ଆରମ୍ଭ ହୋଇଛି ଜୋରନ୍ଦା ଗାଦି ମେଳା; କରୋନା କଟକଣା ଭିତରେ ୩ଦିନ ଚାଲିବ ମେଳା

ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଢେଙ୍କାନାଳ ଯୋରନ୍ଦା ମହିମା ଗାଦୀରେ କାଲି ଠାରୁ ଆରମ୍ଭ ହୋଇଛି। ଏହି ପ୍ରସିଦ୍ଧ ମେଳା କରୋନା କଟକଣା ଭିତରେ ସମାପନ ହେବ।

ଆରମ୍ଭ ହୋଇଛି ଢେଙ୍କାନାଳ ଜୋରନ୍ଦା ମେଳା (ପ୍ରତୀକାତ୍ମକ ଛବି)

ଆରମ୍ଭ ହୋଇଛି ଢେଙ୍କାନାଳ ଜୋରନ୍ଦା ମେଳା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ କାଲି ଠାରୁ ଆରମ୍ଭ ହୋଇଛି। ଏହି ପ୍ରସିଦ୍ଧ ମେଳା କରୋନା କଟକଣା ଭିତରେ ସମାପନ ହେବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦି ପୀଠରେ ଚଳିତ ବର୍ଷ ୧୪୯ ତମ ମାଘ ମେଳା ଅନୁଷ୍ଠିତ ହେଉଛି। ଫେବୃଆରୀ ୧୫ ତାରିଖରୁ ଏହି ମେଳା ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ। ସରକାରଙ୍କ କରୋନା ଗାଇଡଲାଇନ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କେବଳ ବିଦ୍ଧି ରକ୍ଷା ପାଇଁ ମାଘ ମେଳା ପାଳନ କରାଯାଉଛି।

ମେଳାର ପ୍ରଥମ ଦିନ ମାଘ ଚତୁର୍ଦ୍ଦଶୀ ତଥା ବାବା ପୁର୍ଣିମା ଓ ଦ୍ୱିତୀୟ ଦିନ ଦେଶ ପୂର୍ଣିମା ଭାବରେ ମହିମାଗାଦୀରେ ସାଧୁ ସନ୍ଥ ମାନଙ୍କ ଦ୍ୱାରା ପର୍ବ ପାଳନ କରାଯାଇଥାଏ। ଏହି ଦୁଇ ଦିନ ଗାଦୀ ମନ୍ଦିରର ଚତୁଃପାଶ୍ୱର୍ରେ ବିରାଟକାୟ ଝାଡ଼ ଦୀପ ପ୍ରଜ୍ୱଳନ କରାଯାଇଥାଏ। ମେଳାକୁ ଆସୁଥିବା ସାଧୁ ସନ୍ନାସୀ ଓ ଭକ୍ତଙ୍କ ଦାନ ସ୍ୱରୁପ ମହଣ ମହଣ ଘିଅରେ ଏହି ଆହୁତି ପ୍ରଦାନ କରାଯାଇଥାଏ। ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମହିମା ପ୍ରଭୁଙ୍କୁ ସ୍ମରଣ କରାଯାଇ ଏହି ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥାଏ।

ପ୍ରତ୍ୟେକ ବର୍ଷ ଏହି ମହିମାଗାଦୀକୁ ଆସାମ, ରାଜସ୍ଥାନ, ପଶ୍ଚିମବଙ୍ଗ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା ଆଦି ସ୍ଥାନରୁ ହଜାର ସାଧୁ ସନ୍ନାସୀଙ୍କ ଆଗମନ ହୋଇଥାଏ। କରୋନା ମହାମାରୀ ପାଇଁ ତିନିବର୍ଷ ହେବ ରାଜ୍ୟ ବାହାରର ସାଧୁ ସନ୍ନାସୀଙ୍କ ଆଗମନ ନେଇ ବାରଣ କରାଯାଇଛି।ଫଳରେ କେବଳ ଯୋରନ୍ଦା ମହିମାଗାଦୀର ଉଭୟ ବକଳଧାରୀ ଓ କୌପୀନଧାରୀ ସାଧୁସନ୍ଥଙ୍କ ଦ୍ୱାରା ବିଦ୍ଧିରକ୍ଷା ପାଇଁ ମାଘ ମେଳାର ନୀତିକାନ୍ତି କରାଯାଉଛି।

"କଟକଣା ଭିତରେ ମଧ୍ୟ ମହିମା ପ୍ରଭୁଙ୍କୁ ସ୍ମରଣ କରି ବକ୍କଳଧାରୀ ଓ କୌପୀନଧାରୀ ସାଧୁ ସନ୍ନାସୀମାନେ ମାଘ ମେଳା ପାଳନ କରୁଛନ୍ତି। ବାହାର ରାଜ୍ୟରୁ ସାଧୁ ସନ୍ନାସୀଙ୍କ ଆଗମନ ଉପରେ କଟକଣା ଲାଗୁ ହୋଇଥିବାରୁ ଖାଁ ଖାଁ ପରିବେଶ ଭିତରେ ଜଗତ କଲ୍ୟାଣ ତଥା ବିଶ୍ୱରୁ ମହାମାରୀ ଦୂରୀଭୂତି ପାଇଁ ମହଣ ମହଣ ଘିଅରେ ଝାଡ଼ ଦୀପ ପ୍ରଜ୍ଜଳନ କରାଯାଉଛି," କହିଛନ୍ତି ମହିମାଗାଦୀ ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ।

"ପ୍ରଶାସନ ପକ୍ଷରୁ ଗାଦୀ ମନ୍ଦିର ପ୍ରବେଶ ପଥରେ ସ୍ୱତନ୍ତ୍ର ବ୍ୟାରିକେଟ କରାଯାଇଛି।କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଭକ୍ତମାନଙ୍କୁ ସ୍ୱଳ୍ପ ସଂଖ୍ୟାରେ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଶାନ୍ତି ଶୃଙ୍ଖଳା ସହ ମାଘ ମେଳା ସମାପନ ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି," କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ।
Published by:Soumya Das
First published: