ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଖୋଲିବ କି SCFଙ୍କ ମୃତ୍ୟୁ ଉପରୁ ପରଦା; କ୍ରାଇମବ୍ରାଞ୍ଚର ହାତରେ ୩ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଖୋଲିବ କି SCFଙ୍କ ମୃତ୍ୟୁ ଉପରୁ ପରଦା; କ୍ରାଇମବ୍ରାଞ୍ଚର ହାତରେ ୩ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ପାରଳାଖେମୁଣ୍ଡି ଏ.ସି.ଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ହୋଇଥିବା ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିଛି ।

ଖୋଲିବ କି SCFଙ୍କ ମୃତ୍ୟୁ ଉପରୁ ପରଦା; କ୍ରାଇମବ୍ରାଞ୍ଚର ହାତରେ ୩ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ
ମୃତ ସୌମ୍ଯ ଓ ପତ୍ନୀ ବିଦ୍ଯା ଭାରତୀ (ଫାଇଲ ଫଟୋ)
  • News18 Odia
  • Last Updated: September 29, 2021, 6:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପାରଳାଖେମୁଣ୍ଡି ଏ.ସି.ଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ହୋଇଥିବା ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିଛି । ଏହି ରିପୋର୍ଟ ଉପରେ ତଦନ୍ତକାରୀ ଦଳ ତର୍ଜମା କରୁଛନ୍ତି। ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ରିପୋର୍ଟକୁ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ।

ଗତ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମେ ଡ଼ି.ଏଫ.ଓ ସଂଗ୍ରାମ କେଶରୀ ଜେନା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଉଭୟଙ୍କର ୩ ଘଣ୍ଟା ଧରି ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା। ୨୦ତାରିଖରେ ବିଦ୍ୟାଭାରତୀଙ୍କୁ ନେଇ କ୍ରାଇମବ୍ରାଞ୍ଚ ଅଢେଇ ଘଣ୍ଟାରେ ଏକଧିକ ପ୍ରଶ୍ନର ଉତ୍ତର ଖୋଜିଥିଲା କ୍ରାଇମବ୍ରାଞ୍ଚ ।

"ଆମକୁ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇଛି । ଏହି ରିପୋର୍ଟରେ କଣ ଉଲ୍ଲେଖ ରହିଛି ତାହା ଗଣ ମାଧ୍ୟମ ଆଗରେ କହିବା ଠିକ ହେବ ନାହିଁ । କିନ୍ତୁ ଏହା ଆମକୁ ତଦନ୍ତରେ ବେଶ ସହାୟକ ହେବ । ପୂର୍ବରୁ ଏହି ତିନିଜଣ ଜେରା ସମୟରେ କଣ ବୟାନ ରଖିଥିଲେ ଓ ଲାଏ ଡିଟେକ୍ସନ ଟେଷ୍ଟରେ କଣ ଉତ୍ତର ରଖିଛନ୍ତି, ସେସବୁକୁ ଏବେ ତର୍ଜମା କରାଯାଉଛି,"କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ସଞ୍ଜୀବ ପଣ୍ଡା ।

ଏ.ସି.ଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପରେ ଦୁଇଟି ପର୍ଯ୍ୟାୟରେ ଜେରା କରିଥିଲା  ତଦନ୍ତକାରୀ ଟିମ । ଏଥିପାଇଁ ଏକ ଟିମ ମଧ୍ୟ ଗଠନ ହୋଇଥିଲା । ଯେଉଁ ଟିମ ପ୍ରଥମ ପର୍ଯ୍ୟାୟରେ ପରଳାଖେମୁଣ୍ଡି ଯାଇ ଡ଼ି.ଏଫ.ଓ ଙ୍କ ସମେତ ୧୪ଜଣଙ୍କୁ ଜେରା କରିଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଅଭିଯୋଗକାରୀ ସୌମ୍ୟ ରଞ୍ଜନଙ୍କ ବାପା,ମା, ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ୭ଜଣଙ୍କୁ ଜେରା କରିଥିଲା ।

"ଦୁଇଟି ପର୍ଯ୍ୟାୟରେ ଜେରା କରିବା ପରେ ଅନେକ କିଛି ତଥ୍ୟ ଓ ପ୍ରମାଣ ଆମେ ପାଇଛୁ । ଯାହା ତଦନ୍ତକାରୀ ଟିମକୁ ବେଶ ସହାୟକ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତିନି ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିଥିଲୁ । ଫଳରେ ପୂର୍ବରୁ ସେମାନଙ୍କ ବୟାନ ସହ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟରେ ତାଳମେଳ ରହୁଛି କି ନାହିଁ ତାହା ଜଣା ପଡ଼ିବ । ଏବେ ଆମେ ରିପୋର୍ଟ ପାଇବା ପରେ ତର୍ଜମା କରିବୁ । ଯାହା ଫଳରେ ଆମକୁ ଆଉ କିଛି ତଥ୍ୟ ମିଳି ପାରିବ । ସେହି ଅନୁସାରେ ଖୁବ ଶୀଘ୍ର ଏ.ସି.ଏଫଙ୍କ ମୃତ୍ୟୁ ଉପରୁ ପରଦା ହଟେଇ ପାରିବୁ," କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ଶ୍ରୀ ପଣ୍ଡା ।

ସୂଚନା ଅନୁସାରେ ଗତ ଜୁଲାଇ ୧୨ତାରିଖରେ ପାରଳାଖେମୁଣ୍ଡି ଏ.ସି.ଏଫ ସୌମ୍ୟ ରଞ୍ଜନ ମହାପାତ୍ର ତାଙ୍କ ସରକାରୀ ବାସଭବନରୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଘଟଣାକୁ ଏହାରି ମଧ୍ଯ ଅଢ଼େଇ ମାସ ହୋଇଗଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟାଇବାରେ ସକ୍ଷମ ହୋଇନି ତଦନ୍ତକାରୀ ଟିମ । ପୂର୍ଵତନ ପୋଲିସ ଡ଼ିଜି କହିଛନ୍ତି, "ଲାଏ ଡିଟେକ୍ସନ ଯଦିଓ କୋର୍ଟରେ ପ୍ରମାଣ ରୂପେ ଗ୍ରହଣୀୟ ନୁହେଁ, ତଥାପି ତଦନ୍ତରେ ଏହା ବେଶ ସହାୟକ ହେବ । ପୂର୍ବ ବୟାନ ଓ ଲାଏ ଡିଟେକ୍ସନ ରିପୋର୍ଟ ତର୍ଜମା ପରେ କ୍ରାଇମବ୍ରାଞ୍ଚ ଏକ ନିର୍ଦ୍ଦିଷ୍ଟ ନିଷ୍କର୍ସରେ ପହଞ୍ଚିବ"।
Published by: Soumya Das
First published: September 29, 2021, 6:50 PM IST