ବ୍ରହ୍ମପୁର: ୬ଦିନ ଧରି ଚାଲିବ ମା ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା; ୧୮ରେ ଆସିବେ ମୁଖ୍ଯମନ୍ତ୍ରୀ

ଦୀର୍ଘ ୬ ଦିନ ଧରି ଚାଲୁ ରହିବ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୧୭ କୋଟି ଟଙ୍କାର ଅନୁଦାନ ମିଳିବା ପରେ ମନ୍ଦିରର ବିକାଶ ମୂଳକ କାର୍ଯ୍ୟ ହୋଇପାରିଛି ।

୬ଦିନ ଧରି ଚାଲିବ ମା ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା (ପ୍ରତୀକାତ୍ମକ ଛବି)

୬ଦିନ ଧରି ଚାଲିବ ମା ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ଆଜିଠୁ ଦୀର୍ଘ ୬ ଦିନ ଧରି ଚାଲୁ ରହିବ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୧୭ କୋଟି ଟଙ୍କାର ଅନୁଦାନ ମିଳିବା ପରେ ମନ୍ଦିରର ବିକାଶ ମୂଳକ କାର୍ଯ୍ୟ ହୋଇପାରିଛି । ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରକୁ ଆସିବାର କାର୍ଯ୍ୟକ୍ରମ ଅଛି।

‘‘ମନ୍ଦିର ଓ ଏହାର ପରିପାର୍ଶ୍ବିକ ଉନ୍ନତି କରିବା ନିମନ୍ତେ  ଖର୍ଚ୍ଚ ହୋଇଛି ୧୧୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ପାହାଡ଼ ଉପରେ ରହିଥିବା ମାଙ୍କ ମନ୍ଦିର ପରିସରରେ ପାର୍ଶ୍ବ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଇଛି, ଯଜ୍ଞ ମଣ୍ଡପ, ଦୀପ ଘର, ଭ୍ୟୁ ପଏଣ୍ଟ, ମେଡ଼ିଟେସନ ସେଣ୍ଟର, ପ୍ରଶାସନିକ କୋଠା, ଭକ୍ତ ମାନେ ବିଶ୍ରାମ ନିମନ୍ତେ କୋଠା, ମୁଣ୍ଡନ ନିମନ୍ତେ ବ୍ୟବସ୍ଥା ସହ ଘାଟି ରାସ୍ତାରେ ଯାତାୟତ ନିମନ୍ତେ ସୁବନ୍ଦୋବସ୍ତ ମଧ୍ୟ ହୋଇପାରିଛି । ଯାହାଫଳରେ ଭକ୍ତ ମାନେ ସୁରୁଖୁରରେ ଦର୍ଶନ କରିପାରିବେ । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ," କହିଛନ୍ତି ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ।

‘‘ଆଜିଠୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୧୬ ତାରିଖରେ ବିଭିନ୍ନ ନୀତି ସମ୍ପନ୍ନ ହେବ,‘‘କହିଛନ୍ତି ମାଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ ବାପୁଜୀ ରଣା।

"ମା ନିକଟକୁ ଆସି ଗୁହାରି କରିଲେ ମା ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି ବୋଲି ଭକ୍ତ ମାନଙ୍କର ରହିଛି ଅତୁଟ ବିଶ୍ବାସ । ସେହିପ୍ରକାରେ ଆଜିଠୁ ମନ୍ଦିରର ପ୍ରତିଷ୍ଠା ରହିଥିବା ବେଳେ ଆଜି ଠାରୁ ବହୁ ଭକ୍ତ ମାଙ୍କ ମନ୍ଦିରକୁ ଆସିଥିବା ଦେଖିବାକୁ ମିଳିଛି । ମାଙ୍କ ମନ୍ଦିରର ପ୍ରତିଷ୍ଠା ଦେଖିବା ସହିତ ମାଙ୍କ ରୀତୀନୀତି ପୂଜାର୍ଚ୍ଚନାକୁ ମନଭରି ଦେଖିବା ନିମନ୍ତେ ବ୍ୟାକୁଳ,‘‘ କହିଛନ୍ତି ବଲାଙ୍ଗିରରୁ ଆସିଥିବା ଭକ୍ତ ରୋଜାଲିନ ମିଶ୍ର ।
Published by:Soumya Das
First published: