ନୂଆବର୍ଷରେ ଶିକ୍ଷା ବିଭାଗରେ ନୂଆ ସଂକଳ୍ପ; ପୂର୍ଣ୍ଣାଙ୍ଗ ରୂପ ନେବ ସବୁ ଆଦର୍ଶ ସ୍କୁଲ

୨୦୨୦-୨୦୨୧ ଶୈକ୍ଷିକ ବାତାବରଣକୁ ବିଗାଡି ଦେଇ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତକୁ ବିପନ୍ନ ସ୍ଥିତିକୁ ନେଇଯାଇଛି। ତେବେ ଏହି ଭିତରେ କଣ ରହିଛି ୨୦୨୨ ପାଇଁ ଶିକ୍ଷାବିଭାଗର ସଂକଳ୍ପ ।

ନୂଆ ବର୍ଷରେ ନୂଆ ସଂକଳ୍ପ ନେଇଛି ଶିକ୍ଷା ବିଭାଗ (ପ୍ରତୀକାତ୍ମକ ଛବି)

ନୂଆ ବର୍ଷରେ ନୂଆ ସଂକଳ୍ପ ନେଇଛି ଶିକ୍ଷା ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୨୦୨୦-୨୦୨୧ ବର୍ଷ ଶିକ୍ଷାକୁ ଅନ୍ଧକାର ଭିତରକୁ ଠେଲି ନେଇଛି। ଶୈକ୍ଷିକ ବାତାବରଣକୁ ବିଗାଡି ଦେଇ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତକୁ ବିପନ୍ନ ସ୍ଥିତିକୁ ନେଇଯାଇଛି। ତେବେ ଏହି ଭିତରେ କଣ ରହିଛି ୨୦୨୨ ପାଇଁ ଶିକ୍ଷାବିଭାଗର ସଂକଳ୍ପ ।

ଦେଶ ତଥା ରାଜ୍ୟରେ ଗତ ଦୁଇ ବର୍ଷ ହେବ ଦୁଇଟି ଶିକ୍ଷାବର୍ଷ କୋଭିଡ ମହାମାରୀ ଭିତରେ ସର୍ବାଧିକ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛି। ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଢାଞ୍ଚାରେ ପୁରୁଣା ଅଭିଜ୍ଞତାକୁ ନେଇ ନୂଆ ସଂକଳ୍ପ ଓ ସଂଶୋଧନ ହେଉଛି । ଏହାରି ଭିତରେ ପୁଣି କୋରୋନାର ଓମିକ୍ରନ ପ୍ରଜାତି ୨୦୨୨ ବର୍ଷ ଆରମ୍ଭରୁ ମୁଣ୍ଡ ଟେକିଛି। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଠପଢା, ପରୀକ୍ଷା ଓ ଫଳା ଫଳକୁ ଗୁରୁତ୍ବ ଦିଆଯିବା ସହ ଭିତ୍ତିଭୂମି ଓ ଶିକ୍ଷକ ନିଯୁକ୍ତି ବଡ ଆହ୍ବାନ ଥିବା କହିଛି ଗଣଶିକ୍ଷା ବିଭାଗ। ଶିକ୍ଷାବିତ୍ କହିଛନ୍ତି," ଶିକ୍ଷକ ନିଯୁକ୍ତି,ଭିତ୍ତି ଭୂମି, ସ୍କୁଲରେ କୋଭିଡ ପରିଚାଳନା ଏକ ବଡ ଚ୍ୟାଲେଞ୍ଜ। ଶୈକ୍ଷିକ ପରିବେଶକୁ ବଡ଼ କ୍ଷତାକ୍ତ କରି ପିଲାଙ୍କୁ ଅନ ଲାଇନର ଅସୁରକ୍ଷିତ ବଳୟ ଭିତରେ ପେଶି ଦେଇଛି। କିନ୍ତୁ ତା ଭିତରେ ଜନ୍ମ ନେଇଛି ୨୦୨୨। ୨୦୨୨ ଶିକ୍ଷାବର୍ଷର ନୂଆ ସକାଳ। ଆରମ୍ଭ ହୋଇଛି। ଗତ ଦୁଇଟି ଶିକ୍ଷାବର୍ଷରୁ ଶିକ୍ଷା ଲାଭ କରି ନୂତନ ୨୦୨୨ ବର୍ଷରେ ନୂଆ ସଂକଳ୍ପ ନେଇଛି ଗଣଶିକ୍ଷା ବିଭାଗ।"

"ଏଯାଏଁ ୨୫୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ବାକି ବ୍ଲକ ଗୁଡିକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ସହ ଚଳିତ ବର୍ଷ ଠାରୁ ଏଠାରେ ଷଷ୍ଠ ଶ୍ରେଣୀରୁ ପାଠ ପଢ଼ା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ୨୦୨୨ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯାଇ 5T ଅଧୀନରେ ଅଣାଯିବ। ଏହାସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଜାରି ରହିଥିବା ବେଳେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ସାରିଛି । ସେହିଭଳି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ୧୭ଶହ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି," ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ସବୁଠାରୁ ବଡକଥା ହେଉଛି ଗତ ଦୁଇଟି ଶିକ୍ଷାବର୍ଷରେ ପାଠପଢା ଓ ବାର୍ଷିକ ପରୀକ୍ଷା ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ତେଣୁ ଏଥିରୁ ଶିକ୍ଷାଲାଭ କରି ସରକାର ଆସେସେଣ୍ଟ ପରୀକ୍ଷା ଭାବେ ଏଥର ବିକଳ୍ପ ବ୍ୟବସ୍ଥା କରି ପ୍ରସ୍ତୁତ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ତଥାପି ସ୍ଥିତି ଅନୂକୁଳ ରହିଲେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ରହିଛି ।

ତେବେ ପ୍ରାଥମିକ ଶିକ୍ଷାରୁ ଉଚ୍ଚତ୍ତର ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରତ୍ୱ ଦିଆଯିବା ଉପରେ ଧ୍ୟାନ ଦିଆଯାଉଥିବା ବିଭାଗୀୟ ମନ୍ତ୍ରୀ କହିଥିବା ବେଳେ ୨୦୨୨ରେ ଶିକ୍ଷାର ଭାଗ୍ୟ କିପରି ରହୁଛି ତାହା ସମୟ କହିବ ।
Published by:Soumya Das
First published:
)}