ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ ମାମଲା: ସିକ୍ରେଟ ଆକ୍ଟ ଉଠାଇଲେ କୋର୍ଟ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଗୁପ୍ତ ତଥ୍ୟ ଲିକ ଘଟଣାରେ ୫ ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ ସିକ୍ରେଟ ଆକ୍ଟକୁ ଆଜି କୋର୍ଟ ଅନାଗ୍ରହ୍ୟ କରିଦେଇଛନ୍ତି। ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ସିକ୍ରେଟ ଆକ୍ଟ ଉଠାଇଲେ କୋର୍ଟ (ପ୍ରତୀକାତ୍ମକ ଛବି)

ସିକ୍ରେଟ ଆକ୍ଟ ଉଠାଇଲେ କୋର୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର: ବହୁ ଚର୍ଚ୍ଚିତ ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଗୁପ୍ତ ତଥ୍ୟ ଲିକ ଘଟଣାରେ ୫ ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ ସିକରେଟ ଆକ୍ଟକୁ ଆଜି କୋର୍ଟ ଅନାଗ୍ରହ୍ୟ କରିଦେଇଛନ୍ତି। ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଲାଗିଥିଲା। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ବାବଦରେ କୋର୍ଟରେ ଆବଶ୍ୟକୀୟ କାଗଜପତ୍ର କ୍ରାଇମବ୍ରାଞ୍ଚଙ୍କ ତରଫରୁ ଦଖଲ କରିପାରି ନଥିବାରୁ ଅଫିସିଆଲ୍ ସିକ୍ରେଟ ଆକ୍ଟ ୩,୪,୫ ରୁ  ଡିଶଚାର୍ଜ୍ କରିଛନ୍ତି ମାନ୍ୟବର କୋର୍ଟ ।

ଗତ ୧୪ ସେପ୍ଟେମ୍ବରରେ ୫ ଜଣ ଅସ୍ଥାୟୀ ଠିକା କର୍ମଚାରୀ ଓ ପରେ ଜନେ ସ୍ଥାୟୀ କର୍ମଚାରୀଙ୍କୁ ଗିରଫ କରିଥିଲା ପୋଲସ। ସେମାନଙ୍କ ଉପରେ ବିଦେଶୀ ନାଗରିକଙ୍କୁ DRDOର ଗୁପ୍ତ ତଥ୍ୟ ଦେବା ଅଭିଯୋଗ ଲାଗିଥିଲା । ପରେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ଘଟଣା ଅନୁସାରେ ଗତ ସେପ୍ଟେମ୍ବର ୨୦୧୨ରେ ପ୍ରତିରକ୍ଷା ବିଭାଗ ଆଇଟିଆରର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେବା ଅଭିଯୋଗରେ ୪ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ। କେନ୍ଦ୍ରୀୟ ଗୋଇନ୍ଦା ଖବରରେ ବାଲେଶ୍ବର ପୋଲିସର ସ୍ପେଶାଲ ଟିମ ୪ ଜଣଙ୍କୁ ଟ୍ରାକ କରିବାରେ ସଫଳ ହୋଇ ଉଠାଇ ଆଣିଥିଲା । ୪ ଜଣ ଠିକା କର୍ମଚାରୀ ପାକିସ୍ତାନର କିଛି ଏଜେଣ୍ଡଙ୍କୁ ଟଙ୍କା ନେଇ ଆଇଟିଆରର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିଲେ ।

ଏହା ପରେ ଆଉ ଜଣେ ସ୍ଥାୟୀ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲା । ଅଭିଯୋଗ ଅନୁସାରେ ୨୦ ରୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରତି ତଥ୍ୟ ଦେବା ନେଇ ମିଳୁଥିଲା। ଏନେଇ ବାରମ୍ବାର ISD କଲ ନମ୍ବର ସହ କଥା ହେଉଥିଲେ ୫ ଦେଶଦ୍ରୋହୀ ଅଭିଯୁକ୍ତ। ସମ୍ବେଦନଶୀଳ ବିଷୟ ହେଉଛି ଏଇ ଠିକା କର୍ମଚାରୀମାନେ କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପେଡ ନିକଟରେ କାର୍ଯ୍ୟକରୁଥିଲେ । ୩ ନମ୍ବର ଲଞ୍ଚ ପେଡ ହେଉଛି ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ। ୫ ଜଣଙ୍କ ମଧ୍ୟରୁ ବସନ୍ତ ବେହେରା ଏସିଜେନେରେଟର ଅପରେଟର ହିସାବରେ କାର୍ଯ୍ୟ କରୁଥିବା ବେଳେଶେଖ ଫୁସଫିର, ପ୍ରକାଶ ବେହେରା ମଧ୍ୟ ବିଭିନ୍ନ କ୍ଷେତରେ କାର୍ଯ୍ୟ କରୁଥିଲେ ।

ଏନେଇ ପ୍ରତିପକ୍ଷ ଓକିଲ ଗୁରୁପ୍ରସାଦ ବେହେରା କହିଛନ୍ତି," କେସର ଇନଭେସ୍ଟିଗେସନ ଅଫିସର ଆବଶ୍ୟକୀୟ ପ୍ରମାଣ ପତ୍ର କୋର୍ଟରେ ଦାଖଲ ନକରି ପରିବାରୁ ଅଫିସିଆଲ ସିକ୍ରେଟ ଆକ୍ଟକୁ କୋର୍ଟ ଉଠାଇ ଦେଇଛନ୍ତି।  ଅଫିସିଆଲ ସିକ୍ରେଟ ଆକ୍ଟ ପାଇଁ ଭାରତ ସରକାରଙ୍କ ନିକଟରୁ ସେକ୍ସନ ଆଣିବା କଥା ହେଲେ ଏନେଇ କେସ ର ଆଇଓ କୌଣସି ସେକ୍ସନ ଆଣି ନଥିଲେ। ସେହିପରି  ଯେଉଁ ଆକ୍ଟ ଲାଗିଥିଲା ସେଥିରେ ଆବଶ୍ୟକୀୟ ପ୍ରମାଣ ପତ୍ର ସେ କୋର୍ଟଙ୍କୁ ଦେଇ ପାରି ନାହାନ୍ତି । ଏଣୁ ଆଜି କୋର୍ଟ ଅଫିସିଆଲ ସିକ୍ରେଟ ଆକ୍ଟ ସେକ୍ସନ ୩, ୪, ୫ କୁ ଅନାଗ୍ରହ୍ୟ କରି ଦେଇଛନ୍ତି । ଏବେ ଅଭିଯୁକ୍ତ ମାନଙ୍କ ଉପରେ ଲାଗିଥିବା ଆଇପିସି ଧାରାରେ ହିଁ କେସ ଚାଲିବ।"
Published by:Soumya Das
First published: