ଅତୀତର ପୃଷ୍ଠାଟିଏ ପାଲଟିଗଲେ ଡ଼ଃ ଅଜୟ ପରିଡ଼ା; ପଞ୍ଚଭୂତରେ ଲୀନ ହେଲା ପାର୍ଥିବ ଶରୀର

ପଞ୍ଚଭୂତରେ ଲୀନ ହେଲା ଡ଼. ଅଜୟ ପରିଡ଼ାଙ୍କର ପାର୍ଥିବ ଶରୀର । ଜନ୍ମମାଟି ଯାଜପୁର ଜିଲା କୋତପୁର ଭଗବାନପୁର ଗାଁରେ ତାଙ୍କର ଶେଷକୃତ ସମ୍ପନ୍ନ ହେଲା ।

DR ଅଜୟ ପରିଡ଼ା (ପ୍ରତୀକାତ୍ମକ ଛବି)

DR ଅଜୟ ପରିଡ଼ା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲା ଡ଼. ଅଜୟ ପରିଡ଼ାଙ୍କର ପାର୍ଥିବ ଶରୀର । ସମସ୍ତଙ୍କର ଖୁବ୍ ପରିଚିତ ନମ୍ର ଓ ଭଦ୍ର ବ୍ୟକ୍ତିତ୍ୱ ତଥା ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପାଲଟିଗଲେ ଇତିହାସ। ଜନ୍ମମାଟି ଯାଜପୁର ଜିଲା କୋତପୁର ଭଗବାନପୁର ଗାଁରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ଶହ ଶହ ପରିଚିତ ଚେହେରା ତାଙ୍କୁ ଦେଲେ ସବୁଦିନ ପାଇଁ ଦେଇଛନ୍ତି ଅଶ୍ରୁଳ ବିଦାୟ ।

ଆଜି ସକାଳ ପ୍ରାୟ ୮ଟାରେ ବିଜୁ ପଟ୍ଟନାୟକ କାରଗୋ ବିମାନ ବନ୍ଦରରେ ପହଞ୍ଚିଥିଲା ଡ଼. ଅଜୟ ପରିଡ଼ାଙ୍କ ପ୍ରାର୍ଥିବ ଶରୀର । ସେଥିପାଇଁ ବହୁ ପୂର୍ବରୁ ଅପେକ୍ଷା କରି ରହିଥିଲେ ପରିବାର ବର୍ଗ ତଥା ଆଇଏଲଏସର ତାଙ୍କ କିଛି ସହଯୋଗୀ । ମୃତ ଶରୀରକୁ ଗ୍ରହଣ କରିବା ପରେ ସେଠାରୁ ତାଙ୍କୁ ନାଲକୋ ଛକରେ ଥିବା ଜୀଵ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସରେ ଥିବା ସରକାରୀ ବାସଭବନକୁ ନିଆଯାଇଥିଲା ।

ସେଠାରେ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ତାଙ୍କୁ ରଖାଯାଇଥିଲା । ମାତ୍ର କିଛି ସମୟ ଭିତରେ ସେଠି ସଂଖ୍ୟାଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା । ସମସ୍ତଙ୍କ ମୁହଁରେ ଥିଲା ଦୁଃଖ ଓ ହତାଶାର ଭାବ। କେହି ବି ବିଶ୍ବାସ ଜରିପାରୁନଥିଲେ ଯେ ଦିନକ ପୂର୍ବରୁ ନିଜର ଖୋଲା ମିଜାଜ ପଣରେ ସମସ୍ତଙ୍କର ଆପଣାର ହୋଇ ପାରୁ ଥିବା ଚେହେରା ଡ଼ଃ ଅଜୟ ପରିଡ଼ା ଆଉ ଦୁନିଆରେ ନାହାଁନ୍ତି। ସବୁଦିନ ପାଇଁ ସେ ଚାଲି ଯାଇଛନ୍ତି ଅଫେରା ରାଇଜକୁ।

ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ଆରଏମଆରସିର ନିର୍ଦ୍ଦେଶିକା ଡ଼. ସଂଘମିତ୍ରା ପତି, ବିଧାୟକ ଅନନ୍ତନାରାୟଣ ଜେନା, ଡ଼ଃ ଅଜୟ ପରିଡାଙ୍କ ସହଯୋଗୀ ତଥା ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ର।

ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ଗତ କୋଭିଡ ମହାମାରୀ ସମୟରେ ଜଣେ ସାହସୀ ଆଗଧାଡ଼ିର କର୍ମୀଭାବେ ଦେବଦୂତ ପରି ଉଭା ହୋଇଥିଲେ ଡ଼ଃ ଅଜୟ କୁମାର ପରିଡ଼ା। ସବୁଦିନ ଲୋକଙ୍କୁ କୋଭିଡ ସଚେତନତା ଉପରେ ସୂଚନା ଦେଇ ଆସୁଥିଲେ।

ସୂଚନାଯୋଗ୍ୟ ଯେ, ଗୌହାଟୀରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପରିପ୍ରେକ୍ଷୀରେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା
Published by:Soumya Das
First published: