ମାଟି ତଳୁ ହାତୀର ଗଳିତ ମୃତ୍ୟୁ ଦେହ ଉଦ୍ଧାର; ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ, ଏସଟିଏଫ

କଟକ ଜିଲ୍ଲା ବଡମ୍ବା ନରସିଂହପୁର ଅଞ୍ଚଳରେ ମାଟି ତଳୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ପ୍ରାୟ ୩ମାସ ତଳେ ହାତୀକୁ ମାଟି ତଳେ ପୋତା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ମାଟି ତଳୁ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି (ପ୍ରତୀକାତ୍ମକ ଛବି)

ମାଟି ତଳୁ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ମାଟି ତଳୁ ଏକ  ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ବନବିଭାଗ ଓ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ ମିଳିତ ଅପରେସନରେ ଏହି ହାତୀ କଙ୍କାଳକୁ ଠାବ କରିଛନ୍ତି । ପ୍ରାୟ ୩ମାସ ତଳେ ହାତୀକୁ ମାଟି ତଳେ ପୋତା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ପଶ୍ଚିମ ରେଞ୍ଜ ଅଧିନ ବଳିକିଆରୀ ରିଜର୍ଭ ଜଙ୍ଗଲରେ ହାତୀର ଗଳିତ ମୃତଦେହକୁ  ଉଦ୍ଧାର ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାହା ଜଣାପଡିବ ବୋଲି ଏକ ସ୍ୱତନ୍ତ୍ର ଏସଟିଏଫ ଟିମ ପକ୍ଷରୁ  ସୂଚନା ଦିଆଯାଇଛି । ଏହି ଘଟଣାରେ ୮ଜଣଙ୍କୁ ଏବେ ଅଟକ ରଖି ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା । ତେବେ ହାତୀକୁ ମାରିବା ପରେ ପୋତି ଦିଆଯାଇଥିଲା, ଏ ଖବର କିଭଳି ବନ ବିଭାଗ ଜାଣିପାରିଲା ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

"ଆମେ ଖବର ପାଇଥିଲୁ ୩ ମାସ ତଳେ  ଅଞ୍ଚଳରେ ଏକ ହାତୀର ମୃତ୍ୟୁ ହୋଇଛି । ହେଲେ ହାତୀର କୌଣସି ଚିହ୍ନ ବର୍ଣ୍ଣ କିମ୍ବା ସୁରାକ ଆମେ ପାଇନଥିଲୁ । ହାତୀକୁ ଠାବ କରିବାପାଇଁ ଆମେ ଆମର ଗୁଇନ୍ଦା ବିଭାଗକୁ ସକ୍ରିୟ କରିଥିଲୁ। ପରେ ସୂଚନା ପାଇଥିଲୁ , ନରସିଂହପୁର ଠାରୁ ୫କିଲୋମିଟର ଦୂରରେ ଥିବା ଏକ ଗାଁ ବରସିଙ୍ଗା ଜଙ୍ଗଲରେ ହାତୀକୁ ପୋତା ଯାଇଛି । ତେଣୁ ବନ ବିଭାଗ ସହାୟତା ରେ ଆମେ ସୋମବାରଠାରୁ ସେହି ସ୍ଥାନକୁ ଜେସିବି ସାହାଯ୍ୟରେ ଖୋଲିଥିଲୁ," କହିଛନ୍ତି ଏସ.ଟି.ଏଫ ଡ଼ି.ଏସ.ପିବିଳାଶିନୀ ନାୟକ ।

"ନରସିଂହପୁର ଅଞ୍ଚଳରେ ହାତୀର ଗଳିତ ମୃତଦେହ ଉଦ୍ଧାର ପ୍ରସଙ୍ଗକୁ ଗୁରୁତର ସହ ନିଆଯାଇଛି । ଘଟଣାର ତଦନ୍ତ ପାଇଁ ଡ଼ି.ଏଫ.ଓ ଓ ରେଞ୍ଜରଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି। ଘଟଣାର ସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯିବ। ନିର୍ଦ୍ଧିଷ୍ଟ ଭାବେ କେବେ ହାତୀର ମୃତ୍ୟୁ ଘଟିଛି, ହାତୀର ଲିଙ୍ଗ ନିରୂପଣ,ତଥା ଏଥିରେ ବନବିଭାଗର କର୍ମଚାରୀଙ୍କ ଭୂମିକାକୁ ମଧ୍ୟ ତଦନ୍ତ କରାଯିବ। ଆବଶ୍ୟକସ୍ଥଳେ ଡି.ଏନ.ଏ ଟେଷ୍ଟ ପାଇଁ ନମୁନା ପଠାଯିବ," କହିଛନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ପି.ସି.ସି.ଏଫ ମୁଖ୍ୟ ଶଶି ପଲ ।

ହାତୀକୁ ଶିକାର କରି ପୋତିବା ଅଭିଯୋଗରେ ୮ ଜଣକୁ ଅଟକ ରଖି ଜେରା କରୁଛି ବନ ବିଭାଗ । ଅଟକ ଥିବା ସନ୍ଦିଗ୍ଧ ମାନେ ହେଲେ ବିରଞ୍ଚି ଦେହୁରୀ (୪୦), ପ୍ରଫୁଲ ସିଂ (୫୫), ସମୀର ମହାଳିକ (୩୯), ରାଜୀବ ଲୋଚନ ନାୟକ(୨୨) ଜିତେନ୍ଦ୍ର ଦେହୁରୀ (୨୯), ବିମଳ ନାୟକ(୨୮),  ଲକ୍ଷ୍ମୀଧର ସିଂ(୫୦),  ଓ ହରିହର ମଲ୍ଲିକ(୫୮)  ।
Published by:Soumya Das
First published: