ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୋଇଲା ଅଭାବକୁ ନେଇ ବଢ଼ିଲା ସଙ୍କଟ: ଆଗକୁ ଘନ ଘନ ବିଜୁଳିକାଟ ସମ୍ଭାବନା; ପ୍ରଭାବିତ ହେବେ ଶିଳ୍ପସଂସ୍ଥା

କୋଇଲା ଅଭାବକୁ ନେଇ ବଢ଼ିଲା ସଙ୍କଟ: ଆଗକୁ ଘନ ଘନ ବିଜୁଳିକାଟ ସମ୍ଭାବନା; ପ୍ରଭାବିତ ହେବେ ଶିଳ୍ପସଂସ୍ଥା

ଦେଶରେ କୋଇଲାରୁ ଉତ୍ପାଦିତ ହେଉଥିବା ତାପଜ ବିଦ୍ୟୁତ୍, ମୋଟ ଆବଶ୍ୟକତାର ୭୫ ପ୍ରତିଶତ ମେଣ୍ଟାଉଥିବା ବେଳେ ଜଳଜ ବିଦ୍ୟୁତ୍ର ପ୍ରାୟ ୧୫ରୁ ୨୦ ପ୍ରତିଶତ ମେଣ୍ଟାଉଛି । ବାକି ବିକଳ୍ପ ବିଦ୍ୟୁତ୍ ଶକ୍ତିରୁ ଭରଣା ହେଉଛି ।

କୋଇଲା ଅଭାବକୁ ନେଇ ବଢ଼ିଲା ସଙ୍କଟ: ଆଗକୁ ଘନ ଘନ ବିଜୁଳିକାଟ ସମ୍ଭାବନା; ପ୍ରଭାବିତ ହେବେ ଶିଳ୍ପସଂସ୍ଥା
କୋଇଲା ଅଭାବକୁ ନେଇ ବଢ଼ିଲା ସଙ୍କଟ
  • News18 Odia
  • Last Updated: October 11, 2021, 10:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦେଶରେ ବିଦ୍ୟୁତ୍ ବ୍ୟବହାରର ଆବଶ୍ୟକତା ବଢ଼ି ଚାଲିଛି । ବଢୁଥିବା ଲୋକସଂଖ୍ୟା ଓ ଶିଳ୍ପ ଆବଶ୍ୟକତା କାରଣରୁ ଦିନକୁ ଦିନ ବିଦ୍ୟୁତ୍ ବ୍ୟବହାର ପରିମାଣ ମଧ୍ୟ ବଢ଼ି ଚାଲିଛି । ନୂଆ ସୂଚନା ଅନୁସାରେ, ସାରା ଦେଶରେ ଦୈନିକ ଦୁଇ ମିଲିୟନ ୟୁନିଟ୍‌ର ବିଜୁଳି ଶକ୍ତିର ଆବଶ୍ୟକତା ପଡ଼ିଥାଏ । ତେବେ ମୋଟ ଆବଶ୍ୟକତାର ପ୍ରାୟ ୭୫ ପ୍ରତିଶତ ବିଜୁଳି, ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଭରଣା ହୋଇଥାଏ । ଦେଶରେ ଏହି ଆବଶ୍ୟକତା ପୂରଣ ପାଇଁ ଦୁଇ ମିଲିୟନ ଟନରୁ ଅଧିକ କୋଇଲା ଆବଶ୍ୟକତା ପଡ଼ିଥାଏ । ଏନ୍‌ଟିପିସି ବା ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଜରିଆରେ ଦେଶର ବିଭିନ୍ନ ପ୍ରାନ୍ତରେ ତାପଜ ବିଦ୍ୟୁତ୍ ଯୋଗାଣ ହୋଇଥାଏ ।

କିନ୍ତୁ ଗତ କିଛି ଦିନ ଭିତରେ କୋଇଲାରୁ ଉତ୍ପାଦିତ ତାପଜ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି, ଯାହାକୁ ନେଇ ଚିନ୍ତା ବଢ଼ିଛି । ବିଶେଷ କରି ଦିଲ୍ଲୀ, ପଞ୍ଜାବ ସମେତ ସଂଖ୍ୟାଧିକ ଉତର-ପୂର୍ବ ରାଜ୍ୟଗୁଡ଼ିକରେ ତାପଜ ବିଦ୍ୟୁତ୍ ଯୋଗାଣ କମିବାରେ ଲାଗିଥିବାରୁ ଏବେ ଦେଶର ଏହି ଭାଗରେ ବିଦ୍ୟୁତ୍ ଯୋଗାଣକୁ ନେଇ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଥିବାରୁ ଏହି ଦୁଇଟି ରାଜ୍ୟରେ ବିଜୁଳିକାଟ ଆରମ୍ଭ ହେବା ସହ ଅନ୍ୟ କିଛି ରାଜ୍ୟଗୁଡ଼ିକରେ ଏଭଳି ସଙ୍କଟ ଉତ୍କଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

କୋଇଲା ଅଭାବକୁ ନେଇ ବଢ଼ିଲା ସଙ୍କଟ


ଗ୍ରୀଡ଼୍‌କୋର ପୂର୍ବତନ ସିଏମଡ଼ି ବିଜୟ ଚନ୍ଦ୍ର ପତି ଜେନାଙ୍କ ସୂଚନା ଅନୁସାରେ, ଅଧିକାଂଶ କୋଇଲା ଖଣିରେ ବର୍ଷା ଜଳ ପଶିଯିବା କାରଣରୁ କୋଇଲା ଉତୋଳନ କ୍ଷେତ୍ରରେ ସଙ୍କଟ ଉପୁଜୁଛି । ଏହି କାରଣରୁ କିଛି ଉତର-ପୂର୍ବ ରାଜ୍ୟଗୁଡ଼ିକରେ ବିଜୁଳି ସଙ୍କଟ ଦେଖାଦେଇଛି, ଯାହାକି ଆଗକୁ ଘନ ଘନ ବିଜୁଳି କାଟର ସ୍ଥିତିକୁ ଆମନ୍ତ୍ରଣ କରୁଛି ।

ତାପଜ ବିଦ୍ୟୁତ୍ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥିବାରୁ ଏହି ସମସ୍ୟା ବଢୁଛି ବୋଲି ମତ ରଖିଛି ଉପଭୋକ୍ତା ସଙ୍ଘ । ରାଜ୍ୟ ଉପଭୋକ୍ତା ସଙ୍ଘର ସଭାପତି ରମେଶ ଶତପଥୀଙ୍କ ସୂଚନା ଅନୁସାରେ, ଉତ୍ପାଦନ ବାଧାପ୍ରାପ୍ତ ହେବା ବିଜୁଳି ସଙ୍କଟର ଅନ୍ୟତମ କାରଣ ହୋଇଥିଲେ ମଧ୍ୟ ମୁଖ୍ୟକାରଣ ହେଲା ସରକାରୀ ପ୍ରସ୍ତୁତିର ଅଭାବ । ଅର୍ଥାତ୍ ବର୍ଷା ଦିନରେ ଏଭଳି ବିଦ୍ୟୁତ୍ ସଙ୍କଟ ସୃଷ୍ଟି ହେବା ଏକ ନିୟମିତ ଧାରା ହୋଇଥିଲେ ବି ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମର ଅଭାବ ପରିଲକ୍ଷିତ ହେଉଛି, ଯାହା ସଙ୍କଟକୁ ଅଧିକ ଘନିଭୂତ କରୁଛି ।

ଏଦିଗରେ ସଯତ୍ନ ପ୍ରୟାସ ଜରୁରୀ । ତେବେ ଏହାର ପ୍ରଭାବ ସାମୟିକ ଓ ଆସନ୍ତା କିଛି ଦିନ ଭିତରେ ଏ ସମସ୍ୟା ଦୂର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶିଳ୍ପ ବିଶେଷଜ୍ଞ ଭବାନୀଶଙ୍କର ପାଣି । ତାଙ୍କ ସୂଚନା ଅନୁସାରେ, ଉତର-ପୂର୍ବ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରେ ତାପଜ ବିଦ୍ୟୁତ୍ ଉତ୍ପାଦନ ଓ ଆବଣ୍ଟନ ଦାୟିତ୍ୱ ଏନଟିପିସିର । ସାମୟିକ ଭାବେ ଏହି କୋଇଲା ଅଭାବ ସ୍ଥିତି ଉପୁଜିଥିବା ବେଳେ ତାର ସମାଧାନ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇପାରିଛି ।

ଆଗକୁ ଘନ ଘନ ବିଜୁଳିକାଟ ସମ୍ଭାବନା


ଏଭଳି ସଙ୍କଟର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଏକ୍ସପର୍ଟଙ୍କ ମତ ରଖିଛନ୍ତି । ବିଶେଷ କରି ଓଡ଼ିଶାରେ ଏକାଧିକ କୋଇଲା ଖଣି ମହଜୁଦ ଥିବା ବେଳେ ଉଭୟ ତାପଜ ଓ ଜଳଜ ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ ଭାବେ ଓଡ଼ିଶାକୁ ମାନ୍ୟତା ମିଳିଛି । ସେ ଦୃଷ୍ଟିରୁ ତାପଜ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଲେ ବି ଓଡ଼ିଶାରେ ଘନ ଘନ ବିଜୁଳିକାଟ ହେବାରେ କୌଣସି ସମ୍ଭାବନା ନାହିଁ ।
Published by: Lipina Das
First published: October 11, 2021, 10:44 AM IST