ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆରମ୍ଭ ହୋଇଛି ଅଲିଭ ରିଡେଲଙ୍କ ଅଣ୍ଡାଦାନ ପ୍ରକ୍ରିୟା; ଜାରି ହେଲା ମାଛମରା ଡଙ୍ଗା ଚଳାଚଳ ଉପରେ କଟକଣା

ଆରମ୍ଭ ହୋଇଛି ଅଲିଭ ରିଡେଲଙ୍କ ଅଣ୍ଡାଦାନ ପ୍ରକ୍ରିୟା; ଜାରି ହେଲା ମାଛମରା ଡଙ୍ଗା ଚଳାଚଳ ଉପରେ କଟକଣା

ପ୍ରତିବର୍ଷ ନଭେମ୍ବରରେ ସମୁଦ୍ରରେ ହୋଇଥାଏ ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା । ସମୁଦ୍ରରେ ଟ୍ରଲର ଓ ମାଛମରା ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଆରମ୍ଭ ହୋଇଛି ଅଲିଭ ରିଡେଲଙ୍କ ଅଣ୍ଡାଦାନ ପ୍ରକ୍ରିୟା; ଜାରି ହେଲା ମାଛମରା ଡଙ୍ଗା ଚଳାଚଳ ଉପରେ କଟକଣା
କଇଁଛମାନଙ୍କ ଅଣ୍ଡା ସୁରକ୍ଷିତ ରଖିବା ପାଇଁ ମାଛ ମରା ଉପରେ କଟକଣା ଜାରି ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2021, 6:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପ୍ରତିବର୍ଷ ନଭେମ୍ବରରେ ସମୁଦ୍ରରେ ହୋଇଥାଏ ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା  । ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ ହୋଇଥିବା ବେଳେ ଏହା ମେ ମାସ ପର୍ଯ୍ୟନ୍ତ ଜାରୀ ରହେ। ଏଥିଲାଗି ହଜାର ହଜାର ସଂଖ୍ୟକ କଇଁଛ ବେଲାଭୂମି ମୁହଁ ହୋଇଥାନ୍ତି  । ସେମାନଙ୍କର ସୁରକ୍ଷା ପାଇଁ ପୁରୀ ଜିଲା ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସମୁଦ୍ରରେ କରାଯାଇଛି ଟ୍ରଲର ଓ ମାଛମରା ଡଙ୍ଗା ଚଳାଚଳ ଉପରେ କଟକଣା ।  ହେଲେ ଏହି କଟକଣା ସମୟରେ ଟ୍ରଲର ମାନଙ୍କ ଯୋଗୁଁ ଅନେକ କଇଁଛ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏ ନେଇ ସମସ୍ତେ ଯତ୍ନବାନ ଓ ସଚେତନ ହେଲେ ବିରଳ ପ୍ରଜାତିର ଅଲିଭ ରିଡଲେଙ୍କ ସୁରକ୍ଷା ହୋଇପାରିବ ବୋଲି ଆଶାକରାଯାଉଛି।

ପୁରୀ ବେଳାଭୂମି ହେଉ ଅବା ରଷିକୁଲ୍ୟା ସବୁଠି ଏବେ ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ଚାଲିଛି ଅଣ୍ଡାଦାନ  । ହେଲେ ଟ୍ରଲର ହେଉ ବା ଅବାଧ ମାଛମରାକୁ ନେଇ ସମୁଦ୍ରରେ ମରୁଛନ୍ତି ଶହ ଶହ କଇଁଛ । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ମୃତ୍ୟୁବରଣ କରିଛନ୍ତି ଅଲିଭ ରିଡଲେ । ହଜାର ହଜାର କିଲୋମିଟର ସମୁଦ୍ରରେ ଆସି ପୁରୀରୁ ଋଷିକୁଲ୍ୟା ପର୍ଯ୍ୟନ୍ତ ସେମାନେ ଅଣ୍ଡାଦାନ ପାଇଁ ଆସୁଥିବାରୁ ସେମାନେ ଆମ ଅତିଥି। ତେଣୁ ଅଲିଭ ରିଲଡେ କଇଁଛଙ୍କ ଅଣ୍ଡାଦାନ ୠତୁଥିବାରୁ ବେଳାଭୂମିରେ ଓ ସମୁଦ୍ର ଭିତରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଡିସେମ୍ବର ୨୦୧୯ ଓ ୨୦୨୦ ଜାନୁଆରୀରେ ଦୁଇଟି ଟ୍ରଲର ଜବତ କରାଯାଇଥିଲା । ସେପଟେ ବନ ବିଭାଗ ପକ୍ଷରୁ ମଧ୍ୟ ଅଣ୍ଡାଦାନ ପାଇଁ ହାଚେରୀ କରାଯାଇଛି  ।

ଅଲିଭ ରିଡେଲ କଇଁଛ (ପ୍ରତୀକାତ୍ମକ ଛବି)


"ବଙ୍ଗୋପସାଗରରେ ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ପରେ ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ ହୋଇ ଏହା ମେ ମାସ ପର୍ଯ୍ୟନ୍ତ ଜାରୀ ରହେ  । କଇଁଛଙ୍କ ସୁରକ୍ଷା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ବନ ବିଭାଗ ପକ୍ଷରୁ ଗହୀର ମଥାରେ ମାଛମାରିବାକୁ ନେଇ ବର୍ଷ ତମାମ କଟକଣା କରାଯାଇଥିବା ବେଳେ ପୁରୀ ଉପକୁଳରେ ମଧ୍ୟ ମାଛମରା ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ  ଲାଗୁ କରାଯାଇଛି କଟକଣା। ଅସ୍ତରଙ୍ଗରୁ ଆରମ୍ଭ କରି ସାତପଡ଼ା ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମରାକୁ ବ୍ୟାନ କରାଯାଇଛି । ସମୁଦ୍ର ଉପକୁଳର ସମୁଦ୍ର କୁଳରୁ ୫ କିଲୋମିଟର ବ୍ୟାପି ଜଳରାଶିରେ କୌଣସି ଟ୍ରଲର ଚଳାଚଳ କରିପାରିବ ନାହିଁ ବୋଲି କଟକଣା କରାଯାଇଛି । ପୁରୀ ଜିଲାର ବାଲିହରଚଣ୍ଡୀ ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ବ୍ୟାପ୍ତ ବେଳାଭୂମିକୁ ଅଲିଭ ରିଡଲେ ଆସିଥାନ୍ତି  । ଦେବନାସୀ ମୁହାଣରେ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ଚଳାଚଳକୁ ସମ୍ପୁର୍ଣ ନିଷେଧ କରାଯାଇଛି । ତେବେ ପାରମ୍ପରିକ ମତ୍ସ୍ୟଜିବୀମାନେ ମାଛ ଧରିପାରିବେ । ୨୦୧୯ ଡିସେମ୍ବରରେ ଓ ୨୦୨୦ ଜାନୁଆରୀରେ ଦୁଇଟି ଟ୍ରଲର ଜବତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସେପଟେ ମତ୍ସ୍ୟବିଭାଗ ପକ୍ଷରୁ ସେହି ସବୁ ସ୍ଥାନରେ ବୋଟ ସାହାର୍ଯ୍ୟରେ ପାଟ୍ରୋଲିଂ କରାଯାଉଥିବା ବେଳେ ସଂପୁର୍ଣ ଉପକୁଳ ସମୁଦ୍ର ଅଂଚଳରେ ଏପିଆର ଫୋର୍ସ, ଜଙ୍ଗଲ ବିଭାଗ କର୍ମଚାରୀ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ କର୍ମଚାରୀ ଓ ମେରାଇନ ପୋଲିସ ସହାୟତାରେ ପେଟ୍ରୋଲିଂ କରାଯିବ," କହିଛନ୍ତି ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତି।

"କଇଁଛ ଆମର ଅତିଥି ହୋଇଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ଦରକାର । ବର୍ତମାନ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ ଆରମ୍ଭ ହୋଇଛି ।ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଇଁଛ ଅଣ୍ଡାଦାନ ପୂର୍ବରୁ ମଙ୍ଗଳାନଦୀ ଠାରୁ ହରଚଣ୍ଡୀ ମୁହାଣ ମଧ୍ୟରେ ହାଚେରୀ ଓ ମୋଟ ଠାରୁ ଅରଖକୁଡ଼ା ପର୍ଯ୍ୟନ୍ତ ବେଳାଭୂମିରେ ହାଚେରୀ ନିର୍ମାଣ ପ୍ରକ୍ରିୟା ଶେଷ ହୋଇଛି ," କହିଛନ୍ତି ବ୍ରହ୍ମଗିରି ରେଞ୍ଜ ଅଧିକାରୀ ସୁବ୍ରତ ବେହେରା ।

"ବନବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ନେଇ ବାଲି ହରଚଣ୍ଡୀ ବିଟ ହାଉସ ନିକଟରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହ କଇଁଛଙ୍କ ସୁରକ୍ଷା ଓ ଅଣ୍ଡାର ସୁରକ୍ଷା ନିମନ୍ତେ ତାଲିମ ପ୍ରଦାନ କରାଯାଇଛି," କହିଛନ୍ତି ପରିବେଶବିତ ତଥା ସମାଜସେବୀ ରମାଶଙ୍କର ପାତ୍ର।

କଇଁଛଙ୍କ ଅଣ୍ଡା ଗଣିବା ପ୍ରକ୍ରିୟା ଚାଲିଛି (ପ୍ରତୀକାତ୍ମକ ଛବି)


ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ ସମୁଦ୍ରରେ ଅଲିଭ ରିଡଲେ କଇଁଛ ଅସୁରକ୍ଷିତ। ବେଳାଭୂମୀର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଦେଖାଯାଉଛି କଇଁଛଙ୍କର ଏକାଧିକ ମୃତଦେହ। କେତେବେଳେ କୁକୁର ଝିଙ୍କି ଖାଉଛି ତ ଆଉ କେତେବେଳେ କୁଆ ମାନଙ୍କର ଖାଦ୍ୟ ସାଜିଛନ୍ତି ଏହି ଅଲିଭ ରିଡଲେ। ୨୦୧୯ରେ ଜାନୁଆରୀରୁ ତିନିମାସ ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ୧୧୧୭ ଟପିଥିଲା । ସାତପଡାରୁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ଯେଉଁଠି ଦେଖିଲେ ବି କଇଁଛଙ୍କର ମୃତଦେହ ନଜରକୁ ଆସୁଛି। ପ୍ରଥମତଃ ସେମାନଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଥିବା ବେଳେ ଅନ୍ଯପଟେ ମୃତ କଇଁଛଙ୍କୁ ପୋତିଦେବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ଫଳରେ ଏହା ପଚିସଢି ଯିବା ସହ ସୁବର୍ଣ୍ଣ ବେଳାଭୁମୀରେ ଏକ ଦୁର୍ଗନ୍ଧମୟ ଓ ଅସ୍ୱସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ସାତପଡାରୁ ଅସ୍ତରଙ୍ଗର ଦେବୀ ମୁହାଣ ପର୍ଯ୍ୟନ୍ତ ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି। ସମୁଦ୍ର କୂଳରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ରହିଥିଲେ ମଧ୍ୟ ମାଛ ମାଫିଆମାନେ ଏହାକୁ ବେଖାତିର କରିଚାଲିଛନ୍ତି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ଟ୍ରଲର ଚଳାଚଳ ଯୋଗୁଁ ଟ୍ରଲର ମାଡରେ କଇଁଛଙ୍କ ମୃତ୍ୟୁ ଘଟୁଥିବା ପରିବେଶବିତମାନେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପ୍ରତିକୂଳ ପରିବେଶ ଯୋଗୁଁ ଅନେକ କଇଁଚଙ୍କର ଅକାଳ ମୃତ୍ୟୁ ଘଟୁଥିବା ବେଳେ ଅନେକ ଭୟରେ ଫେରିଯାଉଛନ୍ତି। ତେବେ ୨୦୧୮ରେ  ପାଞ୍ଚଶହ ଅଣ୍ଡା ମିଳିଥିବା ବେଳେ ୨୦୧୯ରେ ୧୯୦ଟି ଅଣ୍ଡା ମିଳିଥିଲା । ତେବେ କଇଁଛ ସୁରକ୍ଷା ନାମରେ ରାଜ୍ଯ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ସମୁଦ୍ର ବେଳାଭୂମୀରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି,"କହିଛନ୍ତି ବନ୍ୟଜନ୍ତୁ ବିଶେଷଜ୍ଞ ଆକାଶ ରଞ୍ଜନ ରଥ ।
Published by: Soumya Das
First published: November 11, 2021, 6:54 PM IST