ବସ ଅଟକାଇ ଟଙ୍କା ମାଗୁଥିଲେ ଦୁର୍ବୃତ୍ତ; ପଛରୁ ପିଟିଲା କଣ୍ଟେନର; ଚାପିଗଲେ ଲୋକ

୪ ଜଣ ଅସାମାଜିକ ଯୁବକ ଚାନ୍ଦା ପାଇଁ ହଠାତ ବସକୁ ଅଟକାଇ ଥିଲେ। ଏଣୁ ବସଟି ହଠାତ ଅଟକି ଯିବା ଫଳରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର ବସଟିକୁ ଧକ୍କା ଦେଇଥିଲା ।

ବସକୁ ପଛରୁ ପିଟିଲା କଣ୍ଟେନର (ପ୍ରତୀକାତ୍ମକ ଛବି)

ବସକୁ ପଛରୁ ପିଟିଲା କଣ୍ଟେନର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: ଜାତୀୟ ରାଜପଥରେ ବଢୁଛି ଦୁର୍ବୃତ୍ତଙ୍କ ପାଦୁର୍ଭାବ। ରାତି ଅଧିଆ ବସକୁ ଅଟକାଇ ମାଗୁଛନ୍ତି ଟଙ୍କା । ଦ୍ରୁତ ଗତିରେ ଥିବା ଗାଡ଼ିକୁ ରାସ୍ତା ମଝିରେ ଅଟକାଇବା ଫଳରେ ପଛରୁ ଆସୁଥିବା ଆଉ ଏକ କଣ୍ଟେନର ଧକ୍କା ଦେଇଛି। ଯାହା ଫଳରେ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।

ଜଗନ୍ନାଥ ଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ୭୦ଜଣ ଯାତ୍ରୀ ଓଡିଶା ଆସୁଥିଲେ। ବସଟି ଆସୁଥିବା ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ପୂର୍ବରୁ ୪ ଜଣ ଅସାମାଜିକ ଯୁବକ ଚାନ୍ଦା ପାଇଁ ହଠାତ ବସକୁ ଅଟକାଇ ଥିଲେ। ଏଣୁ ବସଟି ହଠାତ ଅଟକି ଯିବା ଫଳରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର ବସଟିକୁ ଧକ୍କା ଦେଇଥିଲା । ଯାହାଫଳରେ ପଛ ସିଟରେ ବସିଥିବା ୪ ଜଣ ଯାତ୍ରୀ ଚାପି ହୋଇ ଯାଇ ଗୁରୁତର ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପାଖାପାଖି ୨୦ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତ ଅଗ୍ନିଶମବାହିନୀ, ଜାତୀୟ ରାଜପଥ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ପରେ ଡାକ୍ତରଖାନରେ ଚିକିତ୍ସିତ  ହେଉଥିବା ଜଣାପଡ଼ିଛି ।

ବସ ରେ ଥିବା ଜଣେ ପର୍ଯ୍ୟଟକ ଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗ ରାଜ୍ୟର ବୀରଭୂମି ଜିଲ୍ଲା ମୁରରୋଇ ଅଞ୍ଚଳରୁ ୭୦ ଜଣ ତୀର୍ଥ ଯାତ୍ରୀ ରଘୁନାଥ ଟ୍ରାଭେଲସର ଜୟ ବାବା ନାମକ ଏକ ଘରୋଇ ବସ ଯୋଗେ ପୁରୀ ଅଭିମୁଖେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଗତକାଲି ଅପରାହ୍ନରେ ବାହାରିଥିଲେ। ତେବେ ଏପରି ପରିସ୍ଥିତି ଘଟିଛି। ଦୁର୍ଘଟଣା କେଣ୍ଟନର ଡ୍ରାଇଭର ଗୁରୁତର ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ , ରାଜପଥ କର୍ମଚାରୀ ଚାପି ହୋଇଥିବା ଯାତ୍ରୀମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଥିଲେ। ଏହାପରେ ୧୦୮ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ସମସ୍ତ ଆହତଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Published by:Soumya Das
First published: