ଧର୍ମଶାଳା ଲଜକୁ ନିଜ ଦଖଲକୁ ନେଇଛି ଜିଲା ପ୍ରଶାସନ; ରୁମ ସିଲ୍

ଲିଜ ନିୟମ ଖିଲାପ କରିବା ମହଙ୍ଗା ପଡିଲା ଧର୍ମଶାଳା ମାଲିକଙ୍କୁ । ସିଂହଦ୍ୱାର ସମ୍ମୁଖରେ ଥିବା ବାଗେଡିଆ ଧର୍ମଶାଳା ମାଲିକଙ୍କୁ ନୋଟିସ ଜାରୀ ହୋଇଛି । 

ଧର୍ମଶାଳା ଲଜକୁ ନିଜ ଦଖଲକୁ ନେଇଛି ଜିଲା ପ୍ରଶାସନ; ରୁମ ସିଲ୍

ଧର୍ମଶାଳା ଲଜକୁ ନିଜ ଦଖଲକୁ ନେଇଛି ଜିଲା ପ୍ରଶାସନ; ରୁମ ସିଲ୍

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ ;  ଭକ୍ତଙ୍କୁ ନିଶୁଳ୍କ ରହଣି ସୁବିଧା ଦେବା ନେଇ ପୁରୀ ସହରରେ ଅନେକ ଲଜିଂଙ୍କୁ ଲିଜ ଦିଆଯାଇଥିଲା । ସେଥିରୁ ଶ୍ରୀମନ୍ଦିର ନିକଟରେ ଥିବା ବାଗେଡିଆ ଧର୍ମଶାଳା ଲିଜର ନିୟମ ଉଲଙ୍ଘନ କରିବା ଅଭିଯୋଗରେ ଅତିରିକ୍ତ ଜିଲାପାଳଙ୍କ କୋର୍ଟର ଶୁଣାଣୀ ଅନୁସାରେ ଆଜି ଜିଲା ପ୍ରଶାସନ ଧର୍ମଶାଳାକୁ ନିଜ ଦଖଲକୁ ନେଇଛି । ସେହି ସମ୍ପତ୍ତି ଓଡ଼ିଶା ସରକାରଙ୍କର ବୋଲି ପୁରୀ ତହସିଲଦାର ନୋଟିସ ଜାରୀ କରିବା ସହ ଲଜର ଥିବା ରୁମଗୁଡିକୁ ସିଲ କରିଛି । କେବଳ ସିଂହଦ୍ୱାରା ଥାନା ଓ ଆରଆଇ ଅଫିସ ସେଠାରେ ଚାଲୁଥିବାରୁ ତାକୁ ବାଦଦେଇ କୋଠାଟି ଏବେ ପ୍ରଶାସନିକ ଦଖଲରେ ।  ଆଗାମୀ ଦିନରେ ସରକାରୀ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଉପଜିଲାପାଳ ।



ସେପଟେ ପୁରୀରେ ଥିବା ଅନେକ ଲଜିଂରେ ଭକ୍ତମାନେ ସୁଲଭ ମୁଲ୍ୟରେ ରହଣୀର ସୁବିଧା ପାଉଥିବା ବେଳେ ଏଭଳି ଲଜିଂକୁ ସରକାର ନିଜ ଅକ୍ତିଆରକୁ ନେବା ପରେ ଭକ୍ତମାନେ କେଉଁଠି ରହିବେ । ଆଉ ଏହାକୁ ବେଆଇନ ଲିଜକୁ ନେଇ ପ୍ରଶାସନ ନିଜ ଅଧିନକୁ ନେଇଥିବା ବେଳେ ତାହାକୁ ପୁଣିଥରେ ପ୍ରଶାସନ ଭକ୍ତଙ୍କ ପାଇଁ ଯୋଜନା କରିବା ସହ ଧର୍ମଶାଳା ତଳେ ଥିବା ୧୨ଟି ଦୋକାନୀଙ୍କୁ ମଧ୍ୟ ଥଇଥାନ କରାଯାଉ ବୋଲି କହିଛନ୍ତି ଦୋକାନୀ , ସେବାୟତ , ଆଇନଜୀବୀ ।

"ଲିଜ ନିୟମ ଖିଲାପ କରିବା ମହଙ୍ଗା ପଡିଲା ଧର୍ମଶାଳା ମାଲିକଙ୍କୁ । ଲିଜ ନିୟମ ଉଲଙ୍ଘନ ଅଭିଯୋଗ ନେଇ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ହୋଇଥିଲା ଶୁଣାଣୀ । ଆଉ ଶୁଣାଣୀ ଅନୁସାରେ ସିଂହଦ୍ୱାର ସମ୍ମୁଖରେ ଥିବା ବାଗେଡିଆ ଧର୍ମଶାଳା ମାଲିକଙ୍କୁ ନୋଟିସ ଜାରୀ ହୋଇଛି । ତେବେ ଧର୍ମଶାଳାଟି ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସମ୍ପତ୍ତି ପ୍ରବେଶ ଦଣ୍ଡନୀୟ ବୋଲି ଆଉ ଏକ ନୋଟିସ ଆଜି ମାରିଛନ୍ତି ପୁରୀ ତହସିଲଦାର । ଆଉ ଧର୍ମଶାଳାଟିକୁ ଦଖଲକୁ ନେବା ପରେ ତା ଭିତରେ ରହୁଥିବା ଲୋକଙ୍କୁ ଖାଲି କରିବା ସହ ରୁମ ଗୁଡିକୁ ସିଲ କରିଛି ଜିଲା ପ୍ରଶାସନ । ତେବେ ୧୯୬୦ ମସିହାରେ ୯୯ ବର୍ଷିୟା ଲିଜ ନିୟମ ଅନୁସାରେ ଧର୍ମଶାଳାଟିକୁ ନିଶୁଳ୍କ ଓ ସୁଲଭ ଦରରେ ଭକ୍ତଙ୍କୁ ରହଣି ସୁବିଧା ଯୋଗାଇବ । ହେଲେ ଏହି ଧର୍ମଶାଳା କୋଠାକୁ ବ୍ୟବସାୟିକ ଭାବେ ବ୍ୟବହାର କରିବା ଓ ଦୋକାନ ଭଡା ଦେଇ ଅର୍ଥ କମାଇବା ହେଉଛି ଲିଜ ନିୟମ ଉଲଙ୍ଘନର କାରଣ । ତାହାକୁ ନେଇ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ଶୁଣାଣୀ ରାୟ ଅନୁଯାୟୀ ଧର୍ମଶାଳା ଲିଜ ବାତିଲ କରି ନିଜ ଅକ୍ତିଆରକୁ ପ୍ରଶାସନ ନେବ ବୋଲି ମାଲିକଙ୍କୁ ନୋଟିସ ଜାରୀ କରାଯାଇଥିଲା । ଆଜି ମାଜିଷ୍ଟ୍ରେଟ ତହସିଲଦାରଙ୍କ ଉପସ୍ଥିତିରେ ଧର୍ମଶାଳାକୁ ଖାଲି କରି ରିୁମ ଗୁଡିକୁ ସିଲ କରାଯାଇଛି । ଖାଲି ଏହି ଗୋଟିଏ ନୁହେଁ ପୁରୀ ସହରରେ ଏଭଳି ଅନେକ ସମ୍ପତି ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇବା ପାଇଁ ଲିଜ ନାଁରେ ନେଇ ବ୍ୟବସାୟିକ ଭାବେ ଉପଯୋଗ କରିଥିବାରୁ ସେମାନଙ୍କର ମଧ୍ୟ ତାଲିକା କରାଯାଇଛି । ତେବେ ଏହି କୋଠାଟିରେ ଶ୍ରୀମନ୍ଦିର ପ୍ରଶାସନର ରେସିଡେନ୍ସିଆଲ ଅଫିସ କରାଯିବ ବୋଲି ସୁଚନା ମିଳିଛି । ଆଗକୁ ଏହି କୋଠାର କଳେବର ହେବ , ବୋଲି କହିଛନ୍ତି ଉପଜିଲାପାଳ ଭବତାରଣ ସାହୁ" ।

"ବାଗେଡିଆ ଧର୍ମଶାଳାରେ ଯେଭଳି ଭକ୍ତମାନେ ୧୦୦ରୁ ୩୦୦ ଟଙ୍କା ଭିତରେ ଅତି ଆନନ୍ଦରେ ରହିପାରୁଥିଲେ । ଏବେ ଏହି ଧର୍ମଶାଳାକୁ ସରକାର ନିଜ ଅଧିନରେ ନେଇ ଚଳାଇବାକୁ ଦାବୀ ହୋଇଛି । କାରଣ ଏହା ଯେଉଁ ଉଦ୍ଧେଶ୍ୟରେ କରାଯାଇଥିଲା ସେହି ଉଦ୍ଧେଶ୍ୟରେ କରାଯାଉ ବୋଲି ଦାବୀ କରିଛନ୍ତି ବରିଷ୍ଠ ସେବାୟତ ରବ ଦାସ " । "ତେବେ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣରେ ଏହି ଧର୍ମଶାଳାର ବି କଳେବର ହେବା ଦରକାର । ମାତ୍ର ଭକ୍ତଙ୍କ ରହଣିକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର । ଦୈନିକ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତ ଆସୁଥିବା ବେଳେ ୪୦ ପ୍ରତିଶତ ଭକ୍ତ ଧର୍ମଶାଳାରେ ରହିବାକୁ ପସନ୍ଦ କରନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭକ୍ତଙ୍କ ପାଇଁ ସୁଲଭ ମୁଲ୍ୟରେ ରହଣି ବ୍ୟବସ୍ଥା କରି ଧର୍ମଶାଳାକୁ ନିଜ ଦଖଲକୁ ନିଅନ୍ତୁ ସରକାର । ପୁଣି ଏହାକୁ ନିଜ ଦଖଲକୁ ନେବା ପରେ ଧର୍ମଶାଳା ତଳେ ଥିବା ଦୋକାନୀ ବିସ୍ଥାପିତ ହେବାକୁ ଥିବାବେଳେ ସେମାନଙ୍କୁ ବି ଥଇଥାନ କରାଯାଉ ବୋଲି କହିଛନ୍ତି ୬୦ ବର୍ଷ ଧରି ପିତ୍ତଳ ଦୋକାନ କରିଥିବା ଦୋକାନୀ ୭୦ ବର୍ଷୀୟ ନିରଂଜନ ରଥ । ତେବେ ଧର୍ମଶାଳାଟି ଶ୍ରୀମନ୍ଦିର ନିକଟରେ ଥିବାରୁ ଭକ୍ତଙ୍କୁ କମ ମୁଲ୍ୟରେ ରହିବାକୁ ସୁବିଧା ଦିଅନ୍ତୁ ଓ ନ ହେଲେ ଏହାର ବିକଳ୍ପ  ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ଆଇନଜିବୀ ଶରତ ରାୟଗୁରୁ ।
Published by:Soubhagya Mishra
First published: