ଗଞ୍ଜାମରେ ଅନୁଷ୍ଠିତ ହେଲା ଜିଲ୍ଲା ପରିଷଦ ବୈଠକ; ଆଲୋଚନା ହେଲା ବିଭିନ୍ନ ସମସ୍ୟା

ଗଞ୍ଜାମ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦର ସମସ୍ତ ସଦସ୍ୟମାନେ ଯୋଗ ଦେଇ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।

ଗଞ୍ଜାମରେ ଅନୁଷ୍ଠିତ ହେଲା ଜିଲ୍ଲା ପରିଷଦ ବୈଠକ (ପ୍ରତୀକାତ୍ମକ ଛବି)

ଗଞ୍ଜାମରେ ଅନୁଷ୍ଠିତ ହେଲା ଜିଲ୍ଲା ପରିଷଦ ବୈଠକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ଅଧିବେଶନ ଛତ୍ରପୁର ସ୍ଥିତ ଡ଼ିଆରଡ଼ିଏଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦର ସମସ୍ତ ସଦସ୍ୟମାନେ ଯୋଗ ଦେଇ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବୈଠକରେ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ସମସ୍ତ ସମସ୍ୟାର କିଭଳି ଭାବେ ତ୍ବରିତ ସମାଧାନ ହେବ ସେ ନେଇ ପଦକ୍ଷେପ ନିଆଯିବା ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ଏହା ସହିତ କିଛି ଅଞ୍ଚଳରେ ବିଭିନ୍ନ ନୂତନ ପ୍ରକଳ୍ପକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ପ୍ରଥମ ଥର ନିମନ୍ତେ ଜିଲ୍ଲା ପରିଷଦର ବୈଠକରେ ଯୋଗ ଦେଇ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରସ୍ତାବ ଉଠାଇଥିବା ବେଳେ ତାହାର ଖୁବଶୀଘ୍ର ସମାଧାନର ଆଶା ରଖିଛନ୍ତି ନୂତନ ଜିଲ୍ଲା ପରିଷଦ ସଦସ୍ୟମାନେ ।

ରାଜ୍ୟର ସର୍ବବୃହତ୍‌ ଜିଲ୍ଲା ପରିଷଦ ହେଉଛି ଗଞ୍ଜାମ ଜିଲ୍ଲା ପରିଷଦ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ଓ ନୂତନ ଭାବେ ଜିଲ୍ଲା ପରିଷଦ ଗଠନ ହେବା ପରେ ଆଜି ଜିଲ୍ଲା ପରିକ୍ଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦର ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ଜିଲ୍ଲା ପରିଷଦ ବୈଠକ। ଜିଲ୍ଲା ପରିଷଦର ସଭାପତି ଅଞ୍ଜଳୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ କୃଷି ଓ ସମବାୟ, ସମାଜ ମଙ୍ଗଳ, ଶିକ୍ଷା, ସ୍ବାସ୍ଥ୍ୟ, ସାଧାରଣ ବଣ୍ଟନ ଓ ଉଠା ଜଳସେଚନ ଭଳି ଗୁରୁତ୍ତ୍ବପୂର୍ଣ୍ଣ ବିଭାଗ ଗୁଡିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ସଦସ୍ୟମାନେ ନିଜର ସମସ୍ୟା ସମ୍ପର୍କରେ ବୈଠକରେ ନିଜ ଅଞ୍ଚଳର ସମସ୍ୟା କହିଥିବା ବେଳେ ତାହାର ସମାଧାନ ନେଇ ପଦକ୍ଷେପ ନିଆଯିବ ।

‘‘ସମସ୍ତ ଅଞ୍ଚଳର ବିଭିନ୍ନ ଗୁରୁତର ସମସ୍ୟାକୁ ପ୍ରାଥମିକତା ଦିଆଯାଇ ତାହାକୁ କିଭଳି ପ୍ରଥମେ ପୂରଣ କରାଯିବ ଓ କିଛି ନୂତନ ପ୍ରକଳ୍ପକୁ ନେଇ ଯେଉଁମାନେ ପ୍ରସ୍ତାବ ରଖିଛନ୍ତି ତାହାକୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ପୂରଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି,‘‘ କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ ।

‘‘ପୂର୍ବରୁ ଦୁଇ ଥର ଜିଲ୍ଲା ପରିଷଦ ବୈଠକ ହୋଇଥିବା ବେଳେ ପ୍ରଥମ ଥର ନିମନ୍ତେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ନେଇ ଜିଲ୍ଲା ପରିଷଦ ମାନଙ୍କୁ ସୁଯୋଗ ମିଳିଥିଲା । ପ୍ରଥମ ଥର ନିମନ୍ତେ ନିଜ ଅଞ୍ଚଳର ସମସ୍ୟାକୁ ବୈଠକରେ ଉପସ୍ଥାପିତ କରିଛନ୍ତି । ବୈଠକରେ ଜିଲ୍ଳା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ନିଜେ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ତେଣୁ ନିଜ ଅଞ୍ଚଳର ସମସ୍ୟାକୁ ନେଇ ଯେଉଁ ଦାବି ଉଠାଯାଇଛି ଅଥବା ନୂତନ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ ଖୁବଶୀଘ୍ର ପୂରଣ ହୋଇପାରିବ ବୋଲି ଆଶାବାଦୀ ଅଛନ୍ତି,‘‘କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଯୋଶଦା ଶବର।

‘‘ଗଞ୍ଜାମ ଜିଲ୍ଲା ପରିଷଦ ପ୍ରତି ଥର କିଛି ଗଠନ ମୂଳକ ଆଲୋଚନା ଓ ସଫଳ ଆଲୋଚନା ଉପରେ ଗୁରୁତ୍ବ ଦେଇଥାଏ । ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ଓ ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କ ଯୋଜନାରେ କିଭଳି ସୁଫଳ ପାଇବେ ସେ ନେଇ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ ମାନେ ମଧ୍ୟ କାମ କରୁଛନ୍ତି । ତେଣୁ ଏଭଳି ଜିଲ୍ଲା ପରିଷଦ ବୈଠକରେ ଯେଉଁ ସବୁ ପ୍ରସ୍ତାବ ଗୃହିତ ହୋଇଛି ଅଥବା ସମସ୍ୟା ଉପରେ ଆଲୋକପାତ ହୋଇଛି ତାହାର ଖୁବଶୀଘ୍ର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି,‘‘ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ  ।
Published by:Soumya Das
First published: