News18 Odia Digital
ଭୁବନେଶ୍ୱର: ବେକାରୀ ପ୍ରସଙ୍ଗରେ କମ୍ପିଲା ଗୃହ। କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଗତ ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଦକ୍ଷତା ବିକାଶ ମନ୍ତ୍ରୀ ତାଙ୍କ ଉତ୍ତରରେ ୧୭୪ ଥର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇଛନ୍ତି। ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ମୋଟ ସରକାରୀ ପଦବୀର ୨୨. ୫ପ୍ରତିଶତ ପଦବୀ ଖାଲି ପଡ଼ିଛି। ୨୦୧୪ ବିଜେଡ଼ି ତା ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ଚାକିରି ଦେଵ । ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବାକୁ କହିଥିଲା ବେଳେ କୁଆଡେ ଗଲା ଚାକିରି ବୋଲି ପ୍ରଶ୍ନ କରିଛନ୍ତି ତାରା। ଆଇଟିଆଇ ଖୋଲାଯାଉଛି ହେଲେ ଶିକ୍ଷକ ନିଯୁକ୍ତି ହେଉନାହିଁ। ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ନିରୁତ୍ସାହ କରିଛନ୍ତି ସରକାର । ଗାଁ ଗାଁରେ ମଦ ଦୋକାନ ଖୋଲି ଯୁବକଙ୍କୁ ପଥଭ୍ରଷ୍ଟ କରୁଛନ୍ତି ।
ଆଲୋଚନାରେ ଭାଗ ନେଇ ମୋହନ ମାଝୀ କହିଛନ୍ତି," ବେରୋଜଗାରୀକୁ ସରକାର ପ୍ରାଥମିକତା ଦେଇନାହାଁନ୍ତି।ନିର୍ବାଚନ ବୈତରଣୀ ପାର ହେବାକୁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି। ସର୍ବାଙ୍ଗୀନ ବିକାଶ କଥା ଯାହା କହୁଛନ୍ତି ତାହା ହାସ୍ୟାସ୍ପଦ। ୧୯୯୯ ରୁ ୨୦୦୮ ମଧ୍ୟରେ ୪୫,୫୧୩ ମୂଳ ପଦବୀ ଉଛେଦ ହୋଇଛି। ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତର ଆଧାରରେ ୨ ଲକ୍ଷ ପଦବୀ ଖାଲି ପଡ଼ିଛି।ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି। ବେକାରୀ ସମସ୍ୟା ରହିବାରେ ସରକାରଙ୍କ ଭୂମିକା ରହିଛି। ଅମଲାତନ୍ତ୍ର, ଅହଂକାର, ଦୁର୍ନୀତିରେ ସରକାର ଡୁବି ରହିଛନ୍ତି। ବେକାରୀକୁ ଭସ୍ମାସୁର ଭାବେ ତିଆରି କରୁଛନ୍ତି। ଯେଉଁଦିନ ଭସ୍ମାସୁର ଛୁଇଁବ ସେଦିନ ସରକାର ଭସ୍ମ ହୋଇଯିବେ। ୨୨ ବର୍ଷ ଭିତରେ ଅପାରଗତା ଓ ସ୍ଥାଣୁତା ପାଇଁ ବେକାରୀ ବଢିଛି।
ଦକ୍ଷତା ବିକାଶ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,"ଓଡ଼ିଶାରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି"।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।