ବ୍ରଜରାଜନଗର ଉପନିର୍ବାଚନ ପାଇଁ ଛିଡୁନି ଅଙ୍କ; ରାଜ୍ୟସ୍ତରୀୟ କମିଟି ଗଠନ କଲା କଂଗ୍ରେସ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୋରଦାର ପ୍ରସ୍ତୁତି କଲେଣି ତିନି ପ୍ରମୁଖ ରାଜନୈତିକ ଦଳ। ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପାର୍ଥି ଚୟନ ପାଇଁ ପିସିସି ପକ୍ଷରୁ କମିଟି ଗଠିନ କରାଯାଇଛି।

ରାଜ୍ୟସ୍ତରୀୟ କମିଟି ଗଠନ କଲା କଂଗ୍ରେସ (ପ୍ରତୀକାତ୍ମକ ଛବି)

ରାଜ୍ୟସ୍ତରୀୟ କମିଟି ଗଠନ କଲା କଂଗ୍ରେସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୋରଦାର ପ୍ରସ୍ତୁତି କଲେଣି ତିନି ପ୍ରମୁଖ ରାଜନୈତିକ ଦଳ। ତୃଣମୂଳ ସ୍ତରରେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। କେମିତି ନିର୍ବାଚନ ମଇଦାନ ପାର ହେବେ ସେ ନେଇ ଆରମ୍ଭ ହେଲାନି କରସତ । କଣ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ବି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ଏ ଯାଏ  ପାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି। ଏକାଧିକ ଆଶାୟୀ ଥିବାରୁ ସବୁ ଦଳ ପାଇଁ ଚିନ୍ତା ବଢୁଛି। ଏ ନେଇ କଂଗ୍ରେସ ବିଧାୟକ ପାର୍ଥି ଚୟନ ପାଇଁ ପିସିସି ପକ୍ଷରୁ କମିଟି ଗଠିନ କରାଯାଇଛି।

ଚଳିତ ମାସ ୩୧ ତାରିଖ ଦିନ ବ୍ରଜରାଜନଗର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ପାର୍ଥି ଚୟନ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ପିସିସି ଉପସଭାପତି ଯଜ୍ଞଶ୍ୱର ବାବୁ ଏହି କମିଟିରେ ଅଧ୍ୟକ୍ଷ ରହି ଥିବାବେଳେ ଝାରସୁଗୁଡା ଜିଲ୍ଲା ସଭାପତି ଭରତ ଅବସ୍ତି ଆବାହକ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ  ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ,ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ, ବରଗଡ଼ ସାଂସଦ ପାର୍ଥି ପ୍ରଦୀପ ଦେବତା ସଭ୍ୟ ଭାବେ ରହିଛନ୍ତି।

ଶୁକ୍ରବାର ବ୍ରଜରାଜନଗର ଗସ୍ତ କରି ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରି ଆସନ୍ତା ୮ ତାରିଖ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ସଂକ୍ରାନ୍ତରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ୮ ତାରିଖ ସୁଦ୍ଧା ନା ଚୁଡ଼ାନ୍ତ ହେବ। ସେହିପରି ବିଜେପିରେ ବି ପାର୍ଥିଙ୍କୁ ନେଇ ଦ୍ଵନ୍ଦ ହଟୁନି। ସଂସଦୀୟ ବୋର୍ଡ ନିଷ୍ପତିକୁ ଦଳୀୟ ନେତା ଅପେକ୍ଷା କରିଥିଲେ ଦଳ କାହାକୁ ପାର୍ଥି ପାଇଁ ସୁପାରିଶ କରିବ କାହା ନା ଫାଇନାଲ ହେବ ସେ ନେଇ ସମସ୍ତଙ୍କ ମଧ୍ୟରେ ଦ୍ୱନ୍ଦ ରହିଛି।

ବ୍ରଜରାଜନଗର ଉପ ନିର୍ବାଚନ ନେଇ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି।  ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବ୍ରଜରାଜନଗର ପାଇଁ ଦଳର ପ୍ରାର୍ଥୀ ଚୟନ, ନିର୍ବାଚନୀ ଲଢେଇ ଓ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ବିଜେପି ସାଂସଦ ସୁରେଶ ପୂଜାରୀ କହଛନ୍ତି," ପ୍ରାର୍ଥୀ ହେବା ପାଇଁ ଦଳରେ ସ୍ଵାଭାବିକ ଭାବେ ବହୁ ଆଶାୟୀ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଏ ଯୋଗ୍ୟ ହେବେ, ସେ ନେଇ ବିଚାର ବିମର୍ଶ ଚାଲିଛି । ଯିଏ ସର୍ବୋତ୍ତମ ହେବେ, ଦଳ ଓ ସମାଜ ପାଇଁ ଯାହାର ପ୍ରତିବଦ୍ଧତା ଥିବ ସେଭଳି ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦଳର ୩ ଜଣ ପ୍ରତିନିଧି ବ୍ରଜରାଜନଗର ଯାଇଥିଲେ । ଗ୍ରାଉଣ୍ଡରୁ ମତାମତ ନେଇଛନ୍ତି । ବ୍ରଜରାଜନଗରରେ ସଙ୍ଗଠନ ମଜବୁତ ଅଛି। ଗତ ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ଭୋଟ ମିଳିଥିଲା। ରାଧାରାଣୀ ପଣ୍ଡା ପୂର୍ବରୁ ନିର୍ବାଚନ ଲଢ଼ିଥିଲେ ହେଲେ ପରାଜୟ ହୋଇଥିଲା।

ଆଶାୟୀମାନଙ୍କ ମଧ୍ୟରେ ସେ ଅଛନ୍ତି ଓ ଅନ୍ୟ ମାନେ ମଧ୍ୟ ଅଛନ୍ତି । ଆମେ ପ୍ରୟାସ କରୁଛୁ, ସମସ୍ତଙ୍କ ମଧ୍ୟରେ ସହମତି ହୋଇ ସିଙ୍ଗିଲ ପ୍ରାର୍ଥୀ ଯେମିତି ହେବେ। ଆମେ ସମସ୍ତଙ୍କୁ ନେଇ ନିର୍ବାଚନ ଲଢିବୁ। ମୋର ଵ୍ୟକ୍ତି ନୁହେଁ, ଦଳ ଉପରେ ଅଧିକ ଦୁର୍ବଳତା ରହିଛି। ଦଳ ନିର୍ବାଚନ ଲଢିବ, ଵ୍ୟକ୍ତି, ଆଶାୟୀ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ପଠାଯିବ । ସେମାନେ ପ୍ରାର୍ଥୀ ଚୂଡ଼ାନ୍ତ କରିବେ। ଯୁଦ୍ଧ ନହେଲେ ମଧ୍ୟ ସୈନ୍ୟ ବାହିନୀ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ସେଭଳି ରାଜନୈତିକ ଦଳମାନେ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ବିଜେପି ମଧ୍ୟ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ହାରିବାରୁ ଶିଖୁଛି ବିଜେପି । ଏଥର ଉପ ନିର୍ବାଚନରେ ବିଜେଡ଼ିକୁ ଶିଖାଇବ ବିଜେପି । ବିଜେଡ଼ି କାହାକୁ ପର୍ଥି କରିବ ସେ ନେଇ ପାର୍ଟି ସୁପ୍ରିମୋଙ୍କ ଉପରେ ଛାଡିଥିବା ବେଳେ ଠିକ୍ ସମୟରେ ପାର୍ଥି ନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି ବିଜେଡ଼ି ନେତା।

ବିଜେଡ଼ି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି,"ଦଳ ନିର୍ବାଚନକୁ ନେଇ ପ୍ରସ୍ତୁତ ଅଛି। ପ୍ରସ୍ତୁତି ବି ଆରମ୍ଭ କରିଛି। ଅନ୍ୟ ନିର୍ବାଚନ ପରି ବିଜେଡି ପର୍ଥି ଉପନିର୍ବାଚନରେ ବିଜୟୀ ହେବେ। କିନ୍ତୁ କିଏ ପାର୍ଥି ହେବ ସେ ନେଇ ସୁପ୍ରିମୋ ନିଷ୍ପତ୍ତି ନେବେ"।
Published by:Soumya Das
First published: