ରାଜ୍ୟରେ ବଢ଼ି ଚାଲିଛି ହାଜତମୃତ୍ୟୁ ମାମଲା; ପ୍ରଶ୍ନ ଉଠାଇଲା ଛାତ୍ର କଂଗ୍ରେସ

ରାଜ୍ୟରେ ବଢ଼ି ଚାଲିଛି ହାଜତ ମୃତ୍ୟୁ ମାମଲା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ୟାଦିର ନିକ ହାଜତ ମୃତ୍ୟୁ ମାମଲାକୁ ନେଇ ମତ ରଖିଛନ୍ତି।

ରାଜ୍ୟରେ ବଢ଼ି ଚାଲିଛି ହାଜତମୃତ୍ୟୁ ମାମଲା (ପ୍ରତୀକାତ୍ମକ ଛବି)

ରାଜ୍ୟରେ ବଢ଼ି ଚାଲିଛି ହାଜତମୃତ୍ୟୁ ମାମଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ହାଜତ ମୃତ୍ୟୁ ମାମଲା। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ୟାଦିର ନିକ ହାଜତ ମୃତ୍ୟୁ ମାମଲାକୁ ନେଇ ମତ ରଖିଛନ୍ତି।

୨୦୧୬ରୁ ୨୦୨୦ ମସିହା ମଧ୍ୟରେ ୧୦ଟି ହାଜତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ଓ ଏହାର ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି । ମୃତକମାନଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ । ସେଥିମଧ୍ୟରୁ ୨ଟି ହାଜତ ମୃତ୍ୟୁ ପୋଲିସ୍ ରିମାଣ୍ଡରେ ଘଟିଥିବା ବେଳେ ୬ଟି ବିଗରପତିଙ୍କ ସମ୍ମୁଖରେ ହାଜର ହେବା ପୂର୍ବରୁ ଘଟିଛି । ୨୦୧୯ରେ ସାରା ଦେଶରେ ହାଜତ ମୃତ୍ୟୁ ମାମଳା କ୍ଷେତ୍ରରେ ଓଡ଼ିଶା ୬ ନମ୍ବର ସ୍ଥାନରେ ରହିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟ ସରକାରଙ୍କ ଗୃହ ବିଭାଗ ସାଧାରଣ ଜନତାଙ୍କୁ ଅତ୍ୟାଚାର କରିବାରେ ଲାଗିଛି।

ଜଗତସିଂହପୁର ଜିଲ୍ଲାର ଅଭୟଚନ୍ଦ୍ରପୁର ଥାନାର ହାଜତ ମୃତ୍ୟୁ ଘଟଣା ଏହି ଘଟଣାର ମୃତକ ମନୋରଞ୍ଜନ ଯେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲା ବୋଲି ପୋଲିସ୍ ବୟାନ ଦେଉଛି, ଏହା ବିଶ୍ଵାସଯୋଗ୍ୟ ନୁହେଁ । ଏହି ହାଜତମୃତ୍ୟୁ ଘଟଣାଳୁ ଚାପିଦେବା ପାଇଁ ପୋଲିସ୍‌ ଏକ ମନଗଢା କାହାଣୀ ରଚନା କରିଛି । ଏଠାରେ ପ୍ରଶ୍ନ ଉଠେ ଯେ, ଦୌଡ଼ୁଥିବା ଅବସ୍ଥାରେ ସାମ୍ନାପଟୁ ଏକ ପୋଲରେ ମାଡ଼ ହୋଇ ମନୋରଞ୍ଜନ ଭୟଙ୍କର ଭାବେ ଆଘାତପ୍ରାପ୍ତ ହୋଇଥିଲେ । କିନ୍ତୁ ମନୋରଞ୍ଜନ ଦେହରେ କୌଣସି ଗଭୀର ଆଘାତ ବା ହାଡ଼ଗୋଡ଼ ଭାଙ୍ଗିବା ପରି କୌଣସି କ୍ଷତଚିହ୍ନ ଦେଖାଯାଇ ନଥିଲା । ମନୋରଞ୍ଜନକୁ ସିଧା କଟକ ବଡ଼ ମେଡ଼ିକାଲ ନ ନିଆଯାଇ ସ୍ଥାନୀୟ ମେଡ଼ିକାଲକୁ ନେବାର ରହସ୍ୟ ପର୍ଦ୍ଦାଫାଶ ହେବା ଦରକାର । ଦ୍ଵିତୀୟତଃ ଜଣେ ମୁର୍ମୁଷ ଅବସ୍ଥାରେ ଥିବା ବ୍ୟକ୍ତିକୁ ଆମ୍ବୁଲାନ୍ସ ଦ୍ୱାରା ନ ନେଇ କାହିଁକି ପୋଲିସ୍ ଗାଡ଼ିରେ ନିଆଗଲା । ପ୍ରଥମେ ଥାମକୁ ନିଆଗଲା କି ହସ୍ପିଟାଲକୁ ନିଆଗଲା, ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।

ଗତ ୨୦୨୦ ମସିହାରେ ପୁରୀ ଜିଲ୍ଲା ବାଟେନିସାହି ଥାନାରେ ଯେଉଁ ହାଜତମୃତ୍ୟୁ ଘଟଣା ଘଟିଥିଲା, ତାହାର କଳଙ୍କ ଏହି ଏସ୍‌ପି ଏବଂ ଏହି ଥାନାର ଅଧିକାରୀଙ୍କ ନାମରେ ଯୋଡ଼ିହୋଇ ରହିଛି । ଆଜିର ଘଟଣାକ୍ରମରେ ମଧ୍ୟ ସମାନ ଏସ୍.ପି. ଏବଂ ଥାନା ଅଧିକାରୀ ଜଗତସିଂହପୁର ହାଳନ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ବୋଲି ଅଭିଯୋଗ ହେଉଛି । ଏହି ଦୁଇଯୋଡ଼ି ରକ୍ତମୁଖା ହୋଇ ପୋଲିସ ବିଭାଗକୁ କଳଙ୍କିତ କରୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିପରି ଏମାନଙ୍କୁ କ୍ଷମା ଦେଇପାରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ହତ୍ୟାକାରୀ ଯୋଡ଼ି ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ହାଜତ ମୃତ୍ୟୁ ଘଟଣାର ନିୟରବିଭାଗୀୟ ତଦନ୍ତ ପାଇଁ ଛାତ୍ର କଂଗ୍ରେସର ସଭାପତି ୟାସିର ନକ ଦାବି କରିଛି । ମୃତକର ପରିବାରକୁ ତୁରନ୍ତ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ବଳ ଦାବି କରିଛନ୍ତି ।
Published by:Soumya Das
First published: