ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଜାତୀୟ ସ୍ତରରେ ପୁରସ୍କୃତ ହେଲା ଓଡିଶାର ମହିଳା ଓ ଶିଶୁ ବିକାଶ ବିଭାଗ

ଜାତୀୟ ସ୍ତରରେ ପୁରସ୍କୃତ ହେଲା ଓଡିଶାର ମହିଳା ଓ ଶିଶୁ ବିକାଶ ବିଭାଗ

ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ମହିଳା ଓ ଶିଶୁ ବିକାଶ ବିଭାଗ ୨ଟି ବର୍ଗରେ ସ୍କଚ ୨୦୨୧ ପୁରସ୍କାରରେ ସମ୍ମାନିତ ହୋଇଛି।

ଜାତୀୟ ସ୍ତରରେ ପୁରସ୍କୃତ ହେଲା ଓଡିଶାର ମହିଳା ଓ ଶିଶୁ ବିକାଶ ବିଭାଗ
ମହିଳା ଓ ଶିଶୁ ବିକାଶ ବିଭାଗ ୨ଟି ବର୍ଗରେ ସ୍କଚ ୨୦୨୧ ପୁରସ୍କାରରେ ସମ୍ମାନିତ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 5:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ମହିଳା ଓ ଶିଶୁ ବିକାଶ ବିଭାଗ ୨ଟି ବର୍ଗରେ ସ୍କଚ ୨୦୨୧ ପୁରସ୍କାରରେ ସମ୍ମାନିତ  ହୋଇଛି। ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ "ଘରେ ଘରେ ଅରୁଣିମା" ଓ ଅଭିଯାନ "ନିର୍ଭୟା କଢି" ସମ୍ମାନିତ ହୋଇଛି। ଘରେ ଘରେ ଅରୁଣିମାକୁ ପ୍ଲାଟିନମ୍ ବର୍ଗ ଏବଂ  ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ "ନିର୍ଭୟା କଢି"କୁ ସମ୍ମାନଜନକ ଗୋଲ୍ଡ ବର୍ଗରେ ସ୍କଚ ୨୦୨୧ରେ ସମ୍ମାନିତ କରାଯାଇଛି। ଆଦ୍ୟ ଶୈଶବ କାର୍ଯ୍ୟକ୍ରମ "ବାତ୍ସଲ୍ୟ " ନୋମିନେସନ ପର୍ଯ୍ୟାୟରେ ସେମି ଫାଇନାଲରେ ସ୍ଥାନିତ ହୋଇଛି।

କରୋନା ମହାମାରୀ ଆରମ୍ଭରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ହୋଇ ଯିବା ଫଳରେ ପ୍ରାୟ ୧୫ ଲକ୍ଷ ଶିଶୁଙ୍କର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ  ଶିଶୁ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ଯେଭଳି ବାଧାପ୍ରାପ୍ତ ନ ହେବ ଏହାକୁ ଦୃଷ୍ଟିରେ ରଖି 'ଘରେ ଘରେ ଅରୁଣିମା ଆରମ୍ଭ କରିଥିଲା ମହିଳା ଓ ଶିଶୁ ବିକାଶ ବିଭାଗ। ବହୁ ପ୍ରକାର ସୃଜନ କଳା ନୃତ୍ୟ, ଗୀତ,ଗଳ୍ପ୍ କଥନ ଓ ପଠନ,ଚିତ୍ରକଳା,ମାଟି ରେ ବିଭିନ୍ନ ପ୍ରତିକୃତି ଗଠନ, ଯୋଗ, ବ୍ୟାୟମ ଆଦି ଶାରୀରିକ ଅଭ୍ୟାସ ମାଧ୍ୟମରେ ଶିଶୁମାନଙ୍କ ବିକାଶ ପାଇଁ ପ୍ରତ୍ୟେକ ମାସ ନିମନ୍ତେ ବିଷୟବସ୍ତୁ ଆଧାରିତ ଏକ  ବାର୍ଷିକ କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇ ଅଙ୍ଗନବାଡି କର୍ମୀ ମାନଙ୍କ ସହାୟତାରେ ଶିଶୁ ମାନଙ୍କ ପାଖକୁ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିକଳ୍ପନା ବିଶେଷ ଆଦୃତ ହୋଇଥିଲା। ଏହା ସହ ଅନ୍ୟ ରାଜ୍ୟମାନଙ୍କ ଅନୁରୋଧ କ୍ରମେ ଏହି କ୍ୟାଲେଣ୍ଡରକୁ ଇଂରାଜିରେ ଅନୁବାଦ କରାଯାଇ ରାଜ୍ଯ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୱେବ୍ ସାଇଟରେ ଉପଲବ୍ଧ କରାଯାଇଛି। ସେହିପରି ବାଲ୍ୟ ବିବାହ ମୁକ୍ତ ଗ୍ରାମ ସୃଷ୍ଟି ଲକ୍ଷ ନେଇ  ନିର୍ଭୟା କଢି ନାମରେ ସମଗ୍ର ରାଜ୍ୟ ଓ ଗଞ୍ଜାମ ଜିଲ୍ଲାରେ ୨୦୧୯ ମସିହାରେ ଆରମ୍ଭ କରାଯାଇଥିଲା।

ବାଲ୍ୟ ବିବାହ ରୋକିବା ଦିଗରେ ଏହି ସଚେତନତା କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିବା କୁହାଯାଇଛି। ଗଞ୍ଜାମ ଜିଲ୍ଲାର ୩ହଜାର ୨୫୯ ଗ୍ରାମର ୧ ଲକ୍ଷ ୮୩ ହଜାର ୯୩୩  ଜଣ କିଶୋରୀଙ୍କ ନିକଟରେ ଏହି ଅଭିଯାନର ବାର୍ତ୍ତା ପହଞ୍ଚି ପାରିଛି। ସେହିପରି ଜିଲ୍ଲାର ୧୦୩୨ ଗ୍ରାମର ୧୪୦ଟି ୱାର୍ଡ଼କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ୩ବର୍ଷରୁ କମ୍ ବୟସର ଶିଶୁ ମାନଙ୍କ ମସ୍ତିଷ୍କ ବିକାଶ ଗୁରୁତ୍ଵ ଦିଆଯାଇ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇଁ ' ବାତ୍ସଲ୍ୟ 'ଯୋଜନା ଆରମ୍ଭ କରାଯାଇଛି। ଏହି ଶିଶୁ ମାନଙ୍କ ପାଇଁ କୁନି କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇଛି ଓ ସେମାନଙ୍କ ମାନସିକ ଓ ସାମାଜିକ ବିକାଶକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି।

ଆଭାସୀ ମାଧ୍ୟମରେ ଏହି ବିଶାଳ କାର୍ଯ୍ୟକ୍ରମରେ ଦେଶର ବହୁ ରାଜ୍ୟରୁ ବିଶିଷ୍ଟ ବକ୍ତା, ପ୍ରଶାସକ  ଅଂଶଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡିଶାରୁ  ପ୍ୟାନେଲ ଆଲୋଚନାରେ ଭାଗ ନେଇ ନିର୍ଦ୍ଦେଶକ, ସମାଜ କଲ୍ୟାଣ ଓ ସମନ୍ଵିତ ଶିଶୁ ବିକାଶ  ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏହି କାର୍ଯ୍ୟକ୍ରମଗୁଡିକୁ ରାଜ୍ୟରେ କିଭଳି ରୂପାୟନ କରାଯାଉଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।  ରାଜ୍ଯ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦଅଗ୍ରୱାଲ କହିଛନ୍ତି," କୋଭିଡ ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀର ପରିଚାଳନାରେ କେବଳ ଓଡିଶା ସଫଳ ହୋଇନି,ସବୁ ବର୍ଗର ଉନ୍ନତି ସହ ରାଜ୍ଯର ସାମଗ୍ରୀକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି"।
Published by: Soumya Das
First published: November 14, 2021, 5:44 PM IST