ଆରମ୍ଭ ହୋଇପାରୁନି ଦାରୁଠେଙ୍ଗ ବାୟୋ ମାଇନିଂ ପ୍ଲାଣ୍ଟ; ଜାଗୃତି କମ୍ପାନୀକୁ ମାଗିଲା ନୋଟିସ

ଆରମ୍ଭ ହୋଇପାରିଲାନି ଭୁଆଶୁଣିରେ ବିଏମସିର ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ। ସେପଟେ କାର୍ଯ୍ୟରେ ଅବହେଳା ଦର୍ଶାଇ ଜାଗୃତି ସଂସ୍ଥାକୁ ବିଏମସି ଜାରି କରିଛି କାରଣ ଦର୍ଶାଅ ନୋଟିସ।

ଆରମ୍ଭ ହୋଇପାରୁନି ଡ଼ାରୁଠେଙ୍ଗ ବାୟୋ ମାଇନିଂ ପ୍ଲାଣ୍ଟ (ପ୍ରତୀକାତ୍ମକ ଛବି)

ଆରମ୍ଭ ହୋଇପାରୁନି ଡ଼ାରୁଠେଙ୍ଗ ବାୟୋ ମାଇନିଂ ପ୍ଲାଣ୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆରମ୍ଭ ହୋଇପାରିଲାନି ଭୁଆଶୁଣିରେ ବିଏମସିର ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ। ଜିଦରେ ଅଟଳ ଦାରୁଠେଙ୍ଗ ପଞ୍ଚାୟତବାସୀ। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଅଧିକ ୭ ଦିନର ସମୟ ନେଲା ବିଏମସି। ସେପଟେ କାର୍ଯ୍ୟରେ ଅବହେଳା ଦର୍ଶାଇ ଜାଗୃତି ସଂସ୍ଥାକୁ ବିଏମସି ଜାରି କରିଛି କାରଣ ଦର୍ଶାଅ ନୋଟିସ।

ଗଡୁଛି ଦିନ ପରେ ଦିନ, ଆଉ ମାସ ପରେ ମାସ। ଭୁଆଶୁଣି ଡ଼ମ୍ପିଙ୍ଗ ୟାର୍ଡ଼ ଠାରେ ଆରମ୍ଭ ହୋଇ ପାରୁନି ବିଏମସିର ୧୧୦କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ। ସ୍ଥାନୀୟ ଲୋକଙ୍କ ଦାବି ପ୍ରଥମେ ଅଳିଆ ଆବର୍ଜନା ପକାଇବା ବିଏମସି ବନ୍ଦ କରୁ ତାପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁ। ତେବେ ଏଥିରେ ରହିଛି ସମସ୍ୟା। ବିଏମସି ପକ୍ଷରୁ ସହରରେ ନିର୍ମାଣ ହେବାକୁ ଥିବା ମୋଟ ୪୧ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ମଧ୍ୟରୁ ୩୧ଟି କାର୍ଯ୍ୟକ୍ଷମ ହୋଇଛି। ଅବଶିଷ୍ଟ ୧୦ଟିର ନିର୍ମାଣ ଖୁବଶୀଘ୍ର ଶେଷ ହେବ। ଏହା ହେଲେ ସମସ୍ୟାର ସମାଧାନ ହୋଇପାରିବ। ଯଦିଓ ୩ ତାରିଖରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଥିଲା ତଥାପି ଏହା ସମ୍ଭବ ହୋଇନାହିଁ। ସେପଟେ ପ୍ଲାଣ୍ଟ ସ୍ଥାପନ ପାଇଁ ଜାଗୃତି ସଂସ୍ଥାକୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ବିଳମ୍ବ ଯୋଗୁଁ ଜାଗୃତିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମସି।

"କାମ ହାତକୁ ନେଇଥିବା କମ୍ପାନୀ ଜାଗୃତି ର କିଛି ମେସିନାରୀ ଆସିନଥିବାରୁ କାମ ଆରମ୍ଭ ହୋଇପାରିନାହିଁ। ମେ ୩ ତାରିଖ ଧାର୍ଯ୍ୟ ହୋଇଥିବାବେଳେ କମ୍ପାନୀକୁ ଶୋ କଜ ନୋଟିସ ମାଗିଛୁ। ଗ୍ରାମବାସୀଙ୍କ ସମସ୍ୟା ନେଇ ମଧ୍ୟ କଥା ହୋଇଛୁ,"କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

"ଆମେ ଗ୍ରାମବାସୀ ନିଷ୍ପତ୍ତି ନେଇଛୁ ଯେ ପର୍ଯ୍ୟନ୍ତ ଦାରୁଠେଙ୍ଗରେ ଭୁବନେଶ୍ୱର ଅଳିଆ ଆବର୍ଜନା ପଡ଼ିବା ବନ୍ଦ ନ ହେଇଛି ସେ ପର୍ଯ୍ୟନ୍ତ ବାୟୋ ମାଇନିଂ ପ୍ଲାଣ୍ଟ କରେଇ ଦେବୁନାହିଁ। ଆମେ ନିଜେ ୭ ଦିନ ଭିତରେ ଜାଗା ଚିହ୍ନଟ କରିବୁ, ସେଠିକୁ ଅଳିଆ ଯିବ ଏଠି ପ୍ଲାଣ୍ଟ ପାଇଁ ଶୁଭ ଦିଆଯିବ। ଏଣୁ ତୁରନ୍ତ କାମ ଆରମ୍ଭ ହେବ," କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ।
Published by:Soumya Das
First published: