ଅନଲାଇନ ହେବ ସମ୍ପୂର୍ଣ୍ଣ ପରିବହନ ବ୍ୟବସ୍ଥା; ନିଷ୍ପତ୍ତିକୁ ମିଳୁଛି ମିଶ୍ର ପ୍ରତିକ୍ରିୟା

ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଲାଗୁ ହୋଇଥିବା ଅନଲାଇନ ଆବେଦନ ପ୍ରକ୍ରିୟାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଗ୍ରାମାଞ୍ଚଜଳରେ ଇଣ୍ଟରନେଟ ବ୍ୟବସ୍ଥା ବହୁତ ଖରାପ ଥିବାରୁ ସେଠାକାର ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅନେକ ମତ ରଖିଛନ୍ତି ।

ଅନଲାଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅନଲାଇନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି (ପ୍ରତୀକାତ୍ମକ ଛବି)

ଅନଲାଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅନଲାଇନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odisha Digital

ଭୁବନେଶ୍ୱର: ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଲାଗୁ ହୋଇଥିବା ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଅନେକ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ମଧ୍ୟ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ଉଚିତ୍ ବୋଲି ମତ ରଖିଛନ୍ତି । ବିଶେଷକରି ଏଭଳି ଅନଲାଇନ ଆବେଦନ ପ୍ରକ୍ରିୟା ଦ୍ୱାରା ସହରାଞ୍ଚଳକୁ ଛାଡ଼ି ଦେଲେ ସହର ଉପାନ୍ତ ତଥା ଗ୍ରାମାଞ୍ଚଜଳରେ ଇଣ୍ଟରନେଟ ବ୍ୟବସ୍ଥା ବହୁତ ଖରାପ ଥିବାରୁ ସେଠାକାର ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅନେକ ମତ ରଖିଛନ୍ତି ।

ଶୁକ୍ରବାର ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା କରାଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଅନୁସାରେ, ଜାନୁୟାରୀ ପହିଲାରୁ ସାରା ରାଜ୍ୟରେ ପରିବହନ ବିଭାଗ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ଲର୍ନର ଲାଇସେନ୍ସ, ବିଭିନ୍ନ ପ୍ରକାର ଗାଡ଼ିର ପରମିଟ୍‌,ରୋଡ଼ ଟ୍ୟାକ୍ସ ଭଳି ସମସ୍ତ କାର୍ଯ୍ୟକ୍ରମ ଏଣିକି ଅନ୍‌ଲାଇନ୍‌ରେ କରାଯିବା ପାଇଁ କୁହାଯାଇଛି ।

ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଅନେକ କ୍ଷେତ୍ରରେ ଅଫଲାଇନ୍ ବ୍ୟବସ୍ଥାରେ ମିଡ଼ିଲ ମ୍ୟାନର ଆବଶ୍ୟକତା ବଢୁଛି । ଏହାଦ୍ୱାରା ସାଧାରଣ ଆବେଦନକାରୀଟିଏ ଠକାମିର ଶୀକାର ହେଉଛନ୍ତି । ମୁଖ୍ୟ କଥା ହେଲା, ପରିବହନ ବିଭାଗର ତଦାରଖ ପରେ ମଧ୍ୟ ମିଡ଼ିଲମ୍ୟାନ ବା ଦଲାଲଙ୍କ ଭୂମିକା କମ୍ ହେଉନାହିଁ । ତେଣୁ ସମସ୍ତ ବ୍ୟବସ୍ଥାକୁ ଅନ୍‌ଲାଇନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ପରିବହନ ବିଭାଗର ଏଭଳି ନିଷ୍ପତ୍ତିକୁ ଅନେକ ସମର୍ଥନ କରିଥିବାବେଳେ ଅନେକ ମଧ୍ୟ ଏଥିରେ ପରିବର୍ତ୍ତନ ହେବା ଉଚିତ୍ ବୋଲି ମତ ରଖିଛନ୍ତି । ରୋଡ଼ ସେଫ୍‌ଟି ସୋସାଇଟିର ବରିଷ୍ଠ ସଦସ୍ୟ ତଥା ଖୋର୍ଦ୍ଧା ଜିଲା ରୋଡ଼ ସେଫ୍ଟି ସୋସାଇଟିର ସଦସ୍ୟ ଦିଲୀପ ପଣ୍ଡାଙ୍କ ସୂଚନା ଅନୁସାରେ, ଏଭଳି ବ୍ୟବସ୍ଥାକୁ ଲାଗୁ କରାଯିବା ସ୍ୱାଗତଯୋଗ୍ୟ ଉଦ୍ୟମ । କିନ୍ତୁ ଆନୁସଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ ନ ଦେଇ ସବୁ କାର୍ଯ୍ୟକୁ ଅନ୍‌ଲାଇନ୍ କରାଯିବା ଦ୍ୱାରା ସାଧାରଣ ଲୋକେ ଠକାମିର ଶୀକାର ହେବେ । ଏହାର ଅନେକ ଉଦାହରଣ ରହିଛି । ବିଶେଷକରି ଅନେକ କ୍ଷେତ୍ରରେ ଦେଖାଯାଉଛି ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଅନ୍‌ଲାଇନ୍ ପେମେଣ୍ଟ ବ୍ୟବସ୍ଥାରେ ଲୋକେ ଟଙ୍କା ଦାଖଲ କରୁଥିବା ବେଳେ ଏହା ଫେରସ୍ତ ପାଇଁ କିଛି ବ୍ୟବସ୍ଥା ନାହିଁ । ଖାସ୍‌କରି ଏହି ଟଙ୍କା ଫେରସ୍ତ ବ୍ୟବସ୍ଥାରେ ଭୂମିକା କାହାର ରହିଛି ସେନେଇ ସାଧାରଣଲୋକେ ଅଜ୍ଞ । ତେଣୁ ଅନ୍‌ଲାଇନ୍ ବ୍ୟବସ୍ଥାକୁ ଲାଗୁ କରାଯିବା ପୂର୍ବରୁ ପରିବହନ ବିଭାଗ ଭିତ୍ତିଭୂମିର ବିକାଶ ପାଇଁ ଗୁରୁତ୍ୱ ଦେବା ଦରକାର ।

ପରିବହନ ବିଭାଗରେ ଅନେକ ବ୍ୟବସ୍ଥାରେ ସୁଧାର ଆସିବା ଉଚିତ୍ ବୋଲି ମତ ରଖିଛନ୍ତି ବରିଷ୍ଠ ଆଡ଼ଭୋକେଟ୍ ତଥା ଭାରତ ବିକାଶ ପରିଷଦ ସଂଗଠନର ରାଜ୍ୟ ଆବାହକ ସୁବ୍ରତ ନନ୍ଦ । ତାଙ୍କ ମତରେ ପରିବହନ ବିଭାଗର ସମସ୍ତକାର୍ଯ୍ୟ ପାଇଁ ଅନ୍ଲାଇନ୍ ସହିତ ଅଫ ଲାଇନର ବ୍ୟବସ୍ଥା ରହିବା ଜରୁରୀ । କେବଳ ଉପାନ୍ତ ଅଞ୍ଚଳ ନୁହେଁ, ସହର ଭିତରେ ଓ ସହର ଉପକଣ୍ଠରେ ଇଣ୍ଟରନେଟ ଅବ୍ୟସ୍ଥା ବହୁତ ଚିନ୍ତାଜନକ ।

ସାଧାରଣ ଉପଭୋକ୍ତା ମଧ୍ୟ ଏଭଳି ଅନ୍‌ଲାଇନ୍ ବ୍ୟବସ୍ଥାକୁ ଗ୍ରହଣ କରି ପାରୁନାହାନ୍ତି । ଭୁବନେଶ୍ୱର ବାସିନ୍ଦା ପ୍ରକାଶ ରାଉତ କହିଛନ୍ତି,"ଅନ୍‌ଲାଇନ୍ ବ୍ୟବସ୍ଥା ଲାଗୁ ହେବା ଭଲ କଥା । କିନ୍ତୁ କେତେ ଲୋକଙ୍କ ପାଖରେ ଇଣ୍ଟରନେଟ ପହଞ୍ଚି ପାରିଛି ତାହା ପରିବହନ ବିଭାଗ ପ୍ରଥମେ ଜାଣିବା ଉଚିତ୍ । ସହର ଭିତରେ ମଧ୍ୟ ଅନେକ ସମୟରେ ନେଟୱାର୍କ ରହୁନାହିଁ । ତେଣୁ ସରକାର ଲୋକଙ୍କ ଉନ୍ନତି ପାଇଁ ଉଦ୍ୟମ କରୁଥିବା କହୁଥିବାବେଳେ ଏହାର ବାସ୍ତବ ଉପଲବ୍ଧି କ’ଣ ତାହା ଜାଣିବା ଜରୁରୀ ।
Published by:Soumya Das
First published:
)}