ବ୍ରହ୍ମପୁର ସହରର ଉନ୍ନତି ପାଇଁ ଖର୍ଚ୍ଚ ହେବ ୪୬୨ କୋଟି ୮୪ ଲକ୍ଷ ଟଙ୍କା

ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବସିଥିବା ବଜେଟ ବୈଠକରେ ସହରର ସାମଗ୍ରିକ ଉନ୍ନତିକୁ ଦୃଷ୍ଟିରେ ରଖାଯାଇ ବଜେଟ ପ୍ରସ୍ତୁତ କରାଯାଇଛି।

ବ୍ରହ୍ମପୁର ସହରର ଉନ୍ନତି ପାଇଁ ଖର୍ଚ୍ଚ ହେବ ୪୬୨ କୋଟି ୮୪ ଲକ୍ଷ ଟଙ୍କା

ବ୍ରହ୍ମପୁର ସହରର ଉନ୍ନତି ପାଇଁ ଖର୍ଚ୍ଚ ହେବ ୪୬୨ କୋଟି ୮୪ ଲକ୍ଷ ଟଙ୍କା

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିକାଶ ପାଇଁ ଖର୍ଚ୍ଚ ହେବ ୪୬୨ କୋଟି ୮୪ ଲକ୍ଷ ଟଙ୍କା। ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବସିଥିବା ବଜେଟ୍‌ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ଟଙ୍କା ଅନୁମୋଦନ ହୋଇଛି।

ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବସିଥିବା ବଜେଟ ବୈଠକରେ ସହରର ସାମଗ୍ରିକ ଉନ୍ନତିକୁ ଦୃଷ୍ଟିରେ ରଖାଯାଇ ବଜେଟ ପ୍ରସ୍ତୁତ କରାଯାଇଛି। ସହରରେ ମୋଟ ୧୭ଟି ପ୍ରକଳ୍ପକୁ ନେଇ ଏହି ବଜେଟ କାର୍ଯ୍ୟକ୍ଷମ ହେବ।

ସହରର ଉନ୍ନତି ସାଙ୍ଗକୁ ସହରବାସୀଙ୍କୁ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି କରାଯାଇଥିବା ଏହି ବଜେଟକୁ ସହରର ସମସ୍ତ କର୍ପୋରେଟର ସ୍ବାଗତ କରିଥିବା ବେଳେ ବଜେଟରେ ଆଉ କିଛି ନୂଆ ପ୍ରକଳ୍ପକୁ ସାମିଲ କରାଯିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରଖିଥିଲେ କିଛି କର୍ପୋରେଟର।

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶୁକ୍ରବାର ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଗୃହିତ ହୋଇଛି। ନିଗମରର ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବେଜଟ ବେଠକ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ବିଭାଗ ନିମନ୍ତେ ଷ୍ଟାଣ୍ଡିଂ କମିଟି ଗଠନ ହୋଇଥିଲା। ଏହାପରେ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ଉପସ୍ଥାପନା କରାଯାଇଥିଲା।

ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ


‘‘ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ମୋଟ ୪୬୨ କୋଟି ୮୪ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ ହୋଇଥିଲା। ୪୬୨ କୋଟି ୮୪ ଲକ୍ଷ ଟଙ୍କାରୁ ବିଶେଷ କରି ୧୭ଟି ସ୍ବତନ୍ତ୍ର ପ୍ରକଳ୍ପର ଉନ୍ନତିକରଣ ଓ ମରାମତି ନିମନ୍ତେ ନିମନ୍ତେ ପ୍ରାୟ ୧୫୭ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବଳକା ଟଙ୍କା ଅନ୍ୟାନ୍ୟ ଅନ୍ୟାନ୍ୟା ଉନ୍ନତି ମୂଳକ କାର୍ଯ୍ୟରେ ଲଗାଯିବା ନେଇ ବିଜେଟରେ ସ୍ଥାନିତ ହୋଇଛି। ସହରର ବିକାଶ ଓ ସହରବାସୀଙ୍କ ସମସ୍ତ ପ୍ରକାରର ସୁବିଧା ନିମନ୍ତେ ଏହି ବଜେଟ ଉପସ୍ଥାପନ ହୋଇଛି। ଯାହାଫଳରେ ସହରବାସୀ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ ବୋଲି କହିଛନ୍ତି,’’ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ।

‘‘ବ୍ରହ୍ମପୁର ସହରର ବେଡ଼ା ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ସର୍ବାଧିପକ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାହାଫଳରେ ରାମଲିଙ୍ଗମ ପୋଖରୀ ପରେ ଅନ୍ୟତମ ଆକର୍ଷଣ ପୋଖରୀ ପାଲଟିବ ଏହି ବେଡ଼ା ବନ୍ଧ। ସେହିପରି ୩୦ କୋଟି ଟଙ୍କାରେ ଗୃହ ପ୍ରକଳ୍ପ, ୨୦ କୋଟି ଟଙ୍କାରେ ଗିରି ମାର୍କେଟ କମ୍ଳେକ୍ସର ଉନ୍ନତିକରଣ ଭଳି ଅନ୍ୟ କିଛି ନୂଆ ପ୍ରକଳ୍ପ କରାଯିବ।

ଯାହାଫଳରେ ସହର ଆହୁରି ଅଧିକ ସୁନ୍ଦର ଦେଖାଯିବା ସହିତ ସହରବାସୀମାନେ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ। ମହାନଗର ନିଗମ ଆରମ୍ଭ ହେବା ଠାରୁ ଚଳିତ ବର୍ଷ ଗୃହିତ ହୋଇଥିବା ବଜେଟ୍ ସବୁଠାରୁ ବୃହତ ବୋଲି କହିଛନ୍ତି ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର।

ଏହି ବଜେଟ ବୈଠକରେ ସମସ୍ତ କର୍ପୋରେଟରମାନେ ଯୋଗ ଦେଇଥିଲେ। ବଜେଟ୍‌ ଯେଉଁ ସବୁ ପ୍ରକଳ୍ପ ସ୍ଥାନିତ ରହିଛି ସେ ନେଇ କର୍ପୋରେଟର ମାନଙ୍କୁ ଏକ ବିବରଣୀ ପ୍ରଦାନ କରାଯାଇଥିଲା। ଯାହାଫଳରେ କର୍ପୋରେଟରମାନେ କିଛି ନୂଆ ପ୍ରକଳ୍ପକୁ ବଜେଟରେ ସ୍ଥାନିତ କରିବା ନିମନ୍ତେ ମେୟର ଓ କମିଶନରଙ୍କୁ ଅନୁରୋଧ କରିଥିଲେ।

‘‘୨୦୧୮ ମସିହାରୁ ବ୍ରହ୍ମପୁର ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ନିମନ୍ତେ ୧୮ ହଜାର ଲୋକେ ଗୃହ ପାଇବା ନିମନ୍ତେ ଯୋଗ୍ୟ ହୋଇଛନ୍ତି। ତେବେ ଏତେ ବଡ଼ ପ୍ରକଳ୍ପ କରାଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅନେକ ଲୋକେ ଗୃହ ପାଇପାରିନାହାନ୍ତି। ତେଣୁ ଚଳିତ ବର୍ଷର ବଜେଟରେ ଗୃହ ପ୍ରକଳ୍ପକୁ ସ୍ଥାନିତ କରିଥିବା ଯୋଗୁଁ ବିଏମସି ଓ କାଉନସିଲକୁ ଧନ୍ୟବାଦ,’’ କହିଛନ୍ତି କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ।

‘‘ସହରରେ ଶିଳ୍ପାଞ୍ଚଳ ରହିଥିବା ବେଳେ ତାହା କୋମାରେ ରହିଛି। ତେଣୁ ଶିଳ୍ପାଞ୍ଚଳରେ ରହିଥିବା ବିଭିନ୍ନ କଳକାରଖାନାକୁ କାର୍ଯ୍ୟକାରୀ କରାଯାଇ ସେଠାରେ ସହରର ପାଠପଢ଼ା ପିଲାମାନଙ୍କୁ ନିଯୁକ୍ତି କରାଯାଇପାରିବ। ସେହିପରି ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ଅତ୍ୟାଧୁନିକ ପଦ୍ଧତିର ଉପଯୋଗ କରାଯାଇ ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି।

ଏହି ସବୁ ବିଷୟକୁ ନେଇ ବଜେଟ ବୈଠକରେ କର୍ପୋରେଟରମାନେ ପ୍ରସ୍ତାବ ରଖିଥିବା ବେଳେ ଆଗାମୀ ଦିନରେ ଏହାକୁ ମଧ୍ୟ ଆଲୋଚନାକୁ ଅଣାଯିବ ବୋଲି କାଉନସିଲ ପକ୍ଷରୁ ଉତ୍ତର ମିଳିଛି,’’ କହିଛନ୍ତି କର୍ପୋରଟର ସୁରେନ୍ଦ୍ର ମହାରଣା।

ବି.ଏମ.ସି.ର ଆଜିର ଏହି ବଜେଟ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଡ଼େପୁଟି ମେୟର ଇ.ବିବେକ ରେଡ଼ିଙ୍କ ସହ ନିଗମର ଡ଼େପୁଟି କମିଶନର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
Published by:Lipina Das
First published: