ଚିତ୍ତ ମୃତ୍ୟୁ ମାମଲା; ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୨ ଜଣଙ୍କ ବିରୋଧରେ ଲାଗିଛି ଦଫା ୩୦୨, ୧୨୦-B, ୨୦୧/୩୪ ଆଇପିସି ।

କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି (ପ୍ରତୀକାତ୍ମକ ଛବି)

କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ । ହତ୍ୟା ଅଭିଯୋଗରେ ପୁର୍ବରୁ ଧରାପଡ଼ିଥିବା ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ କୋର୍ଟ ଚାଲାଣ କରିଛି ।

ଗିରଫ ହୋଇଥିବା ୨ ଜଣଙ୍କ ବିରୋଧରେ ଲାଗିଛି ଦଫା ୩୦୨, ୧୨୦-B, ୨୦୧/୩୪ ଆଇପିସି । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେବା ସହ କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ଚକ୍ରପଡ଼ାର ଗୋଟିଏ ପରିବାର ସହ ଜଗନ୍ନାଥ ଷଡ଼ଙ୍ଗୀଙ୍କ ଲିଙ୍କ ଥିଲା । ସେହି ଘରକୁ ଯିବା ଆସିବା କରୁଥିଲେ । ଘଟଣାଦିନ ରାତିରେ କାହିଁକି ଚକ୍ରପଡ଼ାର ସେହି ଘରକୁ ଯାଇଥିଲା ଜଗନ୍ନାଥ, ତାକୁ ନେଇ ଉପୁଜିଥିଲା ବିବାଦ । ସେହି ବିବାଦରୁ ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ ।

“ରିମାଣ୍ଡ ବେଳେ ହତ୍ୟା ରହସ୍ୟର ପର୍ଦ୍ଦାଫାସ ହେବ । ମାତ୍ର  କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ଯାଇ ତଦନ୍ତ କରୁ”, କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ଯୁବତୀଙ୍କ ଘଟଣା ନୁହେଁ ଆର୍ଥିକ କାରବାରକୁ ନେଇ ଏହି ଦୁଇଜଣ ନୁହେଁ ଏକାଧିକ ଲୋକ ସଂଘବଦ୍ଧ ଭାବେ ଚିତ୍ତରଞ୍ଜନଙ୍କୁ ହତ୍ୟା  କରିଛନ୍ତି। ତେଣୁ ଦୋଷୀକୁ ଫାଶୀଦେବା ସହ ଅନ୍ୟମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମୃତ ଚିତ୍ତରଞ୍ଜନଙ୍କ ସ୍ତ୍ରୀ ସୁଭଦ୍ରା ପଲେଇ। "ଚିତ୍ତରଂଜନଙ୍କୁ ଜଗା ଡାକିନେଇ ଅଶୋକ ଉପାଧ୍ୟାୟଙ୍କ ସହ ଅନେକ ବ୍ୟକ୍ତି ଏକାଠି ହୋଇ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି  । ତେଣୁ ଏଥିରେ ଦୁଇ ଜଣ ନୁହେଁ ଅନେକ ଲୋକ ରହିଛନ୍ତି  । ସେପଟେ ହତ୍ୟାକାଣ୍ଡ ଏବେବି ରହସ୍ୟ ଜନକ ରହିଥିବା ବେଳେ ମୃତକଙ୍କ ପରିବାର ଲୋକେ ଦୁଇ ନୁହେଁ ଏକାଧିକ ଲୋକଙ୍କ ସଂପୃକ୍ତି ରହିଛି। ତେଣୁ ତଦନ୍ତ ନିରପେକ୍ଷ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦିଆଯିବ," କହିଛନ୍ତି ମୃତ ଚିତ୍ତରଂଜନଙ୍କ ଦାଦା ପୂର୍ଣ୍ଣଚନ୍ଦ୍ର ପଲେଇ।

ତେବେ ଅଶୋକ ଉପାଧ୍ୟାୟଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ କୌଣସି ତଥ୍ୟ ଦେଇନି । ଏହି ଦୁଇ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ରହିଛି । ତାଙ୍କୁ ବି ଗିରଫ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି । ଗତ ୧୧ ତାରିଖ ରାତିରେ ଜଗନ୍ନାଥ ଷଡ଼ଙ୍ଗୀ ସହ ଚିତ୍ତରଂଜନ ବାଇକ୍‌ରେ ଯାଇଥିଲେ । ତାପରଠୁ ଚିତ୍ତ ନିଖୋଜ ହୋଇଯାଇଥିଲେ  । ସଦର ପୋଲିସ ଏକ ଅପହରଣ ମାମଲା ରୁଜୁ କରିବା ସହ ଖୋଳତାଡ଼ କରୁଥିବାବେଳେ ୧୩ ତାରିଖରେ ଚିତ୍ତଙ୍କ କ୍ଷତାକ୍ତ ନୂଆ ନଈର ଗଡ଼ମୃଗସିରା ବ୍ରିଜ୍ ତଳୁ ମୃତଦେହ ମିଳିଥିଲା । ଏହାପରେ ହତ୍ୟା ମାମଲାରେ ରୂପାନ୍ତର ହୋଇଥିଲା ଘଟଣା ଓ ୧୫ ତାରିଖରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା।
Published by:Soumya Das
First published:
)}