ଜଳୁଛି ସାରା ଓଡ଼ିଶା; ୧୧ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

୪୦ ଉପରେ ୨୩ ଆଉ ୪୪ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା । ସେପଟେ ପାଣିପାଗ ବିଭାଗ କହିଛି କି ଆହୁରି ୪ ଦିନ ଜାଳିବ ଖରା । ଏହାସହ ୧୧ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

୧୧ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ (ପ୍ରତୀକାତ୍ମକ ଛବି)

୧୧ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଅସମ୍ଭାଳ ତାତି । ଆକାଶରୁ ସତେ ଯେମିତି ପଡୁଛି ନିଆଁ ଝୁଲ । ୪୦ ଉପରେ ୨୩ ଆଉ ୪୪ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା । ୪୪. ୫ ଡିଗ୍ରୀ ସହ ପୁଣିଥରେ ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର । ସେପଟେ ପାଣିପାଗ ବିଭାଗ କହିଛି କି ଆହୁରି ୪ ଦିନ ଜାଳିବ ଖରା । ଏହାସହ ୧୧ ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜୀବନ । କିଛି ଦିନ ହେବ ସୁବର୍ଣ୍ଣପୁରରେ ୪୩ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ପ୍ରବଳ ଗରମ ସାଙ୍ଗକୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ । ଫଳରେ ଲୋକେ ତ୍ରାହି ତ୍ରାହି ଡାଲିକେଣି। ବୌଦ୍ଧ ଜିଲ୍ଲାରେ ବି ଦିନକୁ ଦିନ ତାପମାତ୍ରା ବଢୁଥିବାବେଳେ ଅସହ୍ୟ ଗରମରେ ସଢୁଛନ୍ତି ଜିଲ୍ଲାବାସୀ । ଏମିତିକି ସବୁଠୁ ଉତ୍ତପ୍ତ ସହରର ତାଲିକାରେ ବି ଆସିଗଲାଣି ବୌଦ୍ଧ । ତେବେ ଏତେ ଖରା ସତ୍ତ୍ୱେ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଜଳଛତ୍ର ଖୋଲିନି। ଦେବଗଡ଼ରେ ବି ସମାନ ଅବସ୍ଥା । ଦିନବେଳା ୪୨ ଡିଗ୍ରୀ ଉପରେ ତପମାତ୍ରା ରହୁଥିବାବେଳେ ଗରମରେ ଶିଝୁଛନ୍ତି ଲୋକେ। ଶିଳ୍ପ ନଗରୀ ଝାରସୁଗୁଡ଼ାରେ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ପ୍ରବଳ ଖରା ଯୋଗୁଁ ଦିନବେଳା ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଏହାରି ଭିତରେ ଲୋ ଭୋଲ୍ଟେଜ ଓ ବିଦ୍ୟୁତ କାଟ ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରୁଛି।

ପାଣିପାଗ ବିଭାଗର କହିବା କଥା କି ଏବେ ତାତିରୁ ତ୍ରାହି ନାହିଁ । ଆଗାମୀ ଚାରି ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିବ। ସେହିପରି ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ହିଟ୍‌ ୱେଭ୍‌ ଜାରି କରାଯାଇଛି । ଏହି ୧୧ ଜିଲ୍ଲା ହେଲା ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର । ସେହିପରି ମେ ୧ରୁ ଉପକୂଳ ଓଡିଶାରେ ରହିଛି କାଳବୈଶାଖୀ ସମ୍ଭାବନା।

ପ୍ରବଳ ଖରାକୁ ଦେଖି ବିଭିନ୍ନ ଜିଲ୍ଲାରେ ଅଂଶୁଘାତ ସତର୍କତା ଜାରି କରିଛି ପ୍ରଶାସନ। କାମ ନଥିଲେ ଦିନ ୧୦ଟାରୁ ଅପରାହ୍ନ ୩ ଟା ଭିତରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
Published by:Soumya Das
First published: