EVMରେ ସିଲ ୩୪୦ ପ୍ରାର୍ଥୀଙ୍କ ଭାଗ୍ୟ; କାଲି କାଉନସେଲର ଓ ଚେୟାରମ୍ୟାନ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଷ୍ଟ୍ରୋଙ୍ଗ ରୁମରେ EVM ଆଉ EVM ମଧ୍ୟରେ ସିଲ ନେତାଙ୍କ ଭାଗ୍ୟ । ଶନିବାର ଭୋଟ ଗଣତି ହେବାକୁ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୩୧୯ କାଉନସେଲର ପ୍ରାର୍ଥୀ ଓ ୨୧ ଜଣ ଚେୟାରମ୍ୟାନ ପ୍ରାର୍ଥୀଙ୍କ ଭାଗ୍ୟ ଜଣାପଡ଼ିବ।

 EVMରେ ସିଲ ୩୪୦ ପ୍ରାର୍ଥୀଙ୍କ ଭାଗ୍ୟ (ପ୍ରତୀକାତ୍ମକ ଛବି)

EVMରେ ସିଲ ୩୪୦ ପ୍ରାର୍ଥୀଙ୍କ ଭାଗ୍ୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର: ଷ୍ଟ୍ରୋଙ୍ଗ ରୁମରେ EVM ଆଉ EVM ମଧ୍ୟରେ ସିଲ ନେତାଙ୍କ ଭାଗ୍ୟ । ଗତକାଲି ନିର୍ବାଚନ ପରେ ଏବେ ସିସିଟିଭି ଓ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏବେ EVM ଷ୍ଟ୍ରୋଙ୍ଗ ରୁମ ମଧ୍ୟରେ ରଖାଯାଇଛି । ଶନିବାର ଭୋଟ ଗଣତି ହେବାକୁ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୩୧୯ କାଉନସେଲର ପ୍ରାର୍ଥୀ ଓ ୨୧ ଜଣ ଚେୟାରମ୍ୟାନ ପ୍ରାର୍ଥୀଙ୍କ ଭାଗ୍ୟ ଜଣାପଡ଼ିବ।

"ଆସନ୍ତାକାଲି ସକାଳ ୮ ରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବାବେଳେ ଏନେଇ ୭ ଟି ଲେଖାଁଏ ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଗୋଟିଏ ଲେଖାଏଁ ୱାର୍ଡ଼ର ଭୋଟ ଗଣତି ହେବ," କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକ।

ଜିଲ୍ଲାରେ ୩ ପୌରପାଳିକା ଓ ୨ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ପାଇଁ ଗୁରୁବାର ନିର୍ବାଚନ ସରିଛି। ଏଥିରେ ପୌରାଧ୍ୟକ୍ଷ ପଦ ଓ ଏନ୍‌ଏସି ଅଧ୍ୟକ୍ଷ ପଦରେ ୨୧(ବାଲେଶ୍ବର ୫, ସୋର ୪, ଜଳେଶ୍ବର ୪, ରେମୁଣା ୩ ଓ ନୀଳଗିରି ୫) ଜଣ ପ୍ରାର୍ଥୀ ଓ ୱାର୍ଡ଼ରେ କାଉନସିଲର ପଦରେ ୩୧୯(ବାଲେଶ୍ବର ୧୨୧, ସୋର ୫୭, ଜଳେଶ୍ବର ୫୫, ରେମୁଣା ୪୫ ଓ ନୀଳଗିରି ୪୧) ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି। ଜିଲ୍ଲାର ୩ ପୌରାଞ୍ଚଳ ଓ ୨ ଏନ୍‌ଏସିରେ ନିର୍ବାଚନକୁ କେନ୍ଦ୍ର କରି ଗାଁ ଗାଁ କିଛି ବୁଥିରେ ଚାପା ଉତ୍ତେଜନା ଓ ଇଭିଏମ ମେସିନ୍‌ରେ ତ୍ରୁଟି ଯୋଗୁଁ ଭୋଟ୍‌ଗ୍ରହଣ ବିଳମ୍ବ ହୋଇଥିବା ଦେଖା ଯାଇଥିଲା। ନଚେତ୍ ସବୁଠି ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି ବୋଲିଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବାଲେଶ୍ବର ପୌରପାଳିକାରେ ୯୬୩୪୬ ଭୋଟରଙ୍କ ପାଇଁ ୯୮ଟି, ସୋର ପୌରପାଳିକାରେ ୨୬୪୩୨ ଭୋଟରଙ୍କ ପାଇଁ ୩୮ଟି, ଜଳେଶ୍ବର ପୌରପାଳିକାରେ ୨୦୦୫୯ ଭୋଟରଙ୍କ ପାଇଁ ୨୪ଟି, ନୀଳଗିରିବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରେ ୧୩୭୯୬ ଭୋଟରଙ୍କ ପାଇଁ ୧୫ଟି ଓ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୮୩୬୯ ଜଣ ଭୋଟରଙ୍କ ପାଇଁ ୩୬ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ୩ ପୌରପାଳିକା ଓ ୨ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ମୋଟ୍ ୧୮୫୦୨ ଭୋଟର ରହିଥିବା ବେଳେ ୧୩୦୬୦୯ ଜଣ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି,ଯାହା ୬୯.୭୪ ପ୍ରତିଶତ ବୋଲି ଜଣାଯାଇଛି।

ବାଲେଶ୍ବର ପୌରପାଳିକାରେ ଭୋଟ ସଂଖ୍ୟା ୬୦୮୧୨ (୬୩.୧୧%), ଜଳେଶ୍ବର ପୌରପାଳିକାରେ ଭୋଟ ସଂଖ୍ୟା ୧୬୧ ୨୩ (୮୦.୩୭%), ସୋର ପୌରପାଳିକାରେ ଭୋଟ ସଂଖ୍ୟା ୨୦୩୫୯ (୭୭.୦୨%),ନୀଳଗିରି ଏନ୍‌ଏସିରେ ଭୋଟ ସଂଖ୍ୟା ୧୧୫୩୩୫ (୮୩.୬୧%) ।

ତେବେ ଭୋଟ ପରେ କଡ଼ା ସୁରକ୍ଷାରେ ଇଭିଏମକୁ ଷ୍ଟ୍ରୋଙ୍ଗ ରୁମକୁ ନିଆଯାଇଥିଲା। ବାଲେଶ୍ବର ପୌରପାଳିକା ପାଇଁ ସରକାରୀ ଆଇଟିଆଇ, ସୋର ପୌରପାଳିକା ପାଇଁ ଉପେନ୍ଦ୍ରନାଥ କଲେଜ, ଜଳେଶ୍ବର ପୌରପାଳିକା ପାଇଁ ଜଳେଶ୍ବର ନୋଡାଲ ହାଇସ୍କୁଲ, ନୀଳଗିରି ଏଏସି ପାଇଁ ନୀଳଗିରି, କଲେଜ ଓ ରେମୁଣା ଏନ୍‌ଏସି ପାଇଁ ରେମୁଣା ଡ଼ିଗ୍ରୀ କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେଟି କଡ଼ା ସୁରକ୍ଷା ବଳୟ ଭିତରେ ଇଭିଏମ ମେସିନ୍‌ଗୁଡ଼ିକୁ ରଖାଯାଇଛି। ଦିନକ ପରେ ଅର୍ଥାତ୍ ୨୬ ତାରିଖ ସକାଳୁ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି।

ଜିଲ୍ଲାରେ ପୌର ନିର୍ବାଚନ ପାଇଁ ୨୧୧ ବୁଥ କରାଯାଇଥିବା ବେଳେ ସେଥିରୁ ୧୨୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିଲା। ପ୍ରଥମ ଥର ପାଇଁ ପିଙ୍ଗ୍ ବୁଥ ଓ ଆଦର୍ଶ ବୁଥିର ବ୍ୟବସ୍ଥା କରାଯାଇଥିବା ବେଳେ ୧୧ଟି ମଡେଲ ବୁଥ ଏବଂ ୧୧ଟି ପିଙ୍କିବୁଥ ହୋଇଥିଲା। ମତଦାନ ପାଇଁ ୧୨୫୫ ଜଣ ସରକାରୀ କର୍ମଚାରୀ ନିୟୋଜିତ ହୋଇଥିଲେ ।

"ଶାନ୍ତିଶୃଙ୍ଖଳାର ସହ ମତଦାନପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୪ ଇନ୍ସପେକ୍ଟର, ୭୭ ଜଣ ଅଫିସରଙ୍କୁ ନିୟୋଜିତକରାଯାଇଥିବା ବେଳେ ସମସ୍ତ ବୁଥ ଓ ସମ୍ବେଦନଶୀଳ ଅଞ୍ଚଳରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ବୋଲି ପୋଲିସ ବିଭାଗ କହିଛି।
Published by:Soumya Das
First published: