ଫେକ ଆଧାରକାର୍ଡ଼ କରି ପିଲାଙ୍କୁ କରାଯାଉଛି ଚାଲାଣ; ପଶ୍ଚିମବଙ୍ଗ ଓ ବିହାରକୁ ଚିଠି ଲେଖିଲା CWC

ଫେକ ଆଧାର କାର୍ଡ କରି ପିଲାମାନଙ୍କୁ ଚାଲାଣ କରାଯାଉଛି । ପଶ୍ଚିମବଙ୍ଗ ଓ ବିହାର ପିଲାଙ୍କୁ ଧରିବା ପରେ ଦଲାଲଙ୍କ ବିରୋଧରେ ଆକ୍ସନ ନେବାକୁ ଭୁବନେଶ୍ୱର ଅତିରିକ୍ତ ଶିଶୁ ମଙ୍ଗଳ କମିଟି ଚିଠି ଲେଖିଛି ସେଠାକାର ସ୍ଥାନୀୟ ଜିଲ୍ଲାପାଳଙ୍କୁ।

ପଶ୍ଚିମବଙ୍ଗ ଓ ବିହାରକୁ ଚିଠି ଲେଖିଲା CWC (ପ୍ରତୀକାତ୍ମକ ଛବି)

ପଶ୍ଚିମବଙ୍ଗ ଓ ବିହାରକୁ ଚିଠି ଲେଖିଲା CWC (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମାତିଛନ୍ତି ଦଲାଲ। ୧୮ ବର୍ଷରୁ କମ ବର୍ଷର ପିଲାଙ୍କୁ ଖରାପ କାମରେ ଲଗାଉଛନ୍ତି। ଏଥିପାଇଁ ଆଧାର କାର୍ଡରେ ବୟସ ଜାଲିଆତି ହିଁ ସାଜୁଛି ବଡ଼ ମାଧ୍ୟମ। ପଶ୍ଚିମବଙ୍ଗ ଓ ବିହାର ପିଲାଙ୍କୁ ଧରିବା ପରେ ଦଲାଲଙ୍କ ବିରୋଧରେ ଆକ୍ସନ ନେବାକୁ ଅତିରିକ୍ତ ଶିଶୁ ମଙ୍ଗଳ କମିଟି ଭୁବନେଶ୍ୱର ଚିଠି ଲେଖିଛି ସେଠାକାର ସ୍ଥାନୀୟ ଜିଲ୍ଲାପାଳଙ୍କୁ।

ଅଭିଭାବକଙ୍କୁ ଲୋଭ ଦେଖାଇ ଲାଭ ଆଶାରେ ଦଲାଲ ପିଲାଙ୍କୁ କରୁଛନ୍ତି ମୋହରା। ଚିଠି ଓ ଆଧାର କାର୍ଡରେ ପିଲାଙ୍କ ବୟସ ୧୨ ରୁ ୧୫ ବର୍ଷ ବୟସ। କିନ୍ତୁ ଆଧାର କାର୍ଡରେ କରାଯାଇଛି ୧୮-୨୨ ବର୍ଷ ରହିଛି। ଏହି ଜାଲିଆତି ଓ ଜାଲିଆତି ପଛର ସାଙ୍ଘାତିକ ସତ୍ୟକୁ ନେଇ ପଶ୍ଚିମବଙ୍ଗର ଉତ୍ତରଦିନାସ ପୁର, ମଲଦା ଓ ବିହାରର ଖଗରିଆ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇ ଦେଇଛି ଭୁବନେଶ୍ୱର ଅତିରିକ୍ତ ଶିଶୁ ମଙ୍ଗଳ କମିଟି। ଦଲାଲମାନେ ନିଜ ନିଜର ସୁବିଧା ଲାଗି ନିରୀହ ଜୀବନକୁ ଅନ୍ୟ ହାତରେ ଟେକିଦେବା ସେତିକି ବିଚଳିତ କରୁଥିବା କହିଛି ଶିଶୁ ମଙ୍ଗଳ ସମିତି।

"ମାଲଦାରର ୩ଟି,ଉତ୍ତରଦିନାସ ପୁରର୨ଟି ଓ ଖଗରିଆର ଗୋଟିଏ କେସ ପଛରେ ରହିଥିବା କାହାଣୀ ଯିଏ ବି ଶୁଣିବ ସିଏ କିଛି ସମୟ ହତବାକ ହୋଇଯିବ। ପୁଅ ଓ ଝିଅ କେବଳ ଲେବର ନୁହନ୍ତି ବହୁ କୁଶ୍ଚିତ କାମରେ ଦଲାଲ ଏମାନଙ୍କୁ ଲଗାଉଛନ୍ତି । ଅଧିକ ରୋଜଗାର ଆଶାରେ ଏସବୁ କାମରେ ପିଲାଙ୍କୁ ଲଗାଯାଇଛି," କହିଛନ୍ତି ଶିଶୁ ମଙ୍ଗଳ ସମିତିର ସଦସ୍ୟା ସାଧନା ପାଣିଗ୍ରାହୀ। ଶିଶୁ ମଙ୍ଗଳ ସମିତି ଏହି ପିଲାଙ୍କ ପରିଚୟ ପାଇବା ପାଇଁ ବଡ କସରତ ଆରମ୍ଭ କରିଥିଲା। ସ୍ଥାନୀୟ ସ୍କୁଲ ପ୍ରମାଣ ପତ୍ର, ଅସଲି ଆଧାର କାର୍ଡ ଓ ଜିଲ୍ଲା ପ୍ରଶାସନ ରିପୋର୍ଟ ପାଇବା ପରେ ଜଣା ପଡିଥିଲା କି ଦଲାଲ ଦ୍ଵାରା ଏମାନଙ୍କୁ ଚାଲାଣ କରାଯାଉଛି। ବିହାର ଓ ପଶ୍ଚିମ ବଙ୍ଗରୁ ଏମାନେ ଆସିବା ପରେ ଭୁବନେଶ୍ବର ସହ ଅନ୍ୟ ରାଜ୍ୟରେ ଏମାନଙ୍କୁ ଦଲାଲ କରିଥାନ୍ତେ ବ୍ୟବହାର। କିନ୍ତୁ ତା ଆଗରୁ ରେଳବାଇ ପୋଲିସ ହାତରେ ଏମାନେ ଧରାପଡ଼ିବା ପରେ ଆରମ୍ଭ ହୋଇଥିଲା ଧରପଗଡ। ସାମନାକୁ ଆସିଥିଲା ପ୍ରକୃତ ସତ୍ୟ।

ଏଭଳି ଘଟଣା ପାଇଁ ଦଲାଲଙ୍କୁ ଦାୟୀ କରିବା ସହ ନିଜ ଉପରକୁ ଦୋଷ ନେଇଛନ୍ତି ଜଣେ ପଶ୍ଚିମବଙ୍ଗର ଅଭିଭାବକ। କୋଭିଡରେ ରୋଜଗାର ଶୂନ୍ୟ ହେବା ପରେ ଏଭଳି ବାଟକୁ ସେ ବାଛିବାକୁ ବାଧ୍ୟ ହୋଇଛନ୍ତି

। କିନ୍ତୁ ଏଭଳି ସ୍ଥିତି ପାଇଁ କୋଭିଡ ଅନେକାଂଶରେ ଦାୟୀ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ପୂର୍ବରୁ ଭଦ୍ରକରେ ଫେକ୍ ଆଧାର କାର୍ଡ ଓ ମାନବ ଚାଲାଣର କେସ ଷ୍ଟଡି ନେଇ କ୍ରାଇମ୍ ବ୍ରାଞ୍ଚକୁ ଚିଠି ଲେଖିଥିଲା ଶିଶୁ ମଙ୍ଗଳ କମିଟି। ଏବେ ରାଜ୍ୟ ବାହାର ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ଏତେ ବଡ ରାକେଟ ସମ୍ପର୍କରେ ଚିଠି ଲେଖି ଅବଗତ କରାଇଛି ଆଡିସିନାଲ ଶିଶୁ ମଙ୍ଗଳ ସମିତି। ତେବେ ଦେଖାଯାଉ ଏହା କେତେ ସଫଳ ହେଉଛି।
Published by:Soumya Das
First published:
)}