ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ; ସ୍ପଷ୍ଟୀକରଣ ରଖାଯାଉ ବୋଲି ଦାବି

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ । ଛାତର ପ୍ଲାଷ୍ଟର ଦୁର୍ବଳ , କିଛି ଜାଗାରେ ପ୍ଲାଷ୍ଟର ମଧ୍ୟ ଖସିଛି , କାନ୍ଥ ଓ ଚଟାଣ ବାଡେଇଲେ ଫମ୍ପା ଶବ୍ଦ ହେଉଛି ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ; ସ୍ପଷ୍ଟୀକରଣ ରଖାଯାଉ ବୋଲି ଦାବି

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ; ସ୍ପଷ୍ଟୀକରଣ ରଖାଯାଉ ବୋଲି ଦାବି

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ; ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ରହିଛି । ଛାତର ପ୍ଲାଷ୍ଟର ଦୁର୍ବଳ ଥିବାବେଳେ କିଛି ଜାଗାରେ ପ୍ଲାଷ୍ଟର ମଧ୍ୟ ଖସିଛି , କାନ୍ଥ ଓ ଚଟାଣ ବାଡେଇଲେ ଫମ୍ପା ଶବ୍ଦ ହେଉଛି, ପୁଣି କାନ୍ଥ ସନ୍ତସନ୍ତିଆ ରହୁଥିବାରୁ ତୁରନ୍ତ ଭିତର ରତ୍ନଭଣ୍ଡାରର ଷ୍ଟ୍ରକଚରାଲ କଣ୍ଡିସନ ଜାଣିବା ଦରକାର । ଏଥିସହ ମରାମତି ମଧ୍ୟ ନିହାତି ଆବଶ୍ୟକ । କିନ୍ତୁ ଏହା ପୂର୍ବରୁ ଭିତର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ହେବା ଦରକାର ବୋଲି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ପ୍ରଶାସନକୁ ଅଗଷ୍ଟ ୮ରେ  ଚିଠି ଦେଇଛନ୍ତି । ମାତ୍ର ଚିଠିଟି ଜରୁରୀ ବୋଲି ଉଲ୍ଲେଖ ରହିଥିବା ବେଳେ ଏକମାସ ବିତିଯାଇଥିଲେ ସୁଦ୍ଧା ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିନାହିଁ । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗନ୍ନାଥପ୍ରେମୀ ଓ ବୁଦ୍ଧିଜୀବୀ ।



ସେପଟେ, ଏଏସଆଇ ୨୦୧୮ରେ ଯାଞ୍ଚ କରି ରିପୋର୍ଟ ଦେଇଥିବା ବେଳେ କାହିଁକି ମରାମତି ନେଇ ୪ ବର୍ଷ ଚୁପ ବସିଥିଲା, ଆଉ ଏନେଇ ଆଜି ତତ୍ପର ଦେଖାଇଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ରତ୍ନଭଣ୍ଡାର ଦ୍ୱାର ଖୋଲି ଅଳଙ୍କାର ମଣତି କରନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ।

ହାଇକୋର୍ଟରେ ଅଭିଷେକ ଦାସଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ୨୨ ମାର୍ଚ୍ଚ ୨୦୧୮ରେ ଏଏସଆଇକୁ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱୀକୃତି ମିଳିଥିଲା । ଆଉ ଏଏସଆଇ ମାର୍ଚ୍ଚ ୨୬ ଓ ୨୭ରେ ରତ୍ନଭଣ୍ଡାର ଯାଞ୍ଚ କରିବା ପରେ  ରିପୋର୍ଟ ଦେଇଥିଲେ । ସେମାନେ ଅନୁଧ୍ୟାନ କରିଥିଲେ କି ଭିତର ରତ୍ନଭଣ୍ଡାରର ସ୍ଥିତି ବେଶ ସଙ୍କଟାପନ୍ନ ରହିଛି । ଛାତ ଓ ଚଟାଣ ଦୁର୍ବଳ ହୋଇ ପ୍ଲାଷ୍ଟର ଖସୁଥିବା ବେଳେ ପାଣି ଗଳୁଥିବାରୁ କାନ୍ଥ ବାଡେଇଲେ ଫମ୍ପା ଶବ୍ଦ ହେଉଛି ।  ମରାମତି ସହ ଅଳଙ୍କାରର ମଣତି ହୋଇପାରିବ କି ନାହିଁ  ଭିତର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କଲେ ହିଁ ସ୍ପଷ୍ଟ ହୋଇଯିବ । ତେଣୁ ୨୦୧୮ ମାର୍ଚ୍ଚ ୨୨ର ରିପୋର୍ଟ ମଧ୍ୟ ଚିଠି ସହ ସଂଲଗ୍ନ କରି ଦିଆଯାଇଛି । ପୁଣି ଜରୁରୀ ଭାବରେ ଖୋଲିବା ଓ ମରାମତି କରିବା ଦରକାର ବୋଲି ଚିଠି ଦେବା ସହ ଏହାର ଏକକିତା ନକଲ ଆଇନ ବିଭାଗ ପ୍ରମୁଖ ସଚିବ , ଏଏସଆଇ ଡିଜିଙ୍କ ସହ ସଂରକ୍ଷକ ପୁରୀ ସର୍କଲକୁ ଅବଗତ କରାଯାଇଛି । ତେବେ ଏକମାସ ବିତିଯାଇଥିବା ବେଳେ ଚିଠି ଉପରେ ପଦକ୍ଷେପ ନ ନେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗନ୍ନାଥପ୍ରେମୀ ।

ଆଗକୁ ଆସୁଛି ପବିତ୍ର ମହାକାର୍ତ୍ତିକ । ଶ୍ରୀମନ୍ଦିରରେ କାର୍ତ୍ତିକ ନୀତିକୁ ନେଇ ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ପ୍ରସଙ୍ଗ ଓ ଏଏସଆଇ ଚିଠିକୁ ନେଇ ଆଲୋଚନା ହେବା ଦରକାର । କାରଣ ଏଏସଆଇ ୪ ବର୍ଷ ତଳେ କରିଥିବା ଅନୁଧ୍ୟାନ ରିପୋର୍ଟ ଓ ବର୍ତ୍ତମାନ ସ୍ଥିତି ଭିତରେ ଅନେକ ଫରକ ଆସିଥିବ ।  ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ବୈଠକ ତୁରନ୍ତ ଡାକି ଏ ସମ୍ପର୍କରେ ଆଲୋଚନା କରିବା ଦରକାର ।ରାଜ୍ୟ ସରକାର ଏ ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଚିଠି କରିଥିବା ବେଳେ ଏପଟେ ଚିଠି ପାଇଲା ପରେ କାହିଁକି ନୀରବ ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନବିଭାଗ । ତେଣୁ ରତ୍ନଭଣ୍ଡାର ଖୋଲିକି ଏସବୁର ସ୍ପଷ୍ଟୀକରଣ ରଖାଯାଉ ବୋଲି ଏବେ ଦାବି ଜୋର ଧରିଛି ।
Published by:Soubhagya Mishra
First published: