କ୍ରାଇମ ରିକ୍ରିଏସନ ଭିଡ଼ିଓ ଜାରି କଲା କ୍ରାଇମବ୍ରାଞ୍ଚ; ସଚେତନ ହୁଅନ୍ତୁ ରାଜ୍ଯବାସୀ: ପୋଲିସ

ଗିରଫ ହୋଇଥିବା ଜମତାରା ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ । ୩ ଠକ କିଭଳି ଉପାୟ ଅବଲମ୍ବନ କରି ଲୋକଙ୍କୁ ଠାକୁଥିଲେ ତାହାର ଏକ ଭିଡ଼ିଓ ଜାରି କରି ଲୋକଙ୍କୁ ସଚେତନ କରିଛି କ୍ରାଇମବ୍ରାଞ୍ଚ ।

୩ ଠକଙ୍କୁ ନେଇ କ୍ରାଇମ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

୩ ଠକଙ୍କୁ ନେଇ କ୍ରାଇମ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଗିରଫ ହୋଇଥିବା ଜମତାରା ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ । ୩ ଠକ କିଭଳି ଉପାୟ ଅବଲମ୍ବନ କରି ଲୋକଙ୍କୁ ଠାକୁଥିଲେ ତାହାର ଏକ ଭିଡ଼ିଓ ଜାରି କରି ଲୋକଙ୍କୁ ସଚେତନ କରିଛି କ୍ରାଇମବ୍ରାଞ୍ଚ । ଠକ କିଭଳି ନିଜକୁ ବ୍ୟାଙ୍କ କର୍ମଚାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଆକାଉଣ୍ଟ ଖାଲି କରନ୍ତି ତାର ଏକ ଭିଡ଼ିଓ ଜାରି କ୍ରାଇମବ୍ରାଞ୍ଚ କରିଛି।

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ଡେମୋ ଭିଡ଼ିଓରେ ଜମତାରା ଗ୍ୟାଙ୍ଗ କିଭଳି ଠକେଇ କରୁଛନ୍ତି ତାହାର ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି । ଜମତାରା ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଗ୍ରାହକଙ୍କୁ ପ୍ରଥମେ ମେସେଜ କରୁଛି । ପରେ ଫୋନକରି ଖାତା ବନ୍ଦ ହୋଇଯିବ କହି ଚେତାବନୀ ଦେଉଛନ୍ତି । ତେଣୁ ଖାତାକୁ ଚାଲୁ ରଖିବା ପାଇଁ  କେ.ୟାଇ.ସି ଅପଡେଟ କରିବାକୁ କହୁଛି । ଗ୍ରାହକ ରାଜି ହେବାପରେ ଲିଙ୍କ ପଠାଇ କ୍ଲିକ କରିବାକୁ କହୁଛି । ଗ୍ରାହକ ଲିଙ୍କ ଉପରେ କ୍ଲିକ କରିବା ପରେ ଆଖି ପିଛୁଳାକେ ଖାଲି ହେଇଯାଉଛି ଆକାଉଣ୍ଟ ।

"ଏହା ଲୋକଙ୍କୁ ସଚେତନ କରିବା ପାଇଁ ଏକ ଭିଡ଼ିଓ। ଲୋକେ କିଭଳି ସାଇବର ଠକଙ୍କ କବଳରେ ଫସି ନ ଯିବେ ସେଥିପାଇଁ ଭିଡ଼ିଓଟି କରାଯାଇଛି । ଏହା ଦ୍ୱାରା ଲୋକେ ସଚେତନ ହେବେ ଓ ତଦନ୍ତକାରୀ ଟିମ ପାଖରେ ପ୍ରମାଣ ମଧ୍ୟ ରହିବ । କିଛିଦିନ ତଳେ ଜମତାରା ଗ୍ୟାଙ୍ଗର ୩ଜଣ ଠକକୁ ଗିରଫ ପରେ ସେମାନଙ୍କ ଠକେଇର ତରିକା କିଭଳି ଥିଲା, ସେନେଇ ଡେମୋ କରାଯାଇଛି । ତେଣୁ କୌଣସି ନିର୍ଦ୍ଦିଷ୍ଟ ନମ୍ବରରୁ ବ୍ୟାଙ୍କ ସମ୍ବନ୍ଧୀୟ ମେସେଜ ଆସିଲେ ତାହାକୁ ସତ ବୋଲି ନ ଭାବିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି,"କହିଛନ୍ତି  କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ସଞ୍ଜୀବ ପଣ୍ଡା ।

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି, କୌଣସି ସଂସ୍ଥା ନିର୍ଦ୍ଦିଷ୍ଟ ନମ୍ବରରୁ ଫୋନ କିମ୍ବା ମେସେଜ କରନ୍ତି ନାହିଁ । ସେମାନେ ଅଫିସିଆଲି ଭାବେ ମେସେଜ ଓ ଫୋନ କରନ୍ତି । କିନ୍ତୁ ସାଇବର ଠକ ମାନେ ନିର୍ଦ୍ଦିଷ୍ଟ ନମ୍ବରରୁ ମେସେଜ କିମ୍ବା ଫୋନ କରନ୍ତି । ତେଣୁ ଏଭଳି ମେସେଜ କିମ୍ବା ଫୋନ କଲ ଆସିଲେ ଏହା ସାଇବର ଠକଙ୍କ କାରନାମା ହୋଇଥାଇପାରେ । ତେଣୁ ଏଭଳି କୌଣସି ଫୋନ କିମ୍ବା ମେସେଜ ଆସିଲେ ନିଜର ବ୍ୟକ୍ତିଗତ ତଥ୍ୟ କାହାକୁ ନ ଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

"ରାଜ୍ୟବାସୀଙ୍କ ପାଇଁ ଆମେ ହେଲ୍ପ ଲାଇନ ନମ୍ବର ୧୫୫୨୬୦ ଜାରି କରିଛୁ । ଯେଉଁମାନେ ସାଇବର ଠକାମିର ଶିକାର ହେଉଛନ୍ତି ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ଅଭିଯୋଗ କରି ପାରିବେ । ଗୋଲଡେନ ଆୱାର ଭିତରେ ଅଭିଯୋଗ କଲେ ଠକେଇ ଟଙ୍କା ଫେରାଇ ଆଣିବାରେ ସମ୍ଭବ ହୋଇପାରିବ। ଗତ ୬ ମାସ ମଧ୍ୟରେ କ୍ରାଇମବ୍ରାଞ୍ଚର ସାଇବର ସେଲ ୫୫ଲକ୍ଷ ରିଫଣ୍ଡ କରିଥିବା ବେଳେ ୨୬ଲକ୍ଷ ହୋଲଡ଼ କରିଥିବା," କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ଶ୍ରୀ ପଣ୍ଡା ।

ସୂଚନାଯୋଗ୍ୟ, ଗତ ମାସ ୨୯ତାରିଖରେ ଭୁବନେଶ୍ୱର ରଶୁଲଗଡ଼ରୁ ଏକ ୩ଜଣିଆ ସାଇବର ଠକ ଗ୍ୟାଙ୍ଗ ଗିରଫ ହୋଇଥିଲେ । ଏହି ଗ୍ୟାଙ୍ଗ ୨୦ଟି ରାଜ୍ୟରେ ନିଜର ନେଟୱର୍କ ବିଛାଇଥିଲେ । ଏହି ଗ୍ୟାଙ୍ଗ ୭ଟି ରାଜ୍ୟରେ ୫୫ଟି ମାମଲା ରହିଛି । ଓଡ଼ିଶାରେ ଏମାନଙ୍କ ନାମରେ ଏଯାବତ କୌଣସି ଅପରାଧିକ ମାମଲା ରୁଜ୍ଜୁ ହୋଇନଥିବା ଜଣା ପଡ଼ିଛି । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଝାଡ଼ଖଣ୍ଡରେ ଥାଇ ଏହି ଗ୍ୟାଙ୍ଗର ଅପରେସନ କରୁଥିବା ଜାଣିବା ପରେ କ୍ରାଇମବ୍ରାଞ୍ଚ ଟିମ ରାଜ୍ୟ ବାହାରକୁ ଯାଇଥିବା ଜଣା ପଡ଼ିଛି ।
Published by:Soumya Das
First published: