Naba Das shot: କଡା ସୁରକ୍ଷା ଭିତରେ କିପରି ହେଲା ଗୁଳିମାଡ଼? ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Naba das shot: ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଡ଼ା ସୁରକ୍ଷା ବ୍ଯବସ୍ଥା ଥିଲେ ମଧ୍ଯ କିପରି ହେଲା ଗୁଳିମାଡ? କ୍ରାଇମବ୍ରାଞ୍ଚର ତଦନ୍ତ ପରେ ସ୍ପଷ୍ଟ ହେବ କାରଣ ।

ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ

ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das shot:  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ଝାରସୁଗୁଡା ଗାନ୍ଧି ଛକରେ ତାଙ୍କୁ ଗୁଳି ମାଡ ହୋଇଛି । ଏକ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଗୁଳିକାଣ୍ଡ ହୋଇଥିବାର ସୂଚନା ମିିଳିଛି ।

http://ନବ ଦାସଙ୍କ ଉପରେ ଗୁଳିମାଡକୁ ନିନ୍ଦା କଲେ CM; ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ତେବେ ଏହି ଘଟଣା ଆଉ କେହି ନୁହଁନ୍ତି ବରଂ ପୋଲିସ କର୍ମୀ କରିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ପୋଲିସ କର୍ମୀ ଗୋପାଳ ଦାସ ଏହି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ଗାଡିରୁ ଓହ୍ଲାଇବା ବେଳେ ଗୁଳିମାଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପୋଲିସ ବେଶରେ ଜଣେ ଗୁଳି ମାଡ କରାଯାଇଥିବାର ସୂଚନା ମିଳିଛି। ମନ୍ତ୍ରୀଙ୍କ ଗାଡି ନିକଟରୁ ଗୁଳିମାଡ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୋଲିସ ବେଶଧାରୀ ଗୁଳି ମାଡ କରିଛି।



କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏତେ କଡା ସୁରକ୍ଷା ଥାଇ ମଧ୍ୟ କିପରି ନବ ଦାସଙ୍କୁ ଗୁଳିମାଡ଼ ହେଲା। ସରକାରଙ୍କ ଜଣେ ମନ୍ତ୍ରୀ କିମ୍ବା ଅଧିକାରୀ ଆସିବ ପୂର୍ବରୁ ସେହି ଗସ୍ତ ବାବଦରେ ଗୁଇନ୍ଦା ପାଖରେ ବିସ୍ତୃତ ବିବରଣୀ ଥାଏ। କିନ୍ତୁ ଏଥିରେ ବ୍ୟତିକ୍ରମ କିପରି ଘଟିଲା ସେ ନେଇ ପ୍ରଶ୍ନ ଉଠୁଛି। ବ୍ୟକ୍ତିଗତ ସ୍ୱାର୍ଥ ନା ଷଡ଼ଯନ୍ତ୍ର ସେ କିଛି ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଜଣେ ପୋଲିସ କର୍ମୀ ଜଣେ ମନ୍ତ୍ରୀଙ୍କ ଉପରକୁ ଗୁଳି ଚାଳନା କଲା ତାହା ସନ୍ଦେହଜନକ। ପୂର୍ବରୁ କିଛି ଶତ୍ରୁତା ନା ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ଖୁବ ଶୀଘ୍ର ତଦନ୍ତ ଆରମ୍ଭ ହେବ।

NABA DAS SHOT: ନବ ଦାସଙ୍କ ଗୁଳିମାଡ଼ ପଛରେ ବ୍ୟକ୍ତିଗତ ସ୍ୱାର୍ଥ ନା ଷଡ଼ଯନ୍ତ୍ର?

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି।
Published by:Soumya Das
First published: