ବରମୁଣ୍ଡାରୁ ବ୍ରାଉନସୁଗାର ଜବତ; ପୋଲିସ ବେଶରେ କରୁଥିଲେ କାରବାର

କଲିକତାରୁ ଫୁଲ ବସ୍ତା ଭିତରେ ବସ ଯୋଗେ ଭୁବନେଶ୍ୱରରୁ ହେଉଥିଲା ଚୋରା ଚାଲାଣ। ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ରେଡ଼ କରି ୧ କିଲୋ ବ୍ରାଉନସୁଗାର ଓ ୧୭ ହଜାର ଟଙ୍କା ଓ ନକଲି ଡାକ୍ତର ଆଇଡ଼ି କାର୍ଡ଼ ଓ ନକଲି ପୋଲିସ ଆଇଡ଼ି କାର୍ଡ଼ ଜବତ କରିଛି କ୍ରାଇମବ୍ରାଞ୍ଚ ।

ବରମୁଣ୍ଡାରୁ ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

ବରମୁଣ୍ଡାରୁ ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ୧ କୋଟି ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । କଲିକତାରୁ ଫୁଲ ବସ୍ତା ଭିତରେ ବସ ଯୋଗେ ଭୁବନେଶ୍ୱରରୁ ହେଉଥିଲା ଚୋରା ଚାଲାଣ। ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ରେଡ଼ କରି ୧ କିଲୋ ୨୩୮ ଗ୍ରାମ ବ୍ରାଉନସୁଗାର ଓ ୧୭ ହଜାର ଟଙ୍କା ଓ ନକଲି ଡାକ୍ତର ଆଇଡ଼ି କାର୍ଡ଼ ଓ ନକଲି ପୋଲିସ ଆଇଡ଼ି କାର୍ଡ଼ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସେପଟେ ତଦନ୍ତ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଶୁଣି ତାଜୁବ ହୋଇଗଲା ତଦନ୍ତକାରୀ ସଂସ୍ଥା ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ କପିଳଦେବ ମଞ୍ଜୁମଦାର। ଘର ପଶ୍ଚିମବଙ୍ଗ ନଦିଆ । ପେଷାରେ ଫୁଲ ବ୍ୟବସାୟୀ । ରଶ୍ମିରଞ୍ଜନ ଭୋଳ, ଘର ଖୋର୍ଦ୍ଧା ଜଙ୍କିଆ।  କପିଳଦେଵ ପ୍ରତିଦିନ କଲିକତାରୁ ଭୁବନେଶ୍ୱରକୁ ବସରେ ଫୁଲବସ୍ତା ପଠାଏ। ଆଉ ଏହାରି ମଧ୍ୟରେ ଫୁଲ ବସ୍ତା ଭିତରେ ଆରମ୍ଭ କରିଥିଲା ବ୍ରାଉନସୁଗର ବେପାର । ଏସଟିଏଫ ସୂଚନା ଅନୁସାରେ, କେତେବେଳେ ପୋଲିସ ବେଶରେ କେତେବେଳେ ଡାକ୍ତର ବେଶରେ ବ୍ରାଉନସୁଗର ବେପାର କରୁଥିଲେ ମାଫିଆ । କଲିକତାରୁ ଭୁବନେଶ୍ୱରକୁ ବସରେ ବେଧଡ଼କ ଭାବେ  ଆଣୁଥିଲେ ଡ୍ରଗ୍ସ । ଥରେ ସଫଳ ହେଲେ ଗୋଟିଏ ରାତିରେ କୋଟିଏ ବେପାର ରୋଜଗାର କରୁଥିଲେ ।

ଜବତ ହୋଇଥିବା ନକଲି ଡାକ୍ତର ଆଇଡି କାର୍ଡ଼


"ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ୧ କିଲୋ ୨୩୮ ଗ୍ରାମ ବ୍ରାଉନସୁଗାର ଜବତ ହେବାପରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଦୁଇ ମାଫିଆ କପିଳଦେଵ ଓ ରଶ୍ମିରଞ୍ଜନଙ୍କୁ ଜେରା ପରେ ମିଳିଥିବା ତଥ୍ୟ ଅନୁସାରେ, କପିଳଦେଵ ପ୍ରତିଦିନ କଲିକତାରୁ ଭୁବନେଶ୍ୱର ଫୁଲବସ୍ତା ପଠାଏ।  ଆଉ ଏହାରି ମଧ୍ୟରେ ଫୁଲ ବସ୍ତା ଭିତରେ ଆରମ୍ଭ କରିଥିଲା ବ୍ରାଉନସୁଗାର ବେପାର । ଭୁବନେଶ୍ୱରରେ ତାକୁ ସାଥ ଦେଇଥିଲା ରଶ୍ମିରଞ୍ଜନ । ଶୁକ୍ରବାର କଲିକତାରୁ ଭୁବନେଶ୍ୱର ଆସୁଥିବା ଏକ ବସରେ ବ୍ରାଉନସୁଗର ଆସୁଥିବା ନେଇ ଖବର ପାଇଥିଲା ଏସଟିଏଫ। ସମ୍ପୃକ୍ତ ବସ ବରମୁଣ୍ଡାରେ ପହଁଚିବା ପରେ ରେଡ଼ କରିଥିଲା ତଦନ୍ତକାରୀ ସଂସ୍ଥା । ଆଉ ଫୁଲ ବସ୍ତା ଭିତରୁ ବ୍ରାଉନସୁଗର ଦେଖି କାବା ହୋଇଗଲା ଏସଟିଏଫ ଟିମ," କହିଛନ୍ତି ଏସଟିଏଫ ଡ଼ିଏସପି ଏସ.ଏନ ରଥ ।

ତଦନ୍ତ ବେଳେ ଅଭିଯୁକ୍ତ ରଶ୍ମିରଞ୍ଜନର ଗୁମର ସାମ୍ନାକୁ ଆସିଛି । ତା ପାଖରୁ ଜବତ ହୋଇଛି ନକଲି ଡାକ୍ତର ଆଇଡି କାର୍ଡ଼ ଓ ପୋଲିସ ଆଇଡି କାର୍ଡ଼ । ପ୍ରାଥମିକ ତଦନ୍ତରୁ ଏସଟିଏଫ ଜାଣିବାକୁ ପାଇଛି। ଡ୍ରଗ୍ସ ମାଫିଆ ରଶ୍ମିରଞ୍ଜନ ନିଜକୁ ଏମ୍ସର ଡାକ୍ତର କହି ଚିକିତ୍ସା ଆଳରେ ବିଭିନ୍ନ ବସ୍ତିକୁ ଯାଇ ଡ୍ରଗ୍ସ ବେପାର କରେ । ସେହିଭଳି ପୋଲିସ ୟୁନିଫର୍ମ ପିନ୍ଧି ବିଭିନ୍ନ ଜିଲାକୁ ଡ୍ରଗ୍ସ ଚୋରା ଚାଲାଣ କରେ । ତା ନିକଟରୁ ପୋଲିସ ର ଲଗୋ ଥିବା ଏକ ବୁଲେଟ ମଧ୍ୟ ଜବତ ହୋଇଛି।  କାରଣ ପୋଲିସ ଆଖିରୁ ଖସିବା ପାଇଁ ଏଭଳି କରୁଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା।  ଅଧିକ ତଦନ୍ତ ପାଇଁ ଦୁଇ ମାଫିଆଙ୍କୁ ରିମାଣ୍ଡ ରେ ଆଣି ଜେରା କରାଯିବ ବୋଲି କହିଛନ୍ତି ଏସଟିଏଫ ଡ଼ିଏସପି ।
Published by:Soumya Das
First published: