ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମନିଷ ହତ୍ୟା ମାମଲା: ମନିଷଙ୍କୁ ତାଙ୍କର ୩ଜଣ ସାଙ୍ଗ ହତ୍ୟା କରିଛନ୍ତି: DCP

ମନିଷ ହତ୍ୟା ମାମଲା: ମନିଷଙ୍କୁ ତାଙ୍କର ୩ଜଣ ସାଙ୍ଗ ହତ୍ୟା କରିଛନ୍ତି: DCP

ବ୍ୟାଚଲର ପାର୍ଟି ମାଗିଥିଲେ ସାଙ୍ଗ। ବାରରୁ ବିବାଦ ଆରମ୍ଭ ହୋଇ ହତ୍ୟା ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ପ୍ରମାଣ ନଷ୍ଟ ପାଇଁ ମନିଷଙ୍କ ମୃତ୍ୟୁଦେହକୁ ପୋଖରୀରେ ଫିଙ୍ଗି ଦେଇଥିଲେ।

ମନିଷ ହତ୍ୟା ମାମଲା: ମନିଷଙ୍କୁ ତାଙ୍କର ୩ଜଣ ସାଙ୍ଗ ହତ୍ୟା କରିଛନ୍ତି: DCP
ମନିଷଙ୍କୁ ତାଙ୍କର ତିନି ଜଣ ସାଙ୍ଗ ହତ୍ୟା କରିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 17, 2021, 5:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ଦାସ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ମନିଷଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା । ତାଙ୍କୁ ସାଙ୍ଗମାନେ ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କଙ୍କ ମୃତଦେହକୁ ନିଟକରେ ଥିବା ପୋଖରୀକୁ ଫିଙ୍ଗି ଚମ୍ପଟ ମାରିଥିଲେ ।

ମନିଷଙ୍କ ହତ୍ୟା କରିିବା ଅଭିଯୋଗରେ ତାଙ୍କର ତିନିଜଣ ସାଙ୍ଗକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ତିନି ସାଙ୍ଗ ହେଲେ, ଅମ୍ରିତ ବିଶ୍ୱାଳ(୩୦), ମୁନା ଓରଫ ପୁର୍ଣ୍ଣଚନ୍ଦ୍ର ମିଶ୍ର (୩୮) ଓ ଲିଟୁ ଓରଫ୍ ଦିନେଶ ମହାପାତ୍ର(୩୧) । ଅମ୍ରିତଙ୍କ ଘର ଭୁବନେଶ୍ୱର ହୋଇଥିବା ବେଳେ ମୁନା ଓ ଲିଟୁଙ୍କ ଘର କନ୍ଧମାଳ ଫୁଲବାଣୀ ଅଞ୍ଚଳରେ ।

“ହୋଟେଲର ବିଲକୁ ନେଇ ମନିଷ ଓ ତାଙ୍କର ତିନି ଜଣ ସାଙ୍ଗଙ୍କ ମଧ୍ୟରେ ପାତ୍ରପଡା ଅଞ୍ଚଳରେ ଥିବା ହୋଟେଲ ସାଉଥ ସିଟିରେ ଝଗଡ଼ା ହୋଇଥିଲା । ହୋଟେଲ ବାହାରକୁ ଆସିବା ପରେ ଗଣ୍ଡଗୋଳ ହେବା ସହ ସେମାନେ ମନିଷଙ୍କୁ ମାଡ଼ ମାରିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ଅଭିଯୁକ୍ତ ମାନେ ପରେ ପାଖରେ ଥିବା ଏକ ପୋଖରୀରେ ତାଙ୍କ ମୃତ ଦେହକୁ ଫିଙ୍ଗି ପଲାଇଥିଲେ । ଏହି ଘଟଣାର ତଦନ୍ତ କରି ଆମେ ତିନି ଜଣଙ୍କୁ ଗିରଫ କରିଛୁ,” କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।

ମନିଷଙ୍କ ମୃତଦେହକୁ ପୋଖରୀରେ ଫିଙ୍ଗିବା ପରେ ଭୋରରୁ ମୃତ୍ୟୁଞ୍ଜୟ ଓ ଦିନେଶ ୟୁନିଟ-୪ରେ ଥିବା ହୋଟେଲ ସ୍ୱାଗତ ପ୍ୟାଲେସରେ ପ୍ରାୟ ୧୨ଘଣ୍ଟା  ରହିଥିଲେ । ଅମ୍ରିତ ମଧ୍ୟ କେଉଁଆଡେ ପଳାଇଥିଲେ ।  ସନ୍ଧ୍ୟା ସମୟରେ ହିମାଂଶୁ ନାମକ ଜଣେ ସାଙ୍ଗକୁ ଡାକି ମୃତୁଞ୍ଜୟ ଓ ଦିନେଶ ଫୁଲବାଣୀ ପଳାଇଥିଲେ । ତଦନ୍ତ କରୁଥିବା ପୋଲିସ ପ୍ରଥମେ ହିମାଂଶୁକୁ ଡାକି ପଚରାଉଚରା କରିବା ପରେ ମୃତୁଞ୍ଜୟ ଓ ଦିନେଶ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ଜେରା କରିବା ପରେ ଅମ୍ରିତଙ୍କୁ ମଧ୍ୟ ଧରିବାରେ ସକ୍ଷମ ହୋଇଥିଲା ପୋଲିସ ।

“ମନିଷଙ୍କ ଦେହରେ କୌଣସି ବାହ୍ୟ ଆଘାତ ନଥିଲା । ତଦନ୍ତ କରୁଥିବା ବେଳେ ଆମେ ଅନେକ ସି.ସି.ଟି.ଭି ଜବତ କରିଥିଲୁ । ଯେଉଁଥିରେ ଆମେ ସ୍ପଷ୍ଟ ହୋଇଥିଲୁ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଓଦା ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଖିଥିଲେ । ତେଣୁ ଆମେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଖୋଜିବା ଆରମ୍ଭ କରିଥିଲୁ । ଆମେ ଅଭିଯୁକ୍ତମାନଙ୍କୁ ରିମାଣ୍ଡ ଆଣିବା ପାଇଁ ଭୁବନେଶ୍ୱର କୋର୍ଟରେ ୫ଦିନ ପାଇଁ ଆବେଦନ କରିଛୁ । ରିମାଣ୍ଡ ମିଳିବା ପରେ ଅନେକ କିଛି ସସପେନ୍ସ ଓ ପ୍ରମାଣ ସଗ୍ରହ କରାଯିବ,” କହିଛନ୍ତି ଡି.ସି.ପି ଶ୍ରୀ ଦାଶ ।

ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ମନିଷ ଅପହରଣ ହୋଇଥିବା ନେଇ ତାଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପରେ ସେହିଦିନ ଦ୍ୱିପହରରେ ମୃତଦେହ ପାତ୍ରପଡ଼ା ଅଞ୍ଚଳରେ ଥିବା  ପୋଖରୀରୁ ମନିଷଙ୍କ ମୃତଦେହ ଜବତ ହୋଇଥିଲା । ଗିରଫ ହୋଇଥିବା ତିନି ସାଙ୍ଗ ପୋଲିସ ପାଖରେ ସ୍ପଷ୍ଟ କରିଛନ୍ତି, ୯ ତାରିଖ ସନ୍ଧ୍ୟା ସାଢ଼େ ୫ଟା ବେଳେ ଅମ୍ରିତ, ମୃତୁଞ୍ଜୟ ଓ ଦିନେଶ ମନିଷଙ୍କ ପାଖକୁ ଆସିଥିଲେ । ପରେ ମନିଷଙ୍କୁ ବ୍ୟାଚଲର ପାର୍ଟି ମାଗିଥିଲେ । ସମସ୍ତେ ମିଶି ଅମ୍ରିତର କାର୍‌ରେ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ବାରକୁ ଆସିଥିଲେ । ପରେ ପାତ୍ରପଡା ହୋଟେଲ ସାଉଥ ସିଟିକୁ ଯାଇଥିଲେ । ସେହି ବାରରୁ ହିଁ ବିବାହ ଆରମ୍ଭ ହୋଇଥିଲା । ଯାହାକୁ ନେଇ ମନିଷକୁ ହତ୍ୟା କରିଥିଲେ ସାଙ୍ଗ ।
Published by: Soumya Das
First published: October 17, 2021, 5:28 PM IST