ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ; ଗଠନ ହେବ ଦୁଇଟି ସ୍ଵତନ୍ତ୍ର ଟିମ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଡ଼ିଜି ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଡ଼ିଜି ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ମାନସ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାରେ ଏକାଧିକ ଜିଲ୍ଲା ସହ ସମ୍ପୃକ୍ତି ଥିବା ଜଣା ପଡ଼ିବା ପରେ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା କୁହାଯାଇଛି । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଦୁଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

"ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରିଛି କ୍ରାଇମବ୍ରାଞ୍ଚ । ଗୋଟିଏ ଟିମ ଭଦ୍ରକରେ ରହି ତଦନ୍ତ କରିବ ଆଉ ଏକ ରାଜ୍ୟ ବାହାରେ ଫେରାର ଅଭିଯୁକ୍ତଙ୍କୁ ଖୋଜିବ । ଏବେ ସୁଦ୍ଧା ଚାନ୍ଦବାଲି ପୋଲିସ ଯେଉଁସବୁ ତଥ୍ୟ ହାସଲ କରିଛି ସେସବୁ ତଦାରଖ କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବ । କ୍ରାଇମବ୍ରାଞ୍ଚ ଡ଼ିଏସପି କଳ୍ପନା ସାହୁ ମାନସ ହତ୍ୟାକାଣ୍ଡ ଘଟଣାର ତଦନ୍ତର ଲିଡ଼ କରିବେ," କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଂଜୀବ ପଣ୍ଡା ।

ମାନସ ହତ୍ୟାକାଣ୍ଡ ପଛରେ ଲୁଚି ରହିଛି ଏକ ମୋମେରୋ ଚିପ । ଯାହା ଏ ପର୍ଯ୍ୟନ୍ତ ତଦନ୍ତକାରୀ ଟିମ ପାଇବାରେ ସଫଳ ହୋଇନି। ମାନସ ମର୍ଡ଼ର ମିଷ୍ଟ୍ରିରେ ଏବେ କ୍ରାଇମବ୍ରାଞ୍ଚ ଏଣ୍ଟ୍ରି କରିଛି। ପୁରା ଘଟଣାରେ ପ୍ରଥମରୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । ଗଠନ ଦୁଇଟି ସ୍ୱତନ୍ତ୍ର ଟିମ । ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ ତଦନ୍ତ ଆରମ୍ଭ କରିଛି ।

ସେହିପରି ସୁନ୍ଦରପଦାରେ ଥିବା ଶର୍ମିଷ୍ଠାଙ୍କ ସଂପୂର୍ଣା ଅଫିସ ପାର୍କିଂରୁ ଜବତ ହୋଇଥିବା ଏକ ଧଳା ରଙ୍ଗର କାର (OD 02 BA 6599) । ଗାଡ଼ିଟି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ନାମରେ ରହିଛି । ଚାନ୍ଦବାଲି ପୋଲିସ କହିଛି, ଜବତ କାରରେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରିବା, ହତ୍ୟା କରିବା ପରେ ମୃତଦେହକୁ ଭୁବନେଶ୍ୱରରୁ ନୟାଗଡ଼ ନିଆଯାଇଥିଲା।

ସୂଚନାଯୋଗ୍ୟ, ଫେବୃଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା। ପରେ ତାଙ୍କ ମୃତଦେହ ନୟାଗଡ଼ରୁ ମାଟି ତଳୁ ଜବତ ହୋଇଥିଲା। ଏହି ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ ।
Published by:Soumya Das
First published: