CMC ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ୧୨ ଶହ ପୋଲିଂ କର୍ମଚାରୀଙ୍କୁ ତାଲିମ ଦେଉଛି ପ୍ରଶାସନ

କଟକ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ନିର୍ବାଚନରେ ନିୟୋଜିତ ହେବାକୁ ଥିବା ୧୨ ଶହ ପୋଲିଂ କର୍ମଚାରୀଙ୍କୁ ଇଭିଏମ ବାବଦରେ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି ।

ତାଲିମ ନେଉଥିବା ପ୍ରିଜାଇଡିଂ ଓ ପୋଲିସ ଅଫିସରଙ୍କୁ ଇଭିଏମ ବାବଦରେ ଅବଗତ କରାଯାଉଛନ୍ତି କଟକ ସଦର ତହସିଲଦାର ସମ୍ବିତ କୁମାର ଗଡ଼ନାୟକ

ତାଲିମ ନେଉଥିବା ପ୍ରିଜାଇଡିଂ ଓ ପୋଲିସ ଅଫିସରଙ୍କୁ ଇଭିଏମ ବାବଦରେ ଅବଗତ କରାଯାଉଛନ୍ତି କଟକ ସଦର ତହସିଲଦାର ସମ୍ବିତ କୁମାର ଗଡ଼ନାୟକ

  • Share this:
News18 Odia Digital

କଟକ: କଟକ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ୨୪ ତାରିଖରେ କଟକ ଜିଲ୍ଲାରେ ସିଏମସି ସହିତ ମୋଟ ଚାରିଟି ପୌରାଞ୍ଚଳର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ୧୨ ଶହ ପୋଲିଂ କର୍ମଚାରୀଙ୍କୁ ଇଭିଏମ ବାବଦରେ ତାଲିମ ଦେବା କାର୍ଯ୍ୟ ଆରମ୍ଭ ହୋଇଛି ।

କଟକ ସ୍ଥିତ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲରେ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ତାଲିମ ଶିବିର ଆୟୋଜିତ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହ ଶିବିରର କଟକ ମହାନଗର ନିଗମ ସହିତ ଆଠଗଡ଼ ଓ ବାଙ୍କୀ ଏନ.ଏ. ସି ସହ ଚୌଦ୍ବାର ମ୍ୟୁନିସିପାଲଟିରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ଇଭିଏମରେ ଭୋଟ ଗ୍ରହଣ ସମ୍ପର୍କିତ ତାଲିମ ଦିଆଯାଇଛି । ଏହା ବ୍ୟତୀତ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ନିର୍ଦ୍ଦେଶାବଳୀ ବାବଦରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଉଛି ।

ନିର୍ବାଚନ ପରିଚାଳନା କରିବାକୁ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀମାନଙ୍କୁ ତାଲିମ


"ଏହାକୁ ମିଶାଇ ମୁଁ ୪ ଥର ପୋଲିଂ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରି ସାରିଛି। ତେଣୁ ଭୋଟ ଗ୍ରହଣ କରିବାରେ ଭଲ ଅଭିଜ୍ଞତା ରହିଛି । କିନ୍ତୁ ଏହା ପରେ ମଧ୍ୟ ତାଲିମ ଆବଶ୍ୟକତା ରହୁଛି । ଏହି ତାଲିମ ବେଶ ଫଳପ୍ରଦ ହେବ," କହିଛନ୍ତି ତାଲିମ ନେଉଥିବା ଅଧିକାରୀ ମଧୁସୁଦନ ପଣ୍ଡା ।

ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନରେ କଟକ ମହାନଗର ନିଗମ ସହିତ ଆଠଗଡ଼ ଓ ବାଙ୍କୀ ଏନ.ଏ. ସି ସହ ଚୌଦ୍ବାର ମ୍ୟୁନିସିପାଲଟି ପାଇଁ ମଧ୍ୟ ଭୋଟ ଗ୍ରହଣ କାର୍ଯ୍ୟ କରାଯିବ । ଏହି କ୍ରମରେ ସିଏମସିର ୫୯ ଓ୍ବାର୍ଡ, ଆଠଗଡ଼ର ୧୮ଟି, ବାଙ୍କୀର ୧୭ଟି ଓ ଚୌଦ୍ବାରର ୧୯ଟି କରି ମୋଟ ୧୧୩ଟି ଓ୍ବାର୍ଡରେ ମତ ଦାନ କାର୍ଯ୍ୟ ହେବ । ଭୋଟ ଗ୍ରହଣ କାର୍ଯ୍ୟ ସକାଳ ୮ ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଭୋଟ ଦାନର ଅଧଘଣ୍ଟା ପୂର୍ବରୁ ମକ୍ ପୋଲ୍ କରାଯିବ । ତେବେ ନିର୍ବାଚନ ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛି କଟକ ଜିଲ୍ଲା ପ୍ରଶାସନ ।

"ଦିନକୁ ଦୁଇଟି ପର୍ଯ୍ୟାୟ କରି ତିନିଦିନ ଧରି ଏହି ତାଲିମ କାର୍ଯ୍ୟ ଚାଲିବ । ଏହି ତାଲିମ ଶିବିର ଜରିଆରେ ଆମେ ଇଭିଏମ ବାବଦରେ ସେମାନଙ୍କୁ ସୂଚନା ଦେଉଛୁ ଓ ଏହା ସହିତ ଇଭିଏମରେ ଭୋଟ ଗ୍ରହଣ କିପରି କରାଯିବ, ଭୋଟ ଗ୍ରହଣ ପୂର୍ବରୁ ମକ୍ ପୋଲ୍ ଓ ଭୋଟ ଦାନ କାର୍ଯ୍ୟ ଶେଷ ହେବା ପରେ ଇଭିଏମକୁ କିପରି ସିଲ୍ କରାଯିବ ସେନେଇ ପ୍ରଶିକ୍ଷଣ ପ୍ରଦାନ କରୁଛୁ," କହିଛନ୍ତି କଟକ ସଦର ତହସିଲଦାର ସମ୍ବିତ କୁମାର ଗଡ଼ନାୟକ ।
Published by:Soumya Das
First published: