ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡ଼ଲାଇନ ଜାରି; ନଭେମ୍ବରରୁ ଅଫଲାଇନରୁ ହେବ ପାଠ ପଢ଼ା

ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡ଼ଲାଇନ ଜାରି; ନଭେମ୍ବରରୁ ଅଫଲାଇନରୁ ହେବ ପାଠ ପଢ଼ା

ଏକାଦଶ ଶ୍ରେଣୀ ଖୋଲିବା ନେଇ ଗାଇଡଲାଇନ ଜାରି କଲା ଗଣଶିକ୍ଷା ବିଭାଗ। ନଭେମ୍ବର ୧ରୁ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଛି।

ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡ଼ଲାଇନ ଜାରି; ନଭେମ୍ବରରୁ ଅଫଲାଇନରୁ ହେବ ପାଠ ପଢ଼ା
ନଭେମ୍ବର ୨୧ରୁ ଅଫଲାଇନରେ ପାଠ ପଢା ଆରମ୍ଭ ହେବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 18, 2021, 7:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ଖୋଲିବା ନେଇ ଗାଇଡଲାଇନ ଜାରି କଲା ଗଣଶିକ୍ଷା ବିଭାଗ। ନଭେମ୍ବର ୧ରୁ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି।

ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଚିଠି କରିଛି। ସବୁ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ। ୨୧ ତାରିଖରୁ ରାଜ୍ୟରେ ଚାଲିବ ଏକାଦଶ ଶ୍ରେଣୀର ଅଫଲାଇନ ପାଠପଢ଼ା। ଏକାଦଶ ଶ୍ରେଣୀରେ ଦଶମ ଶ୍ରେଣୀର ପାଠର ସଂପୃକ୍ତ ଅଂଶ ଆଲୋଚନା ହେବ। ନିୟମିତ ବ୍ୟବଧାନରେ ଅଭିଭାବକ-ଶିକ୍ଷକ ବୈଠକ ଆୟୋଜନ କରାଯିବ। CHSE ସିଲାବସ ଉପରେ ସଚେତନତା ପାଇଁ ଏକ ଅସ୍ଥାୟୀ ପରିଚୟ କାର୍ଡ ପ୍ରଦାନ କରାଯିବ। www.chseodisha.nicରେ ଉପଲବ୍ଧ ହେବ। CHSE ଅନୁଯାୟୀ ସମସ୍ତ ପାଠ୍ୟ ପୁସ୍ତକ, ୨ କଳା ବିଜ୍ଞାନ ଓ ବାଣିଜ୍ୟ ପାଇଁ ଓଡ଼ିଶା ପାଠ୍ୟକ୍ରମ ପାଠ୍ୟ ପୁସ୍ତକ ବ୍ୟୁରୋ ଓଡିଶାର ୱେବସାଇଟରେ https://www.textbookbureauodisha.inରେ ଉପଲବ୍ଧ ହେବ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଡାଉନଲୋଡ କରିବାକୁ ସୂଚନା ଦିଆଯାଇଛି। ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ କ୍ଲାସର କରାଯିବ ସଚେତନତା। ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ କ୍ଲାସ୍ DHSE ଦ୍ୱାରା ପ୍ରଦାନ କରାଯାଇଥିବା ସମୟ ସାରଣୀ ଅନୁଯାୟୀ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏକାଦଶର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ ଓ ବାଣିଜ୍ୟ କରାଯିବ। ପୋଷ୍ଟ ହୋଇଥିବା ୟୁଟ୍ୟୁବ କ୍ଲାସ ପାଇଁ ଲିଙ୍କ ସମ୍ପୃକ୍ତ ଷ୍ଟ୍ରିମର ଛାତ୍ରଛାତ୍ରୀମାନଙ୍କ ସହିତ ଅଂଶୀଦାର ହୋଇପାରେ। ୟୁଟ୍ୟୁବ ଶ୍ରେଣୀର ଉପଯୋଗୀତା ଓ ଉପଲବ୍ଧତା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ଉଚିତ୍। କ୍ଲାସ ଓ ହଷ୍ଟେଲଗୁଡିକରେ COVID-19 ପ୍ରୋଟୋକଲ୍।  ବିଦ୍ୟାଳୟ ଖୋଲିବା ତାରିଖ ପୂର୍ବରୁ ସଫେଇ ସମ୍ବନ୍ଧୀୟ ଠିକ ରିପୋର୍ଟ ସମ୍ପୃକ୍ତ DEO ଦାଖଲ କରିବେ।

"ଆମେ ନୂଆ ପିଲାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛୁ। ସଫେଇଠାରୁ ଆରମ୍ଭ କରି ସାନିଟାଇଜେସନ ସବୁ କିଛି ଆରମ୍ଭ ହୋଇଛି। ପିଲାମାନଙ୍କ ସିଟିଂ ଆରେଞ୍ଜମେଣ୍ଟ ଓ ଇଣ୍ଡକ୍ସନ କାର୍ଯ୍ୟକ୍ରମ ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ଯାହା ଗାଇଡଲାଇନ ଗଣଶିକ୍ଷା ବିଭାଗ ଜାରି କରିଛି ସେଇ ହିସାବରେ ଆମେ କାମ କରିବୁ,"କହିଛନ୍ତି ରାଜଫାହାଣୀ ହାଇଅର ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ତ୍ରିପାଠୀ।

କୋଭିଡ଼ ଯୋଗୁଁ ଶିକ୍ଷାବର୍ଷ ପ୍ରାୟ ୩ ମାସ ବିଳମ୍ବରେ ଆରମ୍ଭ ହେଉଛି। ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ୩ମାସ ବିଳମ୍ବରେ ଆସିବେ ସ୍କୁଲ। ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଅଫଳାଇନ କ୍ଳାସ। ପ୍ରଥମ ଦିନରେ ନୂଆ ଫର୍ମାଟ ଓ ପରୀକ୍ଷା ଢାଞ୍ଚା ନେଇ ହେବ ସ୍ୱତନ୍ତ୍ର ଆଲୋଚନା। ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ୪ଟି ପରୀକ୍ଷା। ପ୍ରତି ୩ମାସରେ ହେବ ଗୋଟିଏ ପରୀକ୍ଷା। ପ୍ରତି ବିଷୟର ୨୦ ନମ୍ବର ଲେଖାଏଁ ୪୫ ମିନିଟ ହେବ ପରୀକ୍ଷା। ପ୍ରତି ପରୀକ୍ଷାର ନମ୍ବର ସି ଏଚ ଏସ ଇ ୱେବସାଇଟରେ ଅପଲୋଡ଼ ହେବ। ବର୍ଷ ଶେଷରେ ଯଦି କୌଣସି କାରଣ ବଶତଃ ପରୀକ୍ଷା ହୋଇ ନପାରେ ଏହାକୁ ଆଧାର କରି ମୂଲ୍ୟାୟନ ହେବ। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟବ୍ୟାପୀ ସବୁ ପରୀକ୍ଷା ଏକ ସମୟରେ କଲେଜ ସ୍ତରରେ ହେବ। ଖୁବଶୀଘ୍ର ଏନେଇ ସି.ଏଚ.ଏସ.ଇ କରିବ ନୋଟିସ।

"ଚଳିତ ବର୍ଷଠାରୁ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷରେ କ୍ବାଟରଲୀ ପରୀକ୍ଷା ହେବ। ସେ ନେଇ ୩୦% କମ ସିଲାଵସ ସହ ପରୀକ୍ଷା ନେଇ ସବିଶେଷ ନୋଟିସ ପ୍ରକାଶ କରିଛୁ। ସମସ୍ତ କଲେଜ ଅଧ୍ୟକ୍ଷ ମାନଙ୍କୁ ମଧ୍ୟ ଜଣାଇଛୁ। କେବଳ ତାରିଖ ଦେବା ବାକି ଅଛି। ଏଣୁ ୨୧ ତାରିଖ ଇଣ୍ଡକ୍ସନ କ୍ଳାସ ରେ ଏ ବିଷୟରେ ଅବଗତ କରାଇବାକୁ ଆମେ ସମସ୍ତ ଅଧ୍ୟକ୍ଷ ମାନଙ୍କୁ ଜାନାଇଛୁ। ପିଲାଙ୍କୁ ଚାପମୁକ୍ତ କରିବାକୁ ଏ ଷ୍ଟେପ ସି.ଏଚ.ଏସ.ଇ ନେଇଛି,"କହିଛନ୍ତି  ସି.ଏଚ.ଏସ.ଇ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠି।
Published by: Soumya Das
First published: October 18, 2021, 7:17 PM IST