ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲଖିମପୁର ଘଟଣାର ପ୍ରତିବାଦ କଲା ରାଜ୍ୟ କଂଗ୍ରେସ; ୩ ଘଣ୍ଟା ମୌନବ୍ରତ ସହ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଗିରଫ ଦାବି

ଲଖିମପୁର ଘଟଣାର ପ୍ରତିବାଦ କଲା ରାଜ୍ୟ କଂଗ୍ରେସ; ୩ ଘଣ୍ଟା ମୌନବ୍ରତ ସହ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଗିରଫ ଦାବି

ଉତ୍ତର ପ୍ରଦେଶ ଲଖିମପୁର ଘଟଣାର ପ୍ରତିକ୍ରିୟା ଭୁବନେଶ୍ୱରେ ଅନୁଭୂତ ହୋଇଛି। ଏହି ଘଟଣାକୁ ଗୁରୁତ୍ୱ ଦେଇ ଓଡ଼ିଶାରେ କଂଗ୍ରେସ ଅଭିନଵ ପ୍ରତିବାଦ କରିଛି।

ଲଖିମପୁର ଘଟଣାର ପ୍ରତିବାଦ କଲା ରାଜ୍ୟ କଂଗ୍ରେସ; ୩ ଘଣ୍ଟା ମୌନବ୍ରତ ସହ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ଗିରଫ ଦାବି
ଲଖିମପୁର ଘଟଣାକୁ ପ୍ରତିବାଦ କରି କଂଗ୍ରେସ ମୌନବ୍ରତ ଧାରଣାରେ ବସିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 6:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଲଖିମପୁର ଘଟଣାର ପ୍ରତିକ୍ରିୟା ଭୁବନେଶ୍ୱରେ ଅନୁଭୂତ ହୋଇଛି। ଏହି ଘଟଣାକୁ ଗୁରୁତ୍ୱ ଦେଇ ଓଡ଼ିଶାରେ କଂଗ୍ରେସ ଅଭିନଵ ପ୍ରତିବାଦ କରିଛି।

ଘଟଣାରେ ପରୋକ୍ଷ ଭାବେ ଯୋଡ଼ି ହୋଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର କରିବା ସହିତ ତାଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ତିନି ଘଣ୍ଟିଆ ମୌନବ୍ରତ କରିଛି। ଏହି ଘଟଣାରେ ଚାଷୀଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି।

ଉତ୍ତର ରଦେଶର ଲଖିମପୁରରେ  ପ୍ରତିବାଦକାରୀ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଦେବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅଭିଯୋଗ ହୋଇଛି ଯେ, ଏହି ଗାଡ଼ିରେ ଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ଆଶୀଷ ଏହି ଘଟଣାରେ ଗିରଫ ହୋଇଥିଲେ ମଧ୍ୟ ଖୋଦ ମନ୍ତ୍ରୀଙ୍କୁ ଗିରଫ କରିବା ଦାବି ଜୋରଦାର କରିଛି କଂଗ୍ରେସ। ଏହ କ୍ରମରେ ଆଜି ସାରା ଦେଶରେ କଂଗ୍ରେସର ପ୍ରତିବାଦ ସ୍ବରୂପ  ଭୁବନେଶ୍ୱରରେ ମଧ୍ଯ ରାଜ୍ୟ କଂଗ୍ରେସ ପକ୍ଷରୁ ମୌନବ୍ରତ ପ୍ରତିବାଦ କରାଯାଇଛି।

ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ସାମ୍ନାରେ ଏହି ଅଭିନଵ ପ୍ରତିବାଦର ଆୟୋଜନ କରାଯାଇଥିଲା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦରେ କଂଗ୍ରେସର ବହୁ ନେତା ଓ କର୍ମୀ ମୌନବ୍ରତ କରି ଧାରଣାରେ ବସିଥିଲେ । ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭଵନ ସମ୍ମୁଖରେ ଧାରଣା ଚାଲିଥିଲା ଦୁଇ ଘଣ୍ଟା ଯେଉଁଥିରେ ମହିଳା କଂଗ୍ରେସ ଓ ଛାତ୍ର କଂଗ୍ରେସର ବହୁ ସଂଖ୍ୟକ ନେତା ଓ ସମର୍ଥକମାନେ ସାମିଲ ହୋଇଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ଉତ୍ତର ପ୍ରଦେଶ ଘଟଣାରେ କେନ୍ଦ୍ର ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରୀ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ କେନ୍ଦ୍ର ସରକାର। ତାଙ୍କୁ ଉଭୟ ପଦବୀ ଓ ଦଳରୁ ବହିଷ୍କାର କରାଯାଉ। ଏହି ଘଟଣାରେ ତାଙ୍କର ସମ୍ପୃକ୍ତି ରହିଛି। ତେଣୁ ତାଙ୍କ ବିରୋଧରେ ନୀତିଗତ କାର୍ଯ୍ୟାନୁଷ୍ଠାନ ଜରୁରୀ"।

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "କେନ୍ଦ୍ର ମନ୍ତ୍ରୀଙ୍କ ବହିଷ୍କାର ସହିତ କଳା କୃଷି ବିଲକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କେନ୍ଦ୍ର ସରକାର ନିଜକୁ ଏକ କୃଷକ ବିରୋଧି ସରକାର ଭାବେ ପ୍ରମାଣିତ କରିଛନ୍ତି। ନହେଲେ ଏତେବଡ଼ ଘଟଣାରେ ସେମାନେ ଚୁପ ହୋଇ ବସିନଥାନ୍ତେ। ନିକଟରେ କୃଷକ ବିରୋଧୀ ବିଲ ଆଣି ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦରଦ କେତେ ତାହା ପ୍ରମାଣିତ କରନ୍ତୁ କେନ୍ଦ୍ର ସରକାର। ତେବେ ଯେପର୍ଯ୍ୟନ୍ତ ଏହି କୃଷକ ମାରଣ ନୀତିକୁ ସରକାର ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ"।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "ଆରମ୍ଭରୁ ପ୍ରମାଣିତ ହୋଇଛି ଯେ ବିଜେପି ସରକାର ଚାଷୀ ବିରୋଧୀ। କିଷାନ ନୁହେଁ, ସେମାନେ କର୍ପୋରେଟରେ ବିଶ୍ୱାସ କରନ୍ତି। ତେଣୁ ସେମାନେ ଲୋକଙ୍କୁ ଜବାବ ଦେବା ଦରକାର। ଆଜିର ଏ ପ୍ରତିବାଦ  ଆଗକୁ ବି ଜାରି ରହିବ"।

ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦରେ ଉଭୟ ମହିଳା କଂଗ୍ରେସ , ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସାମିଲ ହୋଇଥିଲେ। ତେବେ ଆଗକୁ ଏହି ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି।
Published by: Soumya Das
First published: October 11, 2021, 6:11 PM IST