ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓକାକ ମୁଖ୍ୟଙ୍କ ଠାରୁ ସାଇବର ଲୁଟ; ଗିରଫ ହେଲା ଅଭିଯୁକ୍ତ; ନାଇଜେରିଆରୁ ଲମ୍ବିଛି ଲିଙ୍କ

ଓକାକ ମୁଖ୍ୟଙ୍କ ଠାରୁ ସାଇବର ଲୁଟ; ଗିରଫ ହେଲା ଅଭିଯୁକ୍ତ; ନାଇଜେରିଆରୁ ଲମ୍ବିଛି ଲିଙ୍କ

ଓକାକ୍ ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ହ୍ଵାଟ୍ସଆପକୁ ଆଧାର କରି ସାଇବର ଠକ ଲୁଟିଥିବା ୭ ଲକ୍ଷ ଟଙ୍କାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ପାସ୍କେଲକୁ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚର ଦୁଇଜାଣିଆ ଟିମ ।

ଓକାକ ମୁଖ୍ୟଙ୍କ ଠାରୁ ସାଇବର ଲୁଟ; ଗିରଫ ହେଲା ଅଭିଯୁକ୍ତ; ନାଇଜେରିଆରୁ ଲମ୍ବିଛି ଲିଙ୍କ
ଓକାକ ମୁଖ୍ୟଙ୍କ ଆକାଉଣ୍ଟରୁ ଲୁଟ କରିଥିବା ସାଇବର ଠକ ଧରାପଡିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 24, 2021, 6:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଥିବା ଓକାକ୍ (ଓଡିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର) ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ହ୍ଵାଟ୍ସଆପକୁ ଆଧାର କରି ସାଇବର ଠକ ଲୁଟିଥିବା ୭ ଲକ୍ଷ ଟଙ୍କାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ସୋମବାର ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ସାଇବର ଠକ ଓକ୍ୟୁଡୁରି ପସ୍କେଲକୁ ପଚରାଉଚରା କରିବା ପରେ ପୂରା ଘଟଣାରୁ ପରଦା ହଟିଛି ।

ଅଭିଯୁକ୍ତ ଓକ୍ୟୁଡୁରି ପସ୍କେଲକୁ ପଚରାଉଚରା କରିବାପାଇଁ ଜଣେ ଡିଏସପି ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ଦୁଇଜାଣିଆ ଟିମ ବେଙ୍ଗାଲୁରୁ ଯାଇଛି । ମଙ୍ଗଳବାରଠାରୁ ଅଭିଯୁକ୍ତକୁ ବିଭିନ୍ନ ଦିଗକୁ ନେଇ ଜେରା କରୁଛି ତଦନ୍ତକାରୀ ଟିମ । ବିଶେଷ କରି ଏହି ଟିମ କିଭଳି ଠକେଇ କରୁଥିଲା ଓ ଟଙ୍କା ଟ୍ରାଞ୍ଜକସନ ହୋଇଥିବା ଦୁଇଟି ଆକାଉଣ୍ଟ କାହାର, ସେନେଇ ତଦନ୍ତ ଚାଲିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

"ଏହି ଗ୍ୟାଙ୍ଗର ବଡ ନେଟୱର୍କ ରହିଛି। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ନାଇଜେରିଆ ରହି ଗ୍ୟାଙ୍ଗ ଅପରେଟ କରୁଛି । ଗିରଫ ପାସ୍କେଲ ଗ୍ୟାଙ୍ଗର ଜଣେ ସଦସ୍ୟ । ଏହି ଗ୍ୟାଙ୍ଗର ଆହୁରି ଅନେକ ନାଇଜେରିଆନ୍ ଏବେ ସକ୍ରିୟ ଅଛନ୍ତି । ଗିରଫ ପାସ୍କେଲର କାମ ହେଲା, ଠକେଇ ଟଙ୍କାକୁ ଯଥା ଶିଘ୍ର ଏଟିଏମରୁ ବାହାର କରିବା । ଏଥିପାଇଁ ସେ ୧୦ପ୍ରତିଶତ କମିଶନ ପାଉଥିଲା । ସେହିଭଳି  ଆକାଉଣ୍ଟରୁ ଟଙ୍କା ଟ୍ରାଞ୍ଜାକ୍ସନ ଓ ଟେକ୍ନିକାଲ ଅପରେସନ ପାଇଁ ଆଉ କିଛି ସଦସ୍ୟ କାମ କରୁଛନ୍ତି । ଏବେ ପାସ୍କେଲକୁ ଜେରା କରାଯାଉଛି, ତା ପାଖରୁ ମଳିଥିବା ତଥ୍ୟ ଅନୁସାରେ ଅନ୍ୟମାନଙ୍କୁ ଧରିବା ପାଇଁ ଯୋଜନା କରାଯିବ । ଏବେ ଏହି ଗ୍ୟାଙ୍ଗ ବେଙ୍ଗାଲୁରୁ, ବମ୍ବେ ଓ ଦିଲ୍ଳୀରେ ରହି ଅପରେଟ କରୁଛି,"କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ସଂଜୀବ ପଣ୍ଡା ।

"ଅଭିଯୁକ୍ତ ମାସ୍କେଲ ୨୦୧୨ ମସିହାରେ ଭାରତ ଆସିଥିଲା । ୯ବର୍ଷ ହେବ ସେ ଭାରତର ବିଭିନ୍ନ ସ୍ଥାନରେ ରହି ଆସୁଛି । ତଦନ୍ତ ବେଳେ ଜଣାପଡିଲା ପାସ୍କେଲର  ଭିସାର ଭାଲିଡ଼ିଟି କ୍ୟାନସଲ ହୋଇଯାଇଛି । ସେହିପରି ଓଲାକ ମୁଖ୍ୟଙ୍କ ନାମରେ ଆସିଥିବା ଟଙ୍କା ଠକେଇ ହେବାପରେ ଦୁଇଟି ଆକାଉଣ୍ଟରୁ ଟ୍ରାଞ୍ଜକସନ ହୋଇଛି । ଟଙ୍କା ଆସିଥିବା ସେହି ଦୁଇଟି ଆକାଉଣ୍ଟ ହୋଲଡରଙ୍କ ଚିହ୍ନଟ ସରିଛି । ଶୀଘ୍ର ସେମାନଙ୍କୁ ଜେରାର ପରିସରଭୁକ୍ତ କରାଯିବ," ବୋଲି ମଧ୍ୟ କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ସଞ୍ଜିବ ପଣ୍ଡା ।

ଏହି ସାଇବର ଠକ ଗ୍ୟାଙ୍ଗର ଏବେ ସୁଦ୍ଧା ଦୁଇଜଣ ଗିରଫ ହୋଇଛନ୍ତି । ଉଭୟଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତଦନ୍ତ ବେଳେ ଜଣା ପଡ଼ିଛି ଗ୍ୟାଙ୍ଗର ଆହୁରି କିଛି ସଦସ୍ୟ ଏବେ ବି ସକ୍ରିୟ ଅଛନ୍ତି । ସେମାନେ ଦେଶର ବିଭିନ୍ନ ସ୍ଥାନରେ ରହି ଅପରେଟ କରୁଛନ୍ତି । ସେମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଓକାକ ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ହ୍ୱାଟସପ୍‌ରୁ  ସାଇବର ଠକ ଓକାକର କିଛି କର୍ମଚାରୀଙ୍କ ଠାରୁ ୭ଲକ୍ଷ ଟଙ୍କା ଠକିନେଇଥିବା ନେଇ ସହିଦନଗର ଥାନାରେ ମାମଲା ହୋଇଥିଲା । ଏହି ଘଟଣାର ଏବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
Published by: Soumya Das
First published: November 24, 2021, 6:22 PM IST