ଫେକ୍ ସିମ୍ କାର୍ଡ଼ ଜବତ ଘଟଣା: ଡିଷ୍ଟ୍ରିବ୍ଯୁଟର ଓ ସିମ ସେଲରକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଢେଙ୍କାନାଳରୁ ଫେକ୍ ସିମ୍ କାର୍ଡ଼ ଜବତ ଘଟଣାରେ ଢେଙ୍କାନାଳ ମୋଟାଙ୍ଗା ଉପରପାଲ ଓ କାମାକ୍ଷାନଗରରେ କ୍ରାଇମବ୍ରାଞ୍ଚ ଚଢାଉ କରିଛି । ଟେଲିକମ ସଂସ୍ଥାର ଡିଷ୍ଟ୍ରିବ୍ଯୁଟର ଓ ସିମ ସେଲରକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।

ଟେଲିକମ ସଂସ୍ଥାର ଡିଷ୍ଟ୍ରିବ୍ଯୁଟର ଓ ସିମ ସେଲରକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

ଟେଲିକମ ସଂସ୍ଥାର ଡିଷ୍ଟ୍ରିବ୍ଯୁଟର ଓ ସିମ ସେଲରକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଢେଙ୍କାନାଳରୁ ଫେକ୍ ସିମ୍ କାର୍ଡ଼ ଜବତ ଘଟଣାରେ ଢେଙ୍କାନାଳ ମୋଟାଙ୍ଗା ଉପରପାଲ ଓ କାମାକ୍ଷାନଗରରେ କ୍ରାଇମବ୍ରାଞ୍ଚ ଚଢାଉ କରିଛି । ଟେଲିକମ ସଂସ୍ଥାର ଡିଷ୍ଟ୍ରିବ୍ଯୁଟର ଓ ସିମ ସେଲରକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।

ଫେକ୍ ସିମ ରାକେଟ ନେଇ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ବେନାମୀ ସିମ ଲିଙ୍କରେ ଢେଙ୍କାନାଳ ଓ କାମାକ୍ଷାନଗରରେ କ୍ରାଇମବ୍ରାଞ୍ଚ ଚଢାଉ କରି ଟେଲିକମ ସଂସ୍ଥାର ଡିଷ୍ଟ୍ରିବ୍ଯୁଟର ଅମିତାଭ ସାହୁ ଓ ସିମ ସେଲର ଦୋଳଗୋବିନ୍ଦ ପରିଡାକୁ ଉଠାଇ ନେଇଛି । ଏ ହି ଦୁଇ ଜଣ କିଭଳି ବେନାମୀ ସିମ ବିକ୍ରି କରୁଥିଲେ ? ମାଷ୍ଟର ମାଇଣ୍ଡ ଦୁଷ୍ମନ୍ତ ସହିତ ଲିଙ୍କ କଣ ? ସର୍ଭିସ ପ୍ରୋଭାଇଡର ପକ୍ଷରୁ ଏଦି ଦୁଇ ଜଣଙ୍କୁ ସିମ ବିକ୍ରି ପାଇଁ ଟାର୍ଗେଟ ଦିଆ ଯାଇ ଥିଲାକି ? ସେନେଇ ଝାଳବୁହା ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।

"୫ ଦିନିଆ ରିମାଣ୍ଡରେ ରିମାଣ୍ଡର ଅଭିଯୁକ୍ତ ଦୁଷ୍ମନ୍ତ, ସାଇପ୍ରକାଶ ଓ ଅବିନାଶକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ବେନାମୀ ସିମ କାରବାର ମୁଖ୍ୟ ଦୁଷ୍ମନ୍ତ ର ଗୁମର ଖୋଲିଛି ତଦନ୍ତକାରୀ ଟିମ । ଦୁଷ୍ମନ୍ତର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ଓ ପିଜିଡିସିଏ । ଏପିରିକି ଡିଜିଟାଲ ମାର୍କେଟିଂ ଇଣ୍ଟର୍ଣ୍ଣସିପ କରୁଥିବା ପୂର୍ବରୁ ଅନେକ ଟେଲିକମ ସଂସ୍ଥାରେ ଏଜେଣ୍ଟ ଭାବରେ କାମ କରୁଥିଲା । ଦୁଷ୍ମନ୍ତ ବିଭିନ୍ନ ରିଟେଲରଙ୍କୁ ଚଢା ଦର ଦେଇ ସିମ କିଣୁଥିଲା । ଦୁଷ୍ମନ୍ତର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଓ ଦୁଇଟି ପେଟିଏମ ଆକାଉଣ୍ଟରୁ ୯ ଲକ୍ଷ ଟଙ୍କା ଫ୍ରିଜ ହୋଇଥିବା" କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଂଜୀବ ପଣ୍ଡା ।

ଗତ କିଛି ଦିନ ତଳେ ଲୋକସଭା ସ୍ପିକର ଓମ ବିର୍ଲା ଙ୍କ ନାଁରେ ଫେକ ସୀମ ବାହାର କରି ଲୋକସଭା ସାଂସଦ ମାନଙ୍କୁ ଟଙ୍କା ମାଗୁଥିଲେ ଠକ  । ଏହି ସିମଟି ଓଡିଶା ଢେଙ୍କାନାଳରୁ କିଣା ହୋଇ ଆକ୍ଟିଭେଟ ହୋଇଥିବା ଜଣା ପଡିଥିଲା । ଏ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ କରିବା  ୩ ଅଭିଯୁକ୍ତଙ୍କ ଚେହେରା ସାମ୍ନାକୁ ଆସିଛି  ।
Published by:Soumya Das
First published: