେମିତିକା ମା ଯିଏ ଅଲୋଡ଼ା ଭାବି ନିଜ ନବଜାତ ଶିଶୁଟିକୁ ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଯାଇଛି। ଶେଷରେ ଶିଶୁଟିକୁ ଝୁଣି ଝୁଣି ଖାଇଯାଇଛି କୁକୁର। ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ। ସ୍ଥାନୀୟ ସରପଞ୍ଚ କରୁଣାସାଗର ମାରାଣ୍ଡି ଓ ୱାର୍ଡସଭ୍ୟ ବିବେକାନନ୍ଦ ଦାସଙ୍କଠାରୁ ଖବର ପାଇବା ପରେ ପୁଲିସ ମୃତ ଶିଶୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆଜି ସକାଳେ ବିଶୋଇ ବ୍ଲକ୍‌ କାର୍ଯ୍ୟାଳୟ ପଛପଟେ ଏକ କୁକୁର ନବଜାତ ଶିଶୁକୁ କାମୁଡ଼ି ଟେକି ନେଉଥିବା ଦେଖି ସ୍ଥାନୀୟ ଲୋକେ କୁକୁରଟିକୁ ଘଉଡ଼ାଇଥିଲେ।ସେତେବେଳକୁ କୁକୁରଟି ଶିଶୁଟିର ଅଣ୍ଟା ତଳକୁ ଖାଇ ଦେଇଥିଲା। ଶିଶୁର ମୃତ୍ୟୁ ହୋଇସାରିଛି। ଅଣ୍ଟା ତଳକୁ ମାଂସ ନଥିବାରୁ ଶିଶୁଟି ପୁଅ କି ଝିଅ ଜଣାପଡ଼ିନାହିଁ।

କାହିଁକି ଶିଶୁଟିକୁ ମା ଛାଡି ଦେଇ ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଶିଶୁଟି ମିଳିଥିବା ସ୍ଥାନରୁ ଅଳ୍ପ ଦୂରରେ ଥିବା ମିଶନ୍‌ ଶକ୍ତି ଗୃହ ବାରଣ୍ଡାରେ ରକ୍ତଛିଟା, ଲୁଣ ପ୍ୟାକେଟ୍‌ ଓ ପାଣି ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହି ଠାରେ ହିଁ ଶିଶୁଟିକୁ କେହି ଜନ୍ମ ଦେଇ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି।
Published by:Soumya Das
First published: