ଚାକିରି ଦେବା ନାଁରେ ଠକେଇ; ଦୁଇ ପ୍ରେମୀ ଯୁଗଳ ଗିରଫ

ସହିଦନଗର ଅଞ୍ଚଳରେ କମ୍ପାନୀ ଖୋଲି ଅଶାୟୀଙ୍କୁ ଚାକିରି ଦେବାକୁ କହି ଟଙ୍କା ନେଉଥିଲେ । ଟଙ୍କା ପାଇବା ପରେ ଆଉ ଧରା ଛୁଆଁ ଦେଉନଥିଲେପ୍ରେମୀ ଯୁଗଳ ।

ଚାକିରୀ ଦେବା ନାଁରେ ଠକେଇ କରୁଥିଲେ ପ୍ରେମୀ ଯୁଗଳ (ପ୍ରତୀକାତ୍ମକ ଛବି)

ଚାକିରୀ ଦେବା ନାଁରେ ଠକେଇ କରୁଥିଲେ ପ୍ରେମୀ ଯୁଗଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଚାକିରି ଦେବାକୁ କହି ଦେଢ଼ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପ୍ରେମୀ ଯୁଗଳ ସହ ୩ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା। ସହିଦନଗର ଅଞ୍ଚଳରେ କମ୍ପାନୀ ଖୋଲି ଅଶାୟୀଙ୍କୁ ଚାକିରି ଦେବାକୁ କହି ଟଙ୍କା ନେଉଥିଲେ । ଟଙ୍କା ପାଇବା ପରେ ଆଉ ଧରା ଛୁଆଁ ଦେଇନଥିଲେ। ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ପ୍ରେମୀ ଯୁଗଳ ହେଲେ ପାଟପୁରର ମଙ୍ଗୁଳି ସ୍ବାଇଁ (୨୮) ଓ ଢେଙ୍କାନାଳର ହିମାଦ୍ରୀ ବେହେରା (୨୩) । ସେହିଭଳି ଉଭୟଙ୍କୁ ସହଯୋଗ କରୁଥିବା ଆଉ ଜଣେ ଅଭିଯୁକ୍ତ ଆଠଗଡ଼ର ଉମାକାନ୍ତ ରାଉଳ (୪୩)। ଅଭିଯୁକ୍ତମାନେ କୋଚିଂ ନେଉଥିବା କିମ୍ବା କମ୍ପିଟେଟିଭ ପାଇଁ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଟାର୍ଗେଟ କରନ୍ତି । ଫେସବୁକରେ ଆଡ଼ ଦେଇ ଏହି ଠକେଇ କରିଥିବା ନେଇ ଜଣା ପଡ଼ିଛି। ଗିରଫ ପରେ ଅଭିଯୁକ୍ତଙ୍କ ନିକଟରୁ ଫଟୋ, ଆଧାରକାର୍ଡ଼, କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି ।

ଜୋନ-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି,"ଏମାନେ R.K SOLUATION  ନାମକ ଏକ ୱେବ ସାଇଟ ଖୋଲି ଚାକିରୀ ଆଶାୟୀଙ୍କୁ ଟାର୍ଗେଟ କରୁଥିଲେ । ଯେଉଁମାନେ ଠକଙ୍କ ଚାକ୍ରବ୍ୟୁହରେ ଫସୁଥିଲେ ସେମାନଙ୍କୁ ଚୂନ ଲଗାଉଥିଲେ । ସରକାରୀ ଚାକିରି ଦେବାକୁ କହି ଅଭିଯୁକ୍ତମାନେ ୩ ଜଣଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ । କାହାକୁ ଆର.ଆଇ ଓ ଆଉ କାହାକୁ ପାରାଦ୍ୱୀପ ପୋର୍ଟରେ ଚାକିରି ଦେବାକୁ କହି ଟଙ୍କା ନେଇଥିଲେ। ଟଙ୍କା ପାଇବା ପରେ କୁଆଡେ ଚମ୍ପଟ ମାରିଥିଲେ । ଅଧିକ ତଦନ୍ତ ପାଇଁ ପ୍ରେମୀ ଯୁଗଳଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ" ।

ସୂଚନାଯୋଗ୍ୟ, ରାଜଧାନୀରେ ସାଇବର ଠକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି ।  ପୋଲିସ ତଥ୍ୟ ଅନୁସାରେ ଗତ ୬ ମାସରେ ରାଜଧାନୀ ବାସୀଙ୍କ ଠାରୁ ୬ କୋଟି ଟଙ୍କା ଠକି ନେଲେନି ସାଇବର ଠକ । ଗତ ଜାନୁୟାରୀ ମାସରେ ୧କୋଟି ରୁ ଅଧିକ ଟଙ୍କା ସାଇବର ଠକମାନେ ଲୁଟିଥିବା ପୋଲିସ ତଥ୍ୟ ଅନୁସାରେ ଜଣା ପଡ଼ିଛି।  ବାରମ୍ବାର ସଚେତନ ପରେ ବି ସାଇବର ଠକେଇ ନିୟନ୍ତ୍ରଣ ହେଉ ନଥିବାରୁ ଚିନ୍ତାରେ ପୋଲିସ ।
Published by:Soumya Das
First published: